37.2 C
Bhubaneswar
Friday, April 19, 2024
Homeଓଡିଶାପ୍ରଦୀପ ଦାସଙ୍କର ଇରେଡାର ନୂଆ ସି.ଏମ.ଡି .ପଦଭାର ଗ୍ରହଣ 

ପ୍ରଦୀପ ଦାସଙ୍କର ଇରେଡାର ନୂଆ ସି.ଏମ.ଡି .ପଦଭାର ଗ୍ରହଣ 

                 ନୂଆଦିଲ୍ଲୀ – ବରିଷ୍ଠ କଷ୍ଟ ଆକାଉଟାଣ୍ଟ  ଓ କମ୍ପାନୀ ସେକ୍ରେଟାରୀ ଅଧିକାରୀ ପ୍ରଦୀପ କୁମାର ଦାସ ଇଣ୍ଡିଆନ ରିନୁଏବୁଲ ଏନେର୍ଜି ଡେଭେଲପମେଣ୍ଟ ଏଜେନସି ଲିମିଟେଡ଼ (ଇରେଡା) ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ (ସି .ଏମ.ଡି .) ର ପଦଭାର  ଗ୍ରହଣ କରିଛନ୍ତି | ଏହା ପୂର୍ବରୁ ଶ୍ରୀ ଦାସ ଇଣ୍ଡିଆନ ଟୁରିଜିମ ଡେଭେଲପମେଣ୍ଟ କର୍ପୋରେସନ (ଆଇ .ଟି.ଡି .ସି ) ର ବିତ୍ତ ନିର୍ଦେଶକ ଓ ମୁଖ୍ୟ ଆର୍ଥିକ ଅଧିକାରୀ ପଦବୀରେ ଆସୀନ ଥିଲେ |
                        ଆଇ .ଟି.ଡି .ସି ର ଡ଼ିଏଫ ଭାବରେ ସେ କମ୍ପାନୀର ଆର୍ଥିକ ପରିଚାଳନା ଖୁବ ପାରଦର୍ଶୀ ଓ ବଳିଷ୍ଠ ଢଙ୍ଗରେ ସଂଗଠିତ କରିବା ସାଙ୍ଗକୁ ଏହି ସଂସ୍ଥାକୁ ନାସନାଲ ଷ୍ଟକ ଏକ୍ସଚେଞ୍ଜ ରେ ଟ୍ରେଡ଼ ଫର ଟ୍ରେଡ଼ ଶୈଳୀରେ ଵ୍ୟାପାର  କରିବା ପାଇଁ ଯୋଗ୍ୟ ବିବେଚିତ କରାଇ ପାରିଥିଲେ | ଏହା ସହିତ ଆଇ .ଟି.ଡି .ସି ଅଧିନସ୍ଥ ହୋଟେଲ ମାନଙ୍କରେ ପୁଞ୍ଜି ପ୍ରତ୍ୟାହାର ସୁଚାରୁ ରୂପେ ସମ୍ପର୍ଣ୍ଣ  କରିବାରେ ସେ ଉଲେଖ୍ୟ ଯୋଗ୍ୟ ଭୂମିକା ଗ୍ରହଣ କରିଥିଲେ | ଏହା ପୂର୍ବରୁ ଶ୍ରୀ ଦାସ ଆର୍. ଇସି .ଭେଲ , ଏନ ପି.ସି .ଆଇ.ଏଲ , ବି. ଏଚ୍. ଏଫ. ଭି. ଓ କେ. ପି. ଏଲ. ଆଦି ସଂସ୍ଥାର ଗୁରୁତ୍ୱପୂର୍ଣ ପଦ ପଦବୀ ମାନଙ୍କରେ ରହି ଜଣେ ଓଡ଼ିଆ ଅଧିକାରୀ ଭାବେ ଖୁବ ସୁନାମ ଅର୍ଜନ କରିଛନ୍ତି | ବିଶେଷ କରି ଦ୍ରବ୍ୟ ଉତ୍ପାଦନ ,  ନୀତି ନିର୍ଦ୍ଧାରଣ ତଥା ପ୍ରଣୟନ ବାବଦରେ ତାଙ୍କର ନୂତନତ୍ୱ ଚିନ୍ତାଧାରା , ଫଳପ୍ରସ୍ୱ ପ୍ରୟୋଗାତ୍ମକ ଶୈଳୀ , ଗଛିତ ସମ୍ବଳର ସମ୍ପୂର୍ଣ ଗୁଣାତ୍ମକ ବିନିଯୋଗ ଏବଂ ବ୍ୟାପାର , କାରବାର  ଓ ରି ଇଂଜିନିରିଂ କ୍ଷେତ୍ରରେ ତାଙ୍କର ଯୁଗାନ୍ତକାରୀ ପଦକ୍ଷେପ କର୍ପୋରେଟ ଜଗତରେ ବେଶ ଆଦୃତ ହୋଇଛି | ଇରେଡା ର ସର୍ବୋଚ୍ଚ ପଦବୀରେ ଯୋଗଦେବା ପରେ ଏହାର କର୍ମଚାରୀ ମାନଙ୍କୁ ସମ୍ବୋଧନ କରି ଶ୍ରୀ ଦାସ , ରାଷ୍ଟ୍ରର ଶକ୍ତି ସୁରକ୍ଷା ଦିଗରେ ଇରେଡା ଖୁବ ପ୍ରଭାବଶାଳୀ ଯୋଗଦାନ ପ୍ରଦାନ କରିବ ବୋଲି ଦମ୍ଭ ପ୍ରକାଶ କରିଥିଲେ |
                     ଯାଜପୁର ଜିଲ୍ଲା ର ରଣପୁର ନିବାସୀ ଶ୍ରୀ ଦାସ ଶ୍ରୀଵନ୍ତ ହାଇସ୍କୁଲ ରେ ତାଙ୍କର ଶିକ୍ଷା ସମାପ୍ତ କରି କୋଲକାତା ବିଶ୍ୱବିଦ୍ୟାଳୟରୁ ଵିକମ ଅନର୍ସ ରେ ଡିଗ୍ରୀ ଲାଭ କରିଥିଲେ | ଏହାପରେ ସେ ଇନ୍ଷ୍ଟିଟ୍ୟୁଟ ଅଫ କଷ୍ଟ ଆକାଉଟାଣ୍ଟ ଅଫ ଇଣ୍ଡିଆ ର ଫେଲୋ ଓ ଇନ୍ଷ୍ଟିଟ୍ୟୁଟ ଅଫ କମ୍ପାନୀ ସେକ୍ରେଟେରୀଜ  ଅଫ ଇଣ୍ଡିଆ ର ସହଯୋଗୀ ସଦସ୍ୟ ହେବାର ମାନ୍ୟତା ହାସଲ କରିବା ସାଙ୍ଗକୁ ଭୁବନେଶ୍ୱର ସ୍ଥିତ ଜାଭିଅର ଇନ୍ଷ୍ଟିଟ୍ୟୁଟ ଅଫ ମ୍ୟାନେଜେମେଣ୍ଟ ରୁ ମ୍ୟାନେଜେମେଣ୍ଟ ରେ ପି.ଜି . ଡିପ୍ଲୋମା ଗ୍ରହଣ କରିବାର ଯୋଗ୍ୟତା ଅର୍ଜନ କରିଛନ୍ତି |
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking