28.1 C
Bhubaneswar
Saturday, April 27, 2024
Homeଓଡିଶା୬ରୁ ଖୋଲିବ ଖଣ୍ଡଗିରି , ଉଦୟଗିରି

୬ରୁ ଖୋଲିବ ଖଣ୍ଡଗିରି , ଉଦୟଗିରି

ଭୁବନେଶ୍ୱର : କରୋନା ପାଇଁ ରାଜ୍ୟର ସମସ୍ତ ଦର୍ଶନୀୟ ସ୍ଥାନ ବନ୍ଦ ରହିଛି । ମାତ୍ର ରାଜ୍ୟରେ ଅଳ୍ପ କିଛି ଦର୍ଶନୀୟ ସ୍ଥାନକୁ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଏନେଇ ଏଏସଆଇ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ୬ ତାରିଖରୁ କିଛି ଦର୍ଶନୀୟ ସ୍ଥାନ ଖୋଲିବାକୁ ଏଏସଆଇ ନିଷ୍ପତ୍ତି ନେଇଛନ୍ତି । ଖଣ୍ଡଗିରି , ଉଦୟଗିରି ଗୁମ୍ଫା ,ଧଉଳି , ଅଶୋକ ଶିଳାଲେଖ ଖୋଲିବ । ରାଜରାଣୀ ମନ୍ଦିର , ବାରବାଟୀ ଦୁର୍ଗ , ଲଳିତଗିରି , ରତ୍ନଗିରି ଖୋଲିବ । ଝରିଆଳ ଚଉଷଠି ଯୋଗିନୀ ମନ୍ଦିର , ଅସୁରଗଡ଼ ଦୁର୍ଗ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । କୋଣାର୍କ ସୂର୍ଯ୍ୟ ମନ୍ଦିର ଖୋଲିବ ନାହିଁ ବୋଲି ଏଏସଆଇ ସୂଚନା ଦେଇଛନ୍ତି । ପୁରୀ ଜିଲ୍ଲା ପ୍ରଶାସନର କଟକଣା ଥିବାରୁ କୋଣାର୍କ ଖୋଲିବନି ବୋଲି ଏଏସଆଇ କହିଛନ୍ତି ।
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଛି । ଆଜିର ଚିହ୍ନଟ ହୋଇଥିବା ପଜିଟିଭ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ୮୬୦୧ଟି ପଜିଟିଭ କେସ୍ ଚିହ୍ନଟ ହୋଇଛି ।ସେଥିମଧ୍ୟରୁ ୫୭୦୫ ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟ ୨୮୫୩ ଜଣ ବିଭିନ୍ନ କୋଭିଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking