32.1 C
Bhubaneswar
Friday, April 26, 2024
Homeଓଡିଶାବେଆଇନ ଧର୍ମାନ୍ତରୀକରଣକୁ ବିରୋଧ କଲା ସାନ୍ତାଳୀ ସମାଜ

ବେଆଇନ ଧର୍ମାନ୍ତରୀକରଣକୁ ବିରୋଧ କଲା ସାନ୍ତାଳୀ ସମାଜ

କେନ୍ଦୁଝର : ବହୁ ବର୍ଷ ପରେ କେନ୍ଦୁଝର ଜିଲ୍ଲାରେ ବେଆଇନ ଧର୍ମାନ୍ତରୀକରଣ ଆରମ୍ଭ ହୋଇଛି । ଜିଲ୍ଲାର ଆଦିବାସୀ ବହୁଳ ସାହରପଡା, ପାଟଣା, ଆନନ୍ଦପୁର, ତେଲକୋଇ, ସଦର ଅଞ୍ଚଳରେ କିଛି ଧର୍ମଗୁରୁ ନିରୀହ ଆଦିବାସୀଙ୍କୁ ଖ୍ରୀଷ୍ଟିଆନ ଧର୍ମରେ ଦୀକ୍ଷିତ କରାଉଥିବା ଅଭିଯୋଗ ହୋଇଛି । ଏହି ଆଦିବାସୀଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଉକ୍ତ ଧର୍ମରେ ଦୀକ୍ଷିତ କରାଉଥିବା ଅଭିଯୋଗ କରିଛି ସାନ୍ତାଳୀ ସମାଜ । ଏହି ଅଞ୍ଚଳର ବିଭିନ୍ନ ଗ୍ରାମ ଗୁଡିକରେ ଉକ୍ତ ଧର୍ମ ପକ୍ଷରୁ ସରକାରୀ ଜମି ରେ ବେଆଇନ ଚର୍ଚ୍ଚ ମଧ୍ୟ ବନା ହୋଇଥିବା ଅଭିଯୋଗ କରିଛି ସମାଜ ।ଉକ୍ତ ବ୍ଲକ ମାନଙ୍କରେ ଏହି ବେଆଇନ ଧର୍ମାନ୍ତରୀକରଣ କୁ ନେଇ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଅଭିଯୋଗ କରିଛି ସାନ୍ତାଳୀ ସମାଜ । ଏନେଇ ଜିଲ୍ଲାର ଉକ୍ତ ସମସ୍ତ ବ୍ଲକର ସାନ୍ତାଳୀ ସମାଜ ପକ୍ଷରୁ ଏକ ଦାବିପତ୍ର ଜିଲ୍ଲାପାଳ ଙ୍କୁ ପ୍ରଦାନ କରାଯାଇଛି । ଏହି ବେଆଇନ ଧର୍ମାନ୍ତରୀକରଣକୁ ଯଦି ପ୍ରଶାସନ ପକ୍ଷରୁ କିଛି ପଦକ୍ଷେପ ନିଆ ନଯାଏ ଆଗାମୀ ଦିନରେ ଜନ ଆନ୍ଦୋଳନ ଛିଡ଼ା ହେବ ବୋଲି ସାନ୍ତାଳୀ ସମାଜ ପକ୍ଷରୁ ଚେତାବନୀ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking