29.1 C
Bhubaneswar
Saturday, April 27, 2024
Homeଓଡିଶାକେନ୍ଦୁଝର ଜିଲ୍ଲା କାରାଗାରରେ ଅଘଟଣ

କେନ୍ଦୁଝର ଜିଲ୍ଲା କାରାଗାରରେ ଅଘଟଣ

କେନ୍ଦୁଝର : ଆଜି କେନ୍ଦୁଝର ଜିଲ୍ଲା କାରାଗାରରେ ଘଟିଛି ଅଘଟଣ । ଚଳିତ ମାସ ୯ ତାରିଖରେ ତେଲକୋଇ ଥାନା ଅଞ୍ଚଳରୁ ହତ୍ୟା ଉଦ୍ୟମରେ ଆସିଥିବା ବିଦ୍ୟାଧର ଜୁଆଙ୍ଗ ହୃଦଘାତ ମୃତ୍ୟୁ ବରଣ କରିଛନ୍ତି । ତାଙ୍କର ଜେଲରେ ଥିବା ବେଳେ ହଟାତ ଛାତିରେ ବଥା ଅନୁଭବ କରିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଲା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ସେହିପରି ସଦର ଥାନା ଅଞ୍ଚଳର ୨୦୧୮ ମସିହାରେ ହତ୍ୟା ମାମଲାରେ ଆସିଥିବା ପଦ୍ମଲୋଚନ ମହାକୁଡୁ ମାନସିକ ଭାରସାମ୍ୟ ହରାଇ ତଂଟି କାଟି ଆତ୍ମହତ୍ୟା କରିଥିବା ଉଦ୍ୟମ କରି ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କ ଅବସ୍ଥା ସ୍ଥିର ଥିବା ଜଣା ପଡିଥିବା ବେଳେ ବ୍ଲେଡ଼ରେ ସେ ଏହି ଉଦ୍ୟମ କରିଥିବା ଜେଲ କତ୍ତୃପକ୍ଷଙ୍କ ଠାରୁ ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking