30.1 C
Bhubaneswar
Friday, April 26, 2024
Homeଅପରାଧମହୁଲ ଗୋଟାଇବା କୁ ନେଇ ବିବାଦ, ଭାଇବହୁ କୁ ମରଣାନ୍ତକ ଆକ୍ରମଣ କଲା ଦେଢଶୁର

ମହୁଲ ଗୋଟାଇବା କୁ ନେଇ ବିବାଦ, ଭାଇବହୁ କୁ ମରଣାନ୍ତକ ଆକ୍ରମଣ କଲା ଦେଢଶୁର

ତେଲକୋଇ : ତେଲକୋଇ ଥାନା ଅନ୍ତର୍ଗତ କରଦାଙ୍ଗି ପଞ୍ଚାୟତ ର ଘୋଡାବେଡା ସାହିରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା ।ମହୁଲ ଫୁଲ ସଂଗ୍ରହ କୁ ନେଇ ଭାଇବହୁ ଓ ଦେଢଶୁର ଙ୍କ ମଧ୍ୟରେ ବିବାଦ ରୁ ଦେଢଶୁର ନିଜ ବିଧବା ଅସହାୟ ଭାଇବହୁ ଙ୍କୁ ଟାଙ୍ଗିଆ ରେ ହାଣି ଗୁରୁତର କରିଥିବା ଜଣାପଡିଛି ।ଗୁରୁତର ହେଲେ ଅବଳା ନାଏକ ।ସୂଚନା ମୁତାବକ ସବୁଦିନ ପରି ଅବଳା ମହୁଲ ଫୁଲ ସଂଗ୍ରହ ପାଇଁ ଘରପାଖ ମହୁଲ ଗଛକୁ ଯାଇଥିଲେ ।ମହୁଲ ଫୁଲ ସଂଗ୍ରହ କରୁଥିବା ବେଳେ ଦେଢଶୁର ରବି ନାଏକ ସେଠାରେ ପହଞ୍ଚି ଥିଲେ ।ଆଗରୁ ଜମିଜମା ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଲାଗି ରହିଥିଲା ।ସେଥିପାଇଁ ଅବଳା ନାଏକ ଙ୍କୁ ଗଛରୁ ମହୁଲ ଫୁଲ ନନେବା ପାଇଁ ତାଗିଦ କରିଥିଲେ ।ତେବେ ଅବଳା କହିଥିଲେ ଏ ଗଛରେ ମୋ ସ୍ବାମୀ ଙ୍କର ମଧ୍ଯ ଭାଗ ଅଛି ତେଣୁ ମୁଁ ମହୁଲ ଫୁଲ ନେବି ।ଏତିକି ରେ ରବି ନାଏକ ଉତକ୍ଷିପ୍ତ ହୋଇ ହାତରେ ଧରିଥିବା ଟାଙ୍ଗିଆରେ ଅବଳା ଙ୍କ ମୁଣ୍ଡରେ ଚୋଟ ପକାଇ ଥିଲେ । ଚିତ୍କାର ଶୁଣି ପଡିଶା ଲୋକେ ତାଙ୍କୁ ଉଦ୍ଧାର କରି ତେଲକୋଇ ମେଡିକାଲରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking