33.1 C
Bhubaneswar
Saturday, April 27, 2024
Homeଓଡିଶାକେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା, ସ୍କୁଲ ସମ୍ମୁଖରେ ଅଭିଭାବକ ସଂଘର ପ୍ରତିବାଦ

କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା, ସ୍କୁଲ ସମ୍ମୁଖରେ ଅଭିଭାବକ ସଂଘର ପ୍ରତିବାଦ

ଭୁବନେଶ୍ୱର: ଗତକାଲି ମଞ୍ଚେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣାକୁ ନେଇ ଆଜି ସ୍କୁଲ ସମ୍ମୁଖରେ ଅଭିଭାବକ ସଂଘର ପ୍ରତିବାଦ କରାଯାଇଥିବା ଦେଖିବାକୁ ମିଳିଥିଲା । ସ୍କୁଲର ପିଇଟି ଶିକ୍ଷକଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି ଅଭିଭାବକ ସଂଘ ।
ସୂଚନାଯୋଗ୍ୟ ଯେ, ସ୍କୁଲର ଏକାଦଶ ଶ୍ରେଣୀର ଜଣେ ଛାତ୍ରୀ ଗତକାଲି ଖେଳ ପିରିୟଡରେ ସ୍କୁଲ ହତାରୁ ବାହାରି ନିକଟସ୍ଥ ଏକ ଷ୍ଟାଫ୍ କ୍ବାର୍ଟର ଛାତ ଉପରୁ ତଳକୁ ଡେଇଁ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ । ସ୍କୁଲ ଶିକ୍ଷକ ଶିକ୍ଷୟତ୍ରୀ ଘଟଣାସ୍ଥଳରେ ପହଞ୍ଚି ଆହାତ ଛାତ୍ରୀଙ୍କୁ ଉଦ୍ଧାର କରି ନିକଟସ୍ଥ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରିଥିଲେ । ତେବେ ସ୍କୁଲ ପ୍ରିନ୍ସପାଲ ଓ ପିଇଟି ଟିଚର ମାନସିକ ନିର‌୍ୟାତନା ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking