34.1 C
Bhubaneswar
Friday, March 29, 2024
Homeଅପରାଧଓଡ଼ିଶା ନୁହଁ, ପିଆଜ ସାରା ଭାରତ ବର୍ଷର ସମସ୍ୟା: ରଣେନ୍ଦ୍ର ସ୍ଵାଇଁ

ଓଡ଼ିଶା ନୁହଁ, ପିଆଜ ସାରା ଭାରତ ବର୍ଷର ସମସ୍ୟା: ରଣେନ୍ଦ୍ର ସ୍ଵାଇଁ

ଆଠଗଡ଼ : ପିଆଜ ଦର ଦିନକୁ ଦିନ ବେଧଡକ । କଟକ-ଭୁବନେଶ୍ଵରରେ ପିଆଜ କିଲୋ ପିଛା ୧୪୦ ଟଙ୍କାରେ ବିକ୍ରି ହେଉଛି। ସେହି ଭଳି ଅନେକ ସ୍ଥାନରେ ମଧ୍ୟ ପିଆଜ ଦର କିଲୋ ପ୍ରତି ୧୨୦ ରୁ ୧୪୦ ଟଙ୍କା ମଧ୍ୟରେ ରହିଛି। ଆକାଶଛୁଆଁ ଦର କାରଣରୁ ରୋଷେଇଶାଳରୁ ପିଆଜ ଉଭାନ ହୋଇ ଯାଇଛି। ପିଆଜର ଏହି ଦରବୃଦ୍ଧିକୁ ସ୍ଵୀକାର କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ସ୍ଵାଇଁ। ମାତ୍ର ସେ ପିଆଜ ସମସ୍ୟାକୁ ଜାତୀୟ ବିପତ୍ତି ବୋଲି କହିଛନ୍ତି।
ପିଆଜର ଅହେତୁକ ଦରବୃଦ୍ଧି ପାଇଁ ପରିବେଶ ସନ୍ତୁଳନର ଅଭାବ ଓ ବାୟୁ ପ୍ରଦୂଷଣକୁ ମନ୍ତ୍ରୀ ଦାୟୀ କରିଛନ୍ତି। ଏହା କେବଳ ଓଡ଼ିଶାର ସମସ୍ୟା ନୁହଁ ସାରା ଭାରତର ସମସ୍ୟା। ଚଳିତ ବର୍ଷ ପ୍ରବଳ ବର୍ଷା କାରଣରୁ ଦେଶର ମୁଖ୍ୟ ଉତ୍ପାଦକ ରାଜ୍ୟ ମହାରାଷ୍ଟ୍ର, ଗୁଜରାତ, ଆନ୍ଧ୍ର ପ୍ରଦେଶ ଓ କର୍ଣ୍ଣାଟକରେ ପିଆଜ ଚାଷ ପ୍ରଭାବିତ ହୋଇଛି। ଫଳରେ କମ ଫସଲ ଉତ୍ପାଦନ ହୋଇଛି। ନାସିକରେ ଏକର ପିଛା ୩ ଟନ ପିଆଜ ଉତ୍ପାଦନ ହେଉଥିଲା, ଏବେ ଏହା ୧୦ କ୍ଵିଣ୍ଟାଲରେ ସୀମିତ ରହିଛି। ମନ୍ତ୍ରୀ ରଣେନ୍ଦ୍ର ସ୍ଵାଇଁ କହିଛନ୍ତି ଯେ, ଭାରତରେ ଦୈନିକ ୧୨ ଲକ୍ଷ ମେଟ୍ରିକ୍ ଟନ୍ ପିଆଜ ଆବଶ୍ୟକ ରହିଛି। କିନ୍ତୁ ଉତ୍ପାଦନ ହ୍ରାସ ପାଇଥିବାରୁ ପିଆଜ ଦର ଅନିୟନ୍ତ୍ରିତ ହୋଇ ପଡ଼ିଛି। ଦରକୁ ନିୟନ୍ତ୍ରଣ ରଖିବାକୁ ଇଜିପ୍ଟରୁ ଦୈନିକ ୧ ଲକ୍ଷ ମେଟ୍ରିକ ଟନ ପିଆଜ ଆସୁଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking