28.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶ୯ ପର୍ଯ୍ୟନ୍ତ ଶବ ସୁରକ୍ଷିତ ରଖିବାକୁ ନିର୍ଦ୍ଦେଶ ଦେଲେ ତେଲେଙ୍ଗାନା ହାଇକୋର୍ଟ, ଏନକାଉଂଟର ନେଇ ପ୍ରଶ୍ନ...

୯ ପର୍ଯ୍ୟନ୍ତ ଶବ ସୁରକ୍ଷିତ ରଖିବାକୁ ନିର୍ଦ୍ଦେଶ ଦେଲେ ତେଲେଙ୍ଗାନା ହାଇକୋର୍ଟ, ଏନକାଉଂଟର ନେଇ ପ୍ରଶ୍ନ ଉଠାଇଲେ ଅଭିଯୁକ୍ତ ପରିବାର

ହାଇଦ୍ରାବାଦ : ହାଇଦ୍ରାବାଦରେ ପୁଲିସର ଏନକାଉଂଟର ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠାଇଥିବା ବେଳେ ୪ ଅଭିଯୁକ୍ତଙ୍କ ଶବକୁ ୯ଡିସେମ୍ବର ରାତି ୮ଟା ପର୍ଯ୍ୟନ୍ତ ସୁରକ୍ଷିତ ରଖିବାକୁ ତେଲେଙ୍ଗାନା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ ଏ ବାବଦରେ ସରକାରଙ୍କୁ ନିର୍ଦ୍ଦେଶ ଦେବା ପରେ ପରିବାରକୁ ଶବ ହସ୍ତାନ୍ତର ପ୍ରକ୍ରିୟା ବନ୍ଦ ରଖାଯାଇଛି ।
ଜଣେ ଅଭିଯୁକ୍ତ ଚିନ୍ତାକୁଣ୍ଡା ଚେନ୍ନାକେସାଭୁଲୁର ପତ୍ନୀ ରେଣୁକା କହିଛନ୍ତି, ମୋ ସ୍ୱାମୀଙ୍କୁ ଯେଉଁଠି ମାରିଦିଆଯାଇଛିି ମୋତେ ମଧ୍ୟ ସେଠାକୁ ନେଇ ମାରି ଦିଆଯାଉ । ମୁଁ ମରିବାକୁ ଚାହେ ବୋଲି ସେ କହିଛନ୍ତି । ୪ଅଭିଯୁକ୍ତଙ୍କ ମଧ୍ୟରେ କେବଳ ଚେନ୍ନାକେସାଭୁଲୁ ବିବାହ କରିଥିଲା । ତା’ର ମୃତ୍ୟୁକୁ ନେଇ ପରିବାର ଲୋକେ ଆଚମ୍ବିତ ହୋଇ ଯାଇଛନ୍ତି । ରେଣୁକା କହିଛନ୍ତି, ପୁଲିସ ପ୍ରତିଶ୍ରୁତି ଦେଇଥିଲା ଯେ, ଜେରା ପରେ ତାଙ୍କୁ ଛଡ଼ାଯିବ । କିନ୍ତୁ ତାଙ୍କୁ ଅତ୍ୟନ୍ତ ନିର୍ଦ୍ଦୟ ଭାବେ ହତ୍ୟା କରାଯାଇଛି । ଯଦି ସେ କିଛି ଅପରାଧ କରିଥିଲା ତେବେ କୋର୍ଟ ନିଷ୍ପତି ହୋଇଥାଆନ୍ତା ଏବଂ ମୃତ୍ୟୁ ମିଳିଥାଆନ୍ତା । ଅନ୍ୟ ଜଣେ ଅଭିଯୁକ୍ତ ଜୋଲ୍ଲୁ ଶିବର ବାପା ଜୋଲ୍ଲୁ ରାଜାପ୍ପା କହିଛନ୍ତି, ତାଙ୍କ ପୁଅକୁ ହତ୍ୟା କରି ପୁଲିସ କିଛି ଭୂଲ କରିଛି ବୋଲି ସେ ଜାଣି ପାରୁନାହାନ୍ତି । ସମଗ୍ର ବିଶ୍ୱ କହୁଛି ମୋ ପୁଅ ଏଭଳି ଘୃଣ୍ୟ ଅପରାଧ କରିଛି । ମୋ ପୁଅକୁ ଦଣ୍ଡ ମିଳିଲା । ତେବେ ରାଜାପ୍ପା କହିଛନ୍ତି ପୁଲିସ ଅନ୍ୟ ଦୁଷ୍କର୍ମକାରୀଙ୍କ କ୍ଷେତ୍ରରେ ବି ସମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ । ଚୋଲ୍ଲୁ ନବୀନର ବାପା ୟେଲ୍ଲାପ୍ପା କହିଛନ୍ତି, ପୁଲିସ ଦ୍ୱାରା ତାଙ୍କ ପୁଅକୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ପୁଲିସ ତାଙ୍କ ପୁଅ ସହ ଦେଖା କରିବାକୁ ଅନୁମତି ଦେଇନଥିଲା ।
ସମ୍ପୂର୍ଣ୍ଣ ନ୍ୟାୟିକା ପ୍ରକ୍ରିୟା ଶେଷ ହେବା ପୂର୍ବରୁ ପୁଲିସ କାହିଁକି ଏମିତି ଦଣ୍ଡ ଦେଲା ବୋଲି ପ୍ରଶ୍ନ କରିଛନ୍ତି । ମୁଖ୍ୟ ଅଭିଯୁକ୍ତ ମହମ୍ମଦ ଆରିଫର ମା’ ପୁଅର ମୃତ୍ୟୁ ଖବର ଶୁଣି ବେହୋସ ହୋଇଯାଇଥିଲେ । ସେ ସଂକ୍ରାନ୍ତରେ କୌଣସି ଟିପ୍ପଣୀ ରଖିନାହାନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking