29.1 C
Bhubaneswar
Sunday, April 28, 2024
Homeଓଡିଶାମାନସିକ ଭିନ୍ନକ୍ଷମ ମହିଳାଙ୍କ ପ୍ରତି ଯୌନ ଶୋଷଣ

ମାନସିକ ଭିନ୍ନକ୍ଷମ ମହିଳାଙ୍କ ପ୍ରତି ଯୌନ ଶୋଷଣ

କେନ୍ଦ୍ରାପଡା : ଜିଲ୍ଲାର ମହାକଳପଡା ବ୍ଲକ ଅନ୍ତର୍ଗତ ପାଟଳିପଙ୍କ ଠାରେ ଥିବା ଲୁଥେରାନ ମହିଳା ସମିତିରେ ଜଣେ ମାନସିକ ଭିନ୍ନକ୍ଷମ ମହିଳାଙ୍କ ପ୍ରତି ହୋଇଥିବା ଯୌନ ଶୋଷଣ ଘଟଣାକୁ ନେଇ ଓଡିଶା ସୂଚନା ଅଧିକାର ଅଭିଯାନ ପକ୍ଷରୁ ଉଦ୍ବେଗ ପ୍ରକାଶ କରାଯିବା ସହ ଘଟଣାକୁ ଚାପି ଦେବାପାଇଁ ପ୍ରଶାସନ ସ୍ତରରେ ଉଦ୍ୟମ ହେଉଥିବା ଅଭିଯୋଗ ହୋଇଛି। ମହିଳା ଓ ଶିଶୁଙ୍କ ସୁରକ୍ଷା ତଥା ମଙ୍ଗଳ ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଅନୁଷ୍ଠାନ ଗଠିତ ହୋଇଥିଲେ ବି ସେଗୁଡିକ ଠିକ୍ ଭାବେ କାମ କରୁ ନଥିବାରୁ ଦିନକୁ ଦିନ ମହିଳା ଓ ଶିଶୁ ଅତ୍ୟାଚାର ବୋଲି ଅଭିଯାନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ଲୁଥେରାନ ମହିଳା ସମିତିରେ ମାନସୀକ ଭିନ୍ନକ୍ଷମ ମହିଳାଙ୍କ ପ୍ରତି ହୋଇଥିବା ଯୌନ ଶୋଷଣ ସଠିକ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଓଡିଶା ସୂଚନା ଅଧିକାର ଅଭିଯାନ ପୋଲିସ ଡିଜିଙ୍କୁ ଖୁବ୍ ଶିଘ୍ର ଦେଖାଯାଉଛି କରି ଏ ନେଇ ଦାବି ଜଣାଇବା ସହ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଓଡିଶା ସୂଚନା ଅଧିକାର ଅଭିଯାନ ପକ୍ଷରୁ ଦାବି କରାଯିବ ଓଡିଶା ସୂଚନା ଅଧିକାର ଅଭିଯାନର ସମ୍ପାଦକ ପ୍ରଦୀପ ପ୍ରଧାନ କେନ୍ଦ୍ରାପଡା ପ୍ରେସ କ୍ଲବ ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ଲୁଥେରାନ ମହିଳା ସମିତି ଦ୍ବାରା ମହିଳାଙ୍କ ପ୍ରତି ହେଉଥିବା ଯୌନ ଶୋଷଣ, ଶିଶୁ ବିକ୍ରି, କୋଟି କୋଟି ଟଙ୍କାର ଅର୍ଥ ହଡପ ହୋଇଥିବା ଓଡିଶା ସୂଚନା ଅଧିକାର ଅଭିଯାନ ପକ୍ଷରୁ ଏହି ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି। ସେହିପରି ମହିଳା ଓ ଶିଶୁଙ୍କ ମଙ୍ଗଳ ପାଇଁ ଉଦ୍ଦିଷ୍ଟ ସରକାରୀ ଅନୁଷ୍ଠାନ ଗୁଡିକ ଠିକ୍ ଭାବେ ଦାୟିତ୍ୱ ସମାପନ କରୁ ନଥିବା ବେଳେ ମହିଳା ଓ ଶିଶୁଙ୍କ ପାଇଁ କାମ କରୁଥିବା ସ୍ବେଚ୍ଛାସେବୀ ଅନୁଷ୍ଠାନମାନଙ୍କ ଦ୍ବାରା କୋଟି କୋଟି ଟଙ୍କାର ଅନୁଦାନ ବାଟମାରଣା କରାଯାଉଥିବା ଅଭିଯାନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking