27.1 C
Bhubaneswar
Friday, March 29, 2024
Homeଓଡିଶାକେନ୍ଦୁଝର ସହରାଂଚଳରେ ୧୪୪ ଧାରା

କେନ୍ଦୁଝର ସହରାଂଚଳରେ ୧୪୪ ଧାରା

କେନ୍ଦୁଝର: କେନ୍ଦୁଝରରେ କରୋନା ସଂକ୍ରମଣ ବୃଦ୍ଧି ପରେ ପ୍ରଶାସନ କଡା ପଦକ୍ଷେପ ନେଇଛି । ସବୁ ସହରାଂଚଳ ଓ ସହରାଂଚଳ ସଂଲଗ୍ନ ପଂଚାୟତରେ ୧୪୪ ଧାରା ଜାରି କରାଯାଇଛି । ଯେ କୌଣସି ସ୍ଥାନରେ ୫ରୁ ଅଧିକ ଲୋକଙ୍କୁ ଏକାଠି ହେବାକୁ ବାରଣ କରାଯାଇଛି । ବିବାହ, ଅନ୍ତିମ ସଂସ୍କାରରେ କର୍ତ୍ତୃପକ୍ଷଙ୍କ ଅନୁମତି ଅନୁସାରେ ସାମିଲ ହୋଇପାରିବେ । ଅନ୍ୟାଦେଶ ଯାଏଁ ଏହି ନିୟମ ଲାଗୁ ରହିବ । ଯଦି କିଏ ଏହାକୁ ଉଲ୍ଲଂଘନ କରନ୍ତି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସୂଚନାଯୋଗ୍ୟ , ଆଜି ରାଜ୍ୟରେ କରୋନା ସଂକ୍ରମଣ ୮ ହଜାର ଟପିଛି। ଆଜି ରାଜ୍ୟରୁ ୮୩୮୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୫୭୮୧ କ୍ୱାରେଣ୍ଟିନରେ ଥିବାବେଳେ ୩୬୦୫ ଲୋକାଲ କଣ୍ଟାକ୍ଟ ବୋଲି ଜଣାପଡ଼ିଛି। ଆଜି ବି ଖୋର୍ଦ୍ଧା ଜିଲ୍ଲା ଆଗରେ ରହିଛି। ଆଜି ଜିଲ୍ଲାରୁ  ସର୍ବାଧିକ ୧୮୪୦ ପଜିଟିଭ୍ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସେହିପରି ଆଜି ରାଜ୍ୟରେ କରୋନାରେ ୧୦ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ପୁରୀ ଓ ରାୟଗଡ଼ାରୁ ସର୍ବାଧିକ ୩ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବାବେଳେ ବୌଦ୍ଧ, ଗଂଜାମ, ଖୋର୍ଦ୍ଧା, ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨ ହଜାର ୧୭କୁ ବୃଦ୍ଧି ପାଇଛି। 

ସୁନ୍ଦରଗଡ଼ରୁ ଆଜି ୯୩୩, କଟକରୁ ୪୯୬, ଝାରସୁଗୁଡ଼ାରୁ ୪୩୩, , ଅନୁଗୁଳରୁ ୩୪୭, ଷ୍ଟେଟ୍ ପୁଲ୍‌ରୁରୁ ୩୪୮, ସମ୍ବଲପୁରରୁ ୩୦୭, ମୟୂରଭଞ୍ଜରୁ ୨୮୯, ଯାଜପୁରରୁ ୨୭୦, ପୁରୀରୁ ୨୫୯, ବରଗଡ଼ରୁ ୨୫୭, ନୂଆପଡ଼ାରୁ ୨୩୩, ଗଞ୍ଜାମରୁ ୨୦୯, ବାଲେଶ୍ୱରରୁ ୨୦୨,  କେନ୍ଦୁଝରରୁ ୧୭୫, ଜଗତସିଂହପୁରରୁ ୧୨୯, ନବରଙ୍ଗପୁରରୁ ୩୮୮, ବଲାଙ୍ଗିରରୁ  ୩୫୮ ଓ କଳାହାଣ୍ଡିରୁ ୧୨୬ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking