29.1 C
Bhubaneswar
Saturday, April 27, 2024
Homeଓଡିଶାକଣ୍ଟାବାଞ୍ଜିରୁ ୨୫ ଦାଦନ ଉଦ୍ଧାର 

କଣ୍ଟାବାଞ୍ଜିରୁ ୨୫ ଦାଦନ ଉଦ୍ଧାର 

କଣ୍ଟାବାଞ୍ଜି : ବେଆଇନ ଭାବେ ରାଜ୍ୟ ବାହାରକୁ ଚାଲାଣ କରାଯାଉଥିବା ୨୫ ଜଣ ଦାଦନ ଶ୍ରମିକଙ୍କୁ କଣ୍ଟାବାଞ୍ଜି ପୁଲିସ ରବିବାର ରାତିରେ ଉଦ୍ଧାର କରିଛି । ସେମାନଙ୍କ ମଧ୍ୟରେ ୧୨ ପୁରୁଷ, ୧୩ ମହିଳା ଓ ୧୧ ଜଣ ଶିଶୁ ରହିଛନ୍ତି । ସୂଚନା ଅନୁଯାୟୀ,  କଣ୍ଟାବାଞ୍ଜି ପୁଲିସ ପାଟ୍ରୋଲିଂ କରୁଥିବା ସମୟରେ ୨ଟି ଟାଟା ମେଜିକ ଗାଡ଼ିରେ ଶ୍ରମିକମାନେ ଯାଉଥିବା ଖବର ମିଳିଥିଲା । ପୁଲିସ ଦୁଇଟି ଗାଡ଼ିକୁ ଧାମନଦଙ୍ଗା ଗାଁ’ ନିକଟରେ ଅଟକାଇ ଶ୍ରମିକମାନଙ୍କୁ ଉଦ୍ଧାର କରିଥିଲା । ସମସ୍ତ ଶ୍ରମିକ ନର୍ଲା ଥାନା ଅନ୍ତର୍ଗତ ପାଜିବାହାଲ ଗାଁ’ ର ବୋଲି ସୂଚନା ମିଳିଛି । ଏମାନଙ୍କୁ ଚାଲାଣ କରୁଥିବା ମୁରିବାହାଲ ଡଙ୍ଗରପଡ଼ାର ସର୍ଦ୍ଦାର ଚୈତନ ମାର୍ଥୀ ଏବଂ ଭବାନୀପାଟଣାର ଦଲାଲ ଜଳେଶ୍ୱର ଜାନୀଙ୍କୁ ଅଟକ ରଖି ପୁଲିସ ତଦନ୍ତ ଆରମ୍ଭ କରିଛି । କଣ୍ଟାବାଞ୍ଜି ଥାନା ଅଧିକାରୀ ସତ୍ୟଜିତ କଣ୍ଡେଲକରଙ୍କ ନେତୃତ୍ୱରେ ଅନ୍ୟ ପୁଲିସ ଅଧିକାରୀ ଚଢ଼ଉ ସମୟରେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking