29.1 C
Bhubaneswar
Saturday, April 27, 2024
Homeଓଡିଶାନାବାଳିକା ବଳତ୍କାର ମାମଲା, ଦୋଷମୁକ୍ତ ହେଲେ ଅଭିଯୁକ୍ତ

ନାବାଳିକା ବଳତ୍କାର ମାମଲା, ଦୋଷମୁକ୍ତ ହେଲେ ଅଭିଯୁକ୍ତ

କଟକ: ଏକ ନାବାଳିକା ବଳତ୍କାର ମାମଲାରେ ନିମ୍ନ ଅଦାଳତ ପ୍ରଦାନ କରିଥିବା ଦଣ୍ଡାଦେଶରୁ ହାଇକୋର୍ଟ ତାକୁ ଦୋଷମୁକ୍ତ କରିଛନ୍ତି । ହାଇକୋର୍ଟ ଏହି ମାମଲାରେ ଆବେଦନକୁ ମଞ୍ଜୁରୀ କରିଛନ୍ତି । ସେହିପରି ପିଡିତାଙ୍କୁ ପିଡିତ କ୍ଷତିପୁରଣ ଯୋଜନାରେ ସହାୟତା ପ୍ରଦାନ କରାଯାଇଥିଲେ ତାଙ୍କଠାରୁ ତାହା େ‘ରସ୍ତ ନ ଆଣିବାକୁ ହାଇକୋର୍ଟ କହିଛନ୍ତି । ୨୦୧୪ ଅଗଷ୍ଟ ୨ ତାରିଖ ଦିନ ୧୨ଟା ସମୟରେ ଆସାମୀ ରବି ମୁଣ୍ଡା ଜଣେ ୧୨ ବର୍ଷୀୟା ନାବାଳିକାକୁ କେନ୍ଦୁଝର ଜିଲ୍ଲାର ନୟାକୋଟ ଥାନା ଅଧିନସ୍ଥ ଚିରାଗୁଣିଧୋଡା ଜଙ୍ଗଲରେ ବଳତ୍କାର କରିଥିଲା । ଏତଲଶ ପରେ ଏହି ମାମଲରେ ପୁଲିସ୍ ଅଭିଯୁକ୍ତକୁ ଗିରଫ କରିଥିଲା ।

ଏହା ପରେ ପୁଲିସ୍ ତା ବିରୋଧରେ ଅଭିଯୋଗ‘ର୍ଦ୍ଦ ଦାଖଲ କରିଥିଲା । କେନ୍ଦୁଝର ଅତିରିକ୍ତ ସେସନ୍ ଜଜ୍ ତଥା ପୋଷ୍କୋ କୋର୍ଟ ରବି ମୁଣ୍ଡାକୁ ୨୦୧୭ ନଭେମ୍ବର ୧୦ ତାରିଖରେ ଆଇପିସିର ୩୭୬(୨) ୧ ଏବଂ ପୋଷ୍କୋ ଆଇନର ୪ ଦଫାରେ ଦୋଷୀ ସାବ୍ୟବସ୍ତ କରି ୧୦ ବର୍ଷ ସଶ୍ରମ କାରଦଣ୍ଡ ଆଦେଶ ପ୍ରଦାନ କରିଥିଲେ । ଏଥିସହିତ ତାକୁ ୫ ହଜାର ଟଙ୍କା ଜରିମାନା ପ୍ରଦାନ କରିବାକୁ କହିଥିଲେ ।

ଜରିମାନା ଦେବାରେ ବିଫଳ ହେଲେ ତାକୁ ଆଉ ଅଧିକ ୧ ବର୍ଷ ସଶ୍ରମ କାରଦଣ୍ଡ ଭୋଗିବାକୁ ପଡିବ ବୋଲି କୋର୍ଟ କହିଥିଲେ । ସେହିପରି ପୋଷ୍କୋ ଆଇନର ୪ ଦଫାରେ ୭ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୩ ହଜାର ଟଙ୍କା ଜରିମାନା ପ୍ରଦାନ କରିବାକୁ ଆଦେଶ ଦେଇଥିଲେ । ଜରିମାନା ଦାଖଲ କରିବାରେ ବିଫଳ ହେଲେ ତାକୁ ଆଉ ଅଧିକ ୧ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ପ୍ରଦାନ କରିଥିଲେ । ନିମ୍ନ ଅଦାଲତଙ୍କ ଉକ୍ତ ଆଦେଶ ବିରୋଧରେ ରବି ହାଇକୋର୍ଟରେ ଆବେଦନ କରିଥିଲେ । ହାଇକୋର୍ଟ ତାକୁ ଏହି ମାମଲାରେ ଦୋଷମୁକ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking