27.8 C
Bhubaneswar
Friday, April 19, 2024
Homeଦେଶ ବିଦେଶତାମିଲନାଡୁରେ ନିଟ୍ ବ୍ୟବସ୍ଥା ବାତିଲ

ତାମିଲନାଡୁରେ ନିଟ୍ ବ୍ୟବସ୍ଥା ବାତିଲ

ଚେନ୍ନାଇ: ମେଡିକାଲ ପାଠ୍ୟକ୍ରମରେ ନାମ ଲେଖାଇବାକୁ ସର୍ବଭାରତୀୟସ୍ତରରେ ନିଟ୍ ( ନ୍ୟାସନାଲ ଏଣ୍ଟ୍ରାନ୍ସ କମ୍ ଏଲିଜିବିଲିଟୀ ଟେଷ୍ଟ) ପରୀକ୍ଷାର ବ୍ୟବସ୍ଥା କରାଯାଇଛି । ତେବେ ତାମିଲନାଡୁ ସରକାର ରାଜ୍ୟରେ ନିଟ୍ ବ୍ୟବସ୍ଥାକୁ ବାତିଲ କରିଛନ୍ତି । ଏଣିକି ରାଜ୍ୟରେ ଥିବା ମେଡିକାଲ କଲେଜଗୁଡିକରେ ଏମ୍‌ବିବିଏସ୍‌, ବିଡିଏସ୍ ଓ ହୋମିଓପ୍ୟାଥି ଭଳି ପାଠ୍ୟକ୍ରମରେ ନାମ ଲେଖାଇବାକୁ ନିଟ୍ ପରୀକ୍ଷାଫଳର ଆବଶ୍ୟକତା ପଡିବ ନାହିଁ । ଅପରପକ୍ଷରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷାଫଳକୁ ଭିତ୍ତିକରି ଛାତ୍ରଛାତ୍ରୀଙ୍କୁ ଏହି ସୁବିଧା ପ୍ରଦାନ କରାଯିବ ବୋଲି ଜଣାପଡିଛି । ସୋମବାର ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନଙ୍କ ଦ୍ୱାରା ଆଗତ ଏ ସଂକ୍ରାନ୍ତ ବିଲ୍ ତାମିଲନାଡୁ ବିଧାନସଭାରେ ଅନୁମୋଦିତ ହୋଇଥିବା ଜଣାପଡିଛି । କ୍ଷମତାସୀନ ଡିଏମ୍‌କେ ସମେତ ଏଆଇଏଡିଏମ୍‌କେ, ପିଏମ୍‌କେ ଓ କଂଗ୍ରେସ ବିଧାୟକମାନେ ଏହି ବିଲ୍ ସପକ୍ଷରର ଭୋଟ ଦେଇଥିବାବେଳେ ବିଜେପି ବିଧାୟକମାନେ ଏହାର ପ୍ରତିବାଦ କରିବା ସହ କକ୍ଷତ୍ୟାଗ କରିଥିଲେ । ମାଡ୍ରାସ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ନିଟ୍ ପରୀକ୍ଷାର ଆବଶ୍ୟକତା ନେଇ ରାଜ୍ୟ ସରକାରଙ୍କୁ ଏକ ରିପୋର୍ଟ ପ୍ରଦାନ କରିଛନ୍ତି । ଏହି ରିପୋର୍ଟକୁ ଆଧାର କରି ତାମିଲନାଡୁରେ ନିଟ୍ ବ୍ୟବସ୍ଥାକୁ ରଦ୍ଦ କରାଯାଇଥିବା ପ୍ରକାଶ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking