25.1 C
Bhubaneswar
Thursday, May 9, 2024
Homeଓଡିଶାଓସିଏ ଜୁନିୟର ଇନ୍‌ଟ୍ରାକ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍

ଓସିଏ ଜୁନିୟର ଇନ୍‌ଟ୍ରାକ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍

ବଲାଙ୍ଗିର (ଦେବାଶିଷ ମିଶ୍ର)-ସ୍ଥାନୀୟ ଗାନ୍ଧି ଷ୍ଟାଡିୟମ ଓ ରାଜେନ୍ଦ୍ର କଲେଜ ଖେଳ ପଡିଆଠାରେ ଅନୁଷ୍ଠିତ ଓସିଏ ଭିଜନ ୨୦୨୪ ଜୁନିୟର ଇଣ୍ଟ୍ରାକ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍ ଉଦ୍‌ଘାଟିତ ହୋଇଯାଇଛି । ଗାନ୍ଧୀଷ୍ଟାଡିୟମ ଠାରେ ହେଉଥିବା ପ୍ରଥମ ମ୍ୟାଚରେ ନାଏକ ଏକାଡେମୀ ଦଳ ୧୦ ଉଇକେଟରେ ୟଙ୍ଗଷ୍ଟୁଡେଣ୍ଟ ଦଳକୁ ପରାସ୍ତ କରିଛି । ନାଏକ କ୍ରିକେଟ ଦଳ ଟସ୍ ଜିଣି ପ୍ରଥମେ ୟଙ୍ଗ୍‌ଷ୍ଟୁଡେଣ୍ଟ ଦଳକୁ ବ୍ୟାଟିଂ କରିବା ପାଇଁ ଆମନ୍ତ୍ରଣ କରଥିଲେ । ୟଙ୍ଗଷ୍ଟୁଡେଣ୍ଟ ଦଳ ଏହି ୫୦ ଓଭର ବିଶିଷ୍ଟ ଖେଳକୁ ମାତ୍ର ୨୩ ଓଭରରେ ୫୫ ରନ୍ ସଂଗ୍ରହ କରି ଅଲଆଉଟ୍ ହୋଇଯାଇଥିଲେ । ଏକାଡେମୀ ଦଳ ତରଫରୁ ସଫଳ ବୋଲର ଭାବେ ଅମିତା ସରାଫ, ପ୍ରିତମ ମାଇତି ଓ ଆୟୁଷ ପାଣିଗ୍ରାହୀ ୩ଗୋଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ । ୫୬ରନ୍‌ର ଟାର୍ଗେଟକୁ ଏକାଡେମୀ ଦଳ ମାତ୍ର ୫ ଓଭରରେ କୌଣସି ଉଇକେଟ ନହରାଇ ସଂଗ୍ରହ କରି ବିଜୟୀ ହୋଇଥିଲେ । ଦଳ ପକ୍ଷରୁ ସର୍ବାଧିକ ଆୟୁଷ୍ମାନ ସାହୁ ଅପରାଜିତ ୪୦ରନ୍ ସଂଗ୍ରହ କରିଥିଲେ ।
ରାଜେନ୍ଦ୍ର ଖେଳପଡିଆଠାରେ ଚାଲିଥିବା ଦ୍ୱିତୀୟ ମ୍ୟାଚରେ ଭିକ୍ଟୋରିଅସ୍ ନବକିଶୋର ଦଳ ବିପକ୍ଷରେ ପ୍ରଥମେ ବ୍ୟଟିଂ କରି ୧୦୭ ରନ୍ ସଂଗ୍ରହ କରି ଅଲଆଉଟ୍ ହୋଇଯାଇଥିଲେ । ଭିକ୍ଟୋରିଅସ ଦଳ ପକ୍ଷରୁ ସ୍ୱପ୍ନା ମହାରଣା ୫୧ ରନ୍‌, କୁଦ୍ରତ୍ ନାଗ ୩୦ ରନ୍ ସଂଗ୍ରହ କରିଥିଲେ । ନବକିଶୋର ଦଳ ତରଫରୁ ସୌଭାଗ୍ୟ ପଟେଲ ସର୍ବାଧିକ ୫ଗୋଟି ଉଇକେଟ ଅକ୍ତିଆର କରିଥିଲେ । ଜବାବରେ ନବକିଶୋର ଦଳ ୬ ଉଇକେଟ ହରାଇ ଆବଶ୍ୟକ ୧୦୮ ରନ୍ ସଂଗ୍ରହ କରି ବିଜୟୀହୋଇଥିଲେ । ନବକିଶୋର ଦଳ ତରଫରୁ ସର୍ବାଧିକ ଅପରାଜିତ ରୋଶନ ସାଏ ୩୩ ଓ ସମର୍ଜିତ ପଟେଲ ୨୧ ରନ୍ ସଂଗ୍ରହ କରିଥିଲେ । ଭିକ୍ଟୋରିଅସ ଦଳ ତରଫରୁ କୁଦ୍ରତ ନାଗ ୫ଗୋଟି ଉଇକେଟ ଅକ୍ତିଆର କରିଥିଲେ । ଆଜିର ଏହି ଦୁଇଟି ମ୍ୟାଚକୁ ଓସିଏ ଅମ୍ପାୟାର ପୃଥ୍ୱୀରାଜ ମିଶ୍ର, ସମିର ପାଣିଗ୍ରାହୀ, ବିଶ୍ୱରଂଜନ ସିଂ, ସଂଜିବ କୁମାର ସାହୁ ପରିଚାଲନା କରିଥିବା ବେଳେ ଅନଲାଇନ ସ୍କୋରର୍ ଭାବରେ ରଜତ ଦାସ ଓ ସୁଶିଲ କୁମାର ସୁନ୍ଦରାୟ ଓ ମେନୁଆଲ ସ୍କୋରର୍ ଭାବେ ଚରଞ୍ଜିତ ସାହାଣି ଓ ରଶ୍ମିତା ଚିନାରା ଦାୟିତ୍ୱ ବହନ କରିଥିଲେ । ଆଜିର ଏହି ଉଦ୍‌ଘାଟନି ମ୍ୟାଚରେ ରାଜେନ୍ଦ୍ର କଲେଜ ଅଧ୍ୟକ୍ଷ ବିନୟ କୁମାର ଜେନା ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ପୁର୍ବତନ ଖେଳାଳି ବିଜୟ ବନ୍‌ସଲ, ସୁଧିର ଚନ୍ଦ୍ର ପଣ୍ଡା, ସତୃଘ୍ନ ସିଂ, ଅରୁଣ କୁମାର ନାଏକ, ଚେତନାନନ୍ଦ ପଣ୍ଡା, ଜିଲ୍ଲା କ୍ରିଡାସଂସଦର ସଭାପତି ଡ. ଶ୍ରୀକର ମିଶ୍ର, ସାଧାରଣ ସମ୍ପାଦକ ହରିନାରାୟଣ ପୁଜାରୀ, କ୍ରିକେଟ ସମ୍ପାଦକ ଓମପ୍ରକାଶ ଚାନ୍ଦ, ଉପସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ପ୍ରହ୍ଳାଦ ଶତପଥି ଓ ସହ ସମ୍ପାଦକ ପଦ୍ମ ଚରଣ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking