28.1 C
Bhubaneswar
Friday, March 29, 2024
Homeଓଡିଶାନେତାଜୀ ସଂଗ୍ରାମ ପରିଷଦ ୨୯ତମ ସୁବାଷ ପରବ ପାଳିତ

ନେତାଜୀ ସଂଗ୍ରାମ ପରିଷଦ ୨୯ତମ ସୁବାଷ ପରବ ପାଳିତ

ବଲାଙ୍ଗିର,(ଦେବାଶିଷ ମିଶ୍ର)- ଭାରତ ମାଟିର ଦୁଇଜଣ ବୀର ପୁରୁଷ ତଥା ବିଶିଷ୍ଟ ସ୍ୱାଧିନତା ସଂଗ୍ରମାୀ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ପୂଣ୍ୟ ଜନ୍ମତିଥିକୁ ବଲାଙ୍ଗୀର ର ଅଗ୍ରଣୀ ଅନୁଷ୍ଠାନ ନେତାଜୀ ସଂଗ୍ରାମୀ ପରିଷଦ ତରଫରୁ ସୁବାଷ ପରବ ଭାବରେ ପାଳିତ କରାଯାଇଥାଏ । ଏହି କ୍ରମରେ ପରିଷଦ ତରଫରୁ ୨୯ତମ ପ୍ରତିଷ୍ଠା ଦିବସ ବା ସୁବାଷ ପରବ ପାଳିତ ହୋଇଯାଇଛି । ପରିଷଦର ସଭାପତି ଲକ୍ଷ୍ମୀ ନାରାୟଣ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ନରସିଂହ ମିଶ୍ର ଯୋଗ ଦେଇ ସ୍ୱାଧିନତା ସଂଗ୍ରମାରେ ସୁବାଷ ବୋଷଙ୍କ ଭୂମିକା ସମ୍ପର୍କରେ ଅବତାରଣା କରିବା ସହିତ ଗାନ୍ଧୀ ଓ ସୁବାଷ ବୋଷଙ୍କ ମଧ୍ୟରେ ବୈଚାରିକ ମତ ପାର୍ଥକ୍ୟ ଥିବା କହିଥିଲେ । ତେବେ ଉଭୟଙ୍କର ଲକ୍ଷ୍ୟ ଥିଲା ଦେଶକୁ ବିଟ୍ରିଶ କବଳରୁ ମୁକ୍ତ କରିବା । ଉଭୟଙ୍କ ମଧ୍ୟରେ ବୈଚାରିକ ମତ ପାର୍ଥକ୍ୟ ଥିଲେ ଗାନ୍ଧୀଙ୍କ ପ୍ରତି ନେତାଜୀଙ୍କ ଯଥେଷ୍ଟ ସମ୍ମାନ ରହିଥିଲା । ଦେଶ ସ୍ୱାଧିନ ହେବାରେ ଉଭୟଙ୍କ ଗୁରୁତ୍ୱପୁର୍ଣ୍ଣ ଭୂମିକା ରହିଛି । ତେବେ ସାମ୍ପ୍ରତିକ ସମୟରେ ଦେଶରେ ବିଭିନ୍ନ ପ୍ରକାର ବିଶୃଙ୍ଖଳା ଦେଖା ଦେଇଛି । ଏହି ଦୃଷ୍ଟି କୋଣରୁ ଦେଶର ସଂବିଧାନକୁ ସୁରକ୍ଷିତ ରଖିବା ଆମ ସମସ୍ତଙ୍କ କର୍ତ୍ତବ୍ୟ । ଯେଉଁ ମହାନ ବ୍ୟକ୍ତିତ୍ୱମାନଙ୍କୁ ଆମେ ସ୍ମରଣ କରୁଛୁ ସେମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ଉଚିତ ବୋଲି ମଧ୍ୟ ଶ୍ରୀ ମିଶ୍ର କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ତଥା ପରିଷଦର ପ୍ରଥମ ସଭାପତି ଶଶୀଭୂଷଣ ପୁରେହିତ , ଦତ୍ତାନନ୍ଦ ପଣ୍ଡା ଓ ପରିଷଦର ଆବାହକ ବୀରେନ୍ଦ୍ର ବନଛୋର ପ୍ରମୁଖ ମଂଚାସୀନ ଥିଲେ । ଏହି ଅବସରରେ ଅଧ୍ୟାପକ ତଥା ଗବେଷକ ନବୀନ ବିଶ୍ୱବନ୍ଧୁଙ୍କୁ ଚଳିତ ବର୍ଷର ସୁବାଷ ସମ୍ମାନ ପ୍ରଦାନ କରାଯାଇଥିଲା । ସେହିପରି ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିିନ୍ନ ପ୍ରତିଯୋଗୀତାରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ଦିଆଯାଇଥିଲା । ବଲାଙ୍ଗୀରରେ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ପରିଷଦ ତରଫରୁ ଦାବି କରାଯାଇଥିଲା । ଅତିଥି ପରିଚୟ ପରିବେଷବିତ ଗୋପାଳ ହୋତ ପ୍ରଦାନ କରିଥିବା ବେଳେ ସମ୍ପାଦକ ଜଗନ୍ନାଥ ମହାଣା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । କୁନା ବାଗ ସ୍ୱାଗତ ଭାଷଣ ଦେଇଥିବା ବେଳେ ମାନପତ୍ର ପାଠ କରିଥିଲେ କବି ପ୍ରଦୀପ ମିଶ୍ର । ଏହା ପୂର୍ବରୁ ସକାଳେ ସ୍ଥାନୀୟ ଗାନ୍ଧି ନଗର ପଡାଠାରୁ ଏକ ଗଣଦୌଡ ଆରମ୍ଭ ହୋଇ ସୁବାଷ ବୋଷଙ୍କ ପ୍ରତିମୂର୍ତ୍ତିରେ ସମାପନ ହୋଇଥିଲା । ଏହି ଗଣଦୌଡରେ ୧୮୯ ବାଟାଲିୟନର ଜବାନ ତଥା ବିଭିନ୍ନ ମହାବିଦ୍ୟାଳୟର ଛାତ୍ରମାନେ ଅଂଶଗ୍ରହଣ କରିଥିଲେ । ଶେଷରେ ପ୍ରେରଣାର ସମ୍ପାଦକ ରଘୁ ନନ୍ଦନ ସିଂ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ ଘୋଷଣା କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking