36.1 C
Bhubaneswar
Monday, May 6, 2024
Homeଅପରାଧଆଜିଠୁ ରିମାଣ୍ଡରେ ଯିବ ରାକେଶ

ଆଜିଠୁ ରିମାଣ୍ଡରେ ଯିବ ରାକେଶ

ଭୁବନେଶ୍ୱର : ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାଏକ ମୃତ୍ୟୁ ମାମଲାର ଖୋଳତାଡ଼ ପାଇଁ ଝରାଫୁଲଙ୍କ ପୁରୁଷ ବନ୍ଧୁଙ୍କୁ ଆଜିଠାରୁ ରିମାଣ୍ଡରେ ନେବ ପୋଲିସ। ପୁରୁଷ ବନ୍ଧୁ ରାକେଶ ସ୍ୱାଇଁଙ୍କୁ ଯାଜପୁର ପୋଲିସ ୩ ଦିନିଆ ରିମାଣ୍ଡରେ ନେଇ ଘଟଣା ସମ୍ପର୍କରେ ଅଧିକ ପଚରାଉଚରା କରିବ ବୋଲି ଜଣାଯାଇଛି। ଏଥିପାଇଁ ଜିଲ୍ଲା ଓ ଦୌରାଜଜ୍ ଯାଜପୁର ପୋଲିସକୁ ଅନୁମତି ଦେଇଛନ୍ତି।

ଯାଜପୁର କୁଆଖିଆ ଅଞ୍ଚଳରୁ ମିଳିଥିଲା ଝରାଫୁଲଙ୍କ ମୃତଦେହ। ତା ସହ ଏକ ସିସିଟିଭି ଫୁଟେଜ୍ ବି ମିଳିଥିଲା। ଯେଉଁଥିରେ ଦୁଇ ଜଣ ବ୍ୟକ୍ତି ଝରାଫୁଲଙ୍କୁ ମୃତ ଅବସ୍ଥାରେ ସ୍କୁଟରରେ ବସାଇ ନେଉଥିବାର ଚିତ୍ର ରହିଛି। ତେଣୁ ରାକେଶ ସହ ଆଉ କିଏ ଏଥିରେ ସଂପୃକ୍ତ ଅଛନ୍ତି ? କେଉଁଠୁ ଏବଂ କେମିତି ଆସିଲା ମୃତଦେହ ? ଏସବୁ ଦିଗକୁ ଧରି ଯାଜପୁର ପୋଲିସ ରାକେଶଙ୍କୁ ପଚରାଉଚରା କରିବ ବୋଲି ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking