29.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗକୃଷକଙ୍କ ଚକାଜାମ ଡାକରା

କୃଷକଙ୍କ ଚକାଜାମ ଡାକରା

ନୂଆଦିଲ୍ଲୀ : କୃଷି ଆଇନକୁ ବିରୋଧ କରି ଆସନ୍ତା ୬ ତାରିଖରେ କୃଷକ ମାନେ ତିନିଘଣ୍ଟା ଚକାଜାମ କରିବା ପାଇଁ ଘୋଷଣା କରିଛନ୍ତି । ଆସନ୍ତା ୬ ତାରିଖ ଦିନ ମଧ୍ୟାହ୍ନ ୧୨ ଟାରୁ ୩ ଟା ପର୍ଯ୍ୟନ୍ତ ଚକାଜାମ ପାଳନ କରାଯିବ ବୋଲି ସଂଯୁକ୍ତ କିଶାନ ମୋର୍ଚ୍ଚା ମୂଖପାତ୍ର ରାକେଶ ଟିକାୟତ ଓ ଯୋଗେନ୍ଦ୍ର ଯାଦବ ସୂଚନା ଦେଇଛନ୍ତି ।

ଏକ ସାମ୍ବାଦିକ ସମ୍ମୀଳନୀରେ ଯୋଗ ଦେଇ କୃଷକ ମାନେ କହିଛିନ୍ତି ଯେ , ସରକାରଙ୍କ ପକ୍ଷରୁ ବିକ୍ଷୋଭ କରିବା ସ୍ଥାନରେ ପାଣି ବନ୍ଦ କରିଦିଆଯାଉଛି , ବିଦ୍ୟୁତ କାଟି ଦିଆଯାଉଛି । ଏହା ସହ ଇଣ୍ଟରନେଟ ମଧ୍ୟ କଟାଯାଇଛି । ବାରିକେଡ ଲଗାଇବା ସହିତ କୃଷକ ମାନଙ୍କୁ ହଇରାଣ କରାଯାଉଛି । ଟ୍ରେନରେ ବିକ୍ଷୋଭକୁ ଯୋଗ ଦେବାକୁ ଆସୁଥିବା ଟ୍ରେନୁ ଗୁଡିକୁ ବିନା କାରଣରେ ବାତିଲ କରାଯାଉଛି । ତେଣୁ ସରକାର ଆଲୋଚନା କରି ସମସ୍ୟାର ସମାଧାନ ବାହାର କରନ୍ତୁ ବୋଲି ଟିକାୟତ କହିଛନ୍ତି । କୃଷକ ମାନେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି ।

ସୂଚନାଯୋଗ୍ୟେଯେ, ସାଧାରଣତନ୍ତ୍ର ଦିବସରେ ପ୍ରଦର୍ଶନ କାରୀ ମାନଙ୍କ ହିଂସା ଯୋଗୁଁ ପୋଲିସ ୧୧୨ ଜଣଙ୍କୁ ଗିରଫ କରିବା ସହିତ ୪୪ ଟି ମାମଲା ରୁଜୁ କରିଛି । ଏହା ସହ ଅପପ୍ରଚାର କରୁଥିବା ୨୫୦ ଟି ଟ୍ୱିଟରକୁ ବ୍ଲକ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking