30.1 C
Bhubaneswar
Monday, May 6, 2024
Homeଓଡିଶାମିଳିତ ମଞ୍ଚ ତରଫରୁ ଓଡ଼ିଶା ଶିଳ୍ପ ମନ୍ତ୍ରାଳୟଙ୍କ ନିକଟରେ ଅଭିଯୋଗ

ମିଳିତ ମଞ୍ଚ ତରଫରୁ ଓଡ଼ିଶା ଶିଳ୍ପ ମନ୍ତ୍ରାଳୟଙ୍କ ନିକଟରେ ଅଭିଯୋଗ

ଯାଜପୁର(ଓଏନ) : ନୀଳାଚଳ ଇସ୍ପାତର ନିଜସ୍ୱ ଖଣି କାର୍ଯ୍ୟକ୍ଷମ କରି କାରଖାନାକୁ ଯଥାଶୀଘ୍ର ଚାଲୁ କରିବା ଏବଂ ସମସ୍ତ ବକେୟା ଦରମା ପ୍ରଦାନ ପାଇଁ ନୀଳାଚଳ ବଞ୍ଚାଅ ମିଳିତ ମଞ୍ଚ ତରଫରୁ ଓଡ଼ିଶା ଶିଳ୍ପ ମନ୍ତ୍ରାଳୟଙ୍କ ନିକଟରେ ଅଭିଯୋଗ କରାଯାଇଥିଲା । ଉକ୍ତ ଅଭିଯୋଗ ପତ୍ରରେ ଓଡିଶା ମହାମୋହିମ ରାଜ୍ୟପାଳଙ୍କ ନିର୍ଦ୍ଦେଶନାମାକୁ ଅଣଦେଖା କରିବା ବିଷୟର ଦର୍ଶାଯାଇ ନକଲ ସଲଗ୍ନ କରାଯାଇଥିଲା । ଦରମା ନମିଳିବାରୁ କର୍ମଚାରୀଙ୍କ ଅଭାବ ଜନିତ ଅନାହାର ମୃତ୍ୟୁ ଓ ଆତ୍ମହତ୍ୟା ସମ୍ପର୍କରେ ଅବଗତ କରାଯାଇଥିଲା ।

ଉକ୍ତ ଅଭିଯୋଗକୁ ଗୁରୁତର ସହିତ ଵିଚାର କରି ଓଡ଼ିଶାର ସ୍ଵାର୍ଥ ଓ ଜୀବନ ଜୀବିକାର ସୁରକ୍ଷା ପାଇଁ ସରକାରଙ୍କ ଇସ୍ପାତ ଓ ଖଣି ମନ୍ତ୍ରାଳୟ ତରଫରୁ ନୀଳାଚଳ ନିର୍ଦ୍ଦେଶକ ଏବଂ ମୁଖ୍ୟ ଅଂଶୀଦାର ଏମଏମଟିସି କୁ ନିର୍ଦ୍ଦେଶ ଦିଆଯାଇଛି । ଉକ୍ତ ନିର୍ଦ୍ଦେଶନାମାର ନକଲ ପତ୍ର ଓଡ଼ିଶାର ମୁଖ୍ୟ ଶାସନ ସଚିବ, ମହାମୋହିମ ଭାରତର ରାଷ୍ଟ୍ରପତିଙ୍କ ଏବଂ ମିଳିତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ବିଭିନ୍ନ ସାମାଜିକ ସଂଗଠନମାନଙ୍କ ସମର୍ଥନରେ ସଂଗ୍ରାମ କରିଆସୁଥିବା ନୀଳାଚଳ ବଞ୍ଚାଅ ମିଳିତ ମଞ୍ଚର ଆବାହକ ରଞ୍ଜନ କୁମାର ନାୟକଙ୍କ ନିକଟକୁ ପଠାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking