28.1 C
Bhubaneswar
Saturday, April 27, 2024
Homeଓଡିଶାଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସାମ୍ନାରେ ଶହ ଶହ ସ୍ବାସ୍ଥ୍ୟକର୍ମୀଙ୍କ ଧାରଣା

ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସାମ୍ନାରେ ଶହ ଶହ ସ୍ବାସ୍ଥ୍ୟକର୍ମୀଙ୍କ ଧାରଣା

ଜୟପୁର : କୋରାପୁଟ ଜିଲ୍ଲାରେ କୋରନା ମହାମାରୀ ଦିନକୁ ଦିନ ଉର୍ଗରୁପ ଧାରଣକରିବା ସହ ରୋଗିଙ୍କ ସଂଖ୍ୟା ପ୍ରତ୍ୟେହ ଵୁବ୍ଦି ପାଉଥିବା ବେଳେ ମହାମାରୀର ଉଚିତ ମୁକାବିଲା କରିବାକୁ ବିଭିନ୍ନ ଅଞ୍ଚଳରେ ନୂତନ ନିଯୁକ୍ତିମାନ ଦିଆଯାଇଥିଲା। ଏହି ନିଯୁକ୍ତି କ୍ରମେ କୋରାପୁଟ ଜିଲ୍ଲା ବିଭିନ୍ନ ଅଞ୍ଚଳରୁ ମହିଳା ସ୍ଵାସ୍ଥ୍ୟକର୍ମୀମାନେ ଯୋଗଦେଇଥିଲେ। ୨ମାସ କାର୍ଯ୍ୟ କଳରଚୁକ୍ତିନାମା କ୍ରମେ ଯୋଗଦେଇଥିବା ଉକ୍ତ ମହିଳାମାନଙ୍କୁ ବର୍ତ୍ତମାନ କୋରାପୁଟ ଜିଲ୍ଲାପାଳ କାର୍ଯ୍ୟରୁ ବହିଷ୍କୃତ କରିଚୋନ୍ତି । କୋରାପୁଟ ଜିଲ୍ଲାର ଶତାଧିକ ମହିଳା ଏଏନଏମ କୋରାପୁଟ ଯାଇ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଉକ୍ତ ଦାବୀପତ୍ରରେ ଏଏନଏମ ପଦରୁ ବହିଷ୍କୃତ କୋରାପୁଟ ଜିଲ୍ଲାର ସମସ୍ତ ଏଏନଏମ ମାନଙ୍କୁ ପୁନଃ ନିଯୁକ୍ତି ଦେବାପାଇଁ ଦାବି କରାଯାଇଛି। ତେବେ ଜିଲ୍ଲାପାଳ ଉକ୍ତ ଦାବୀପତ୍ରକୁ ସରକାରଙ୍କ ନିକଟକୁ ପଠାଇ ପରବର୍ତ୍ତୀ ନିର୍ଦ୍ଦେଶକୁ ଅପେକ୍ଷା କରିବାକୁ ପରାମର୍ଶ ଦେଇଥିବା ଜଣାଯାଇଛି। ତେବେ ଏଠାରେ ପ୍ରଶ୍ନ ଉଠୁଛି ଉକ୍ତ ନବନିଯୁକ୍ତ ଏଏନଏମମାନଙ୍କୁ ଦୁଇ ମାସର ସମୟ ଦେଇ ମାତ୍ର ୨୮ ଦିନ ମଧ୍ୟରେ ଦରମା ନଦେଇ ପଦଚ୍ୟୁତ କରାଯିବା କେତେ ଦୂର ଯୁକ୍ତିଯୁକ୍ତ। ଏଠାରେ ଉଲ୍ଲେଖ କରାଯାଇପାରେ ଉକ୍ତ ଏଏନଏମ ମହିଳାମାନେ କାର୍ଯ୍ୟରେ ଯୋଗଦେବାପରେ ନିଜ ଛୋଟ ଛୋଟ ସନ୍ତାନ ଏବଂ ଘରଦ୍ୱାର ଭୁଲିଯାଇ, ନିଜ ଜୀବନକୁ ବାଜି ଲଗାଇ କରୋନା ରୋଗୀଙ୍କୁ ଚିକିତ୍ସା ପାଇଁ ଦୁର୍ଗମ ପଥଦେଇ କରୋନା ରୋଗୀଙ୍କ ନିକଟକୁ ପହଞ୍ଚି ଯାଉଥିଲେ । ଅନ୍ୟ ଜିଲ୍ଲାରେ କାମ କରୁଥିବା କୋରାପୁଟ ଜିଲ୍ଲାର କିଛି ମହିଳା ଉକ୍ତ ନିଯୁକ୍ତି ଖବର ପାଇ କୋରାପୁଟ ଜିଲ୍ଲାକୁ ଲେଉଟି ଆସିଥିବା ବେଳେ ଆଉ କିଛି ମହିଳା ନିଜ ନିଜ କାର୍ଯ୍ୟ ତୁଲାଇବାକୁ ଫାଇନାନ୍ସରେ ସ୍କୁଟି ନେଇ ହଟହଟା ହେଉଥିବା ଦେଖିବାକୁ ମିଳୁଛି କିଛି ଏଏନଏମଙ୍କ ବୟସ ସୀମା ଅତିକ୍ରମ କରିବାକୁ ଥିବାବେଳେ ସରକାର ତୁରନ୍ତ ପୁନ ନିଯୁକ୍ତି ଦେବାକୁ ଦାବୀ ହେଉଛି। ଧାରଣାରତ ଏଏନଏମମାନଙ୍କୁ ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ କିଛି ଦିନ ମଧ୍ୟରେ ଅଳ୍ପ ଅଳ୍ପ କରି ନିଯୁକ୍ତ ଦେବାକୁ ପ୍ରତିଶ୍ରୁତି ଦେବାପରେ ସେମାନେ ଧାରଣାରୁ ଓହରି ଥିଲେ। ରାଜ୍ୟ ସରକାର ଏ ଦିଗରେ ବିଚାର କରି ତୁରନ୍ତ ସକାରାତ୍ମକ ପଦକ୍ଷେପ ଗ୍ରହଣ କୋରୀବା ଆବଶ୍ୟକ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking