27.1 C
Bhubaneswar
Thursday, April 25, 2024
Homeଅପରାଧପତ୍ନୀର ପରକିୟା ପ୍ରିତି ନେଲା କି ପତିର ଜୀବନ ??? ଏମିତି ଏକ ଲୋମ ଟାଙ୍କୁରା...

ପତ୍ନୀର ପରକିୟା ପ୍ରିତି ନେଲା କି ପତିର ଜୀବନ ??? ଏମିତି ଏକ ଲୋମ ଟାଙ୍କୁରା ଘଟଣାର ଟୁପୁର ଟାପର ଖବର ଘୁରିବୁଲୁଛି ଏତୁଣ୍ଡରୁ ସେତୁଣ୍ଡ

କେନ୍ଦ୍ରାପଡା : ପିଲା ଦିନରୁ ନିଜ ଭଣଜାକୁ ପୁଅ ପରି ନିଜ ଘରେ ରଖି ଲାଳନ ପାଳନ କରି ପାଠସାଠ ପଢାଇ ବଡ ମଣିଷ କଲେ ମାମୁଁ । ଭଣଜା ବଡ ମଣିଷ ହୋଇ ଚାକିରୀ କଲା । ଟଙ୍କା ରୋଜଗାର କଲା । ବେରୋଜଗାରୀ ମାମୁଁଙ୍କ ପତ୍ନୀ ତଥା ମାଇଁ ଉପରେ ପାପନଜର ପକାଇ ଚାଲିଥିଲା ଭଣଜା । ଶେଷରେ ମାଇଁ ଭଣଜାଙ୍କ ପାପ ପ୍ରଣୟ ଏବେ ମାମୁଁଙ୍କ ଜୀବନ ନେଇଛି ବୋଲି ଚର୍ଚ୍ଚା ଯୋର ଧରିଛି
ଏ ନଥିଲା ରାଧା ମାଇଁ ଓ ଭଣଜା କୃଷ୍ଣଙ୍କ ଶାଶ୍ବତ ପ୍ରେମର ସମ୍ପର୍କ । ଏଥିରେ ରହିଥିଲା ଦୈହିକ ପ୍ରେମ ଆଉ ପାପ ପ୍ରଣୟର କଳଙ୍କ । ମାଇଁ ଭଣଜାଙ୍କ ପାପ ପ୍ରଣୟ ଯେ ମାମୁଁଙ୍କ ଜୀବନ ନେବ ତାହା କେହି ବିଶ୍ବାସ କରି ପାରୁନଥିଲେ ମଧ୍ୟ ସତ ବୋଲି ଚର୍ଚ୍ଚା ହେବାରେ ଲାଗିଛି । ଏମିତି ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲାର ନିକିରାଇ ଥାନା ଅଞ୍ଚଳରେ ବୋଲି କୁହାଯାଉଛି । ପିଲାଟି ଦିନରୁ ଭଣଜାକୁ କାଖେଇ କୋଳେଇ ଛୋଟରୁ ବଡ କରିଥିଲା ମାମୁଁ । ପାଠସାଠ ପଢାଇ ବଡ କରିଥିଲା । ଭଣଜା ଚାକିରୀ କରି ଦରମା ପାଇଲା । ବେରୋଜଗାରୀ ସ୍ବାମୀଙ୍କୁ ଅଣଦେଖା କରୁଥିଲା ସ୍ତ୍ରୀ । ଭଣଜା ପାଖରେ ବିଡାବିଡା ଟଙ୍କା ଦେଖି, ସ୍ବାମୀଙ୍କ ଠାରୁ ମନ ଫେରାଇ ଭଣଜା ସହିତ ଯୋଡି ଦେଇଥିଲା ମାଇଁ । ମାଇଁ ଭଣଜାଙ୍କ ପାପ ସମ୍ପର୍କର କାହାଣୀ ଗାଁ ସାରା ଘୁରି ବୁଲୁଥିଲା । ବାଟରେ ଘାଟରେ ଲୋକେ କୁହାକୁହି ହେଲେ । ଶୁଣି ଶୁଣି କାନ ବଧିରା ହୋଇଯାଉଥିଲା ବିଚାରା ସ୍ବାମୀଙ୍କର । ଦୁଇ ଦିନ ତଳେ ଗାଁ ଦାଣ୍ଡର ଏହି ଶୁଣା କାହାଣୀ କୁଆଡେ ସତରେ ନିଜ ଆଖିରେ ଦେଖିଲା ସ୍ବାମୀ । ମାଇଁ ସହ ଭଣଜାର ପାପ ପ୍ରଣୟର ଦୃଶ୍ୟ ଦେଖି ମାମୁଙ୍କର ହୋସ୍ ଉଡିଯାଇଥିଲା । ଧର୍ଯ୍ୟଧରି ପାରିଲେନି । ସ୍ତ୍ରୀର ପରକିୟା ପ୍ରୀତିକୁ ନିଜ ଆଖିରେ ଦେଖି ସ୍ବାମୀ କିପରି ବରଦାସ୍ତ କରିଥାନ୍ତା ? ଏକଥା ଉଚରା କରିବାରୁ କୁଆଡେ ମାଇଁ ଓ ଭଣଜା ମିଶି ଆକ୍ରମଣ କରିଥିଲେ ମାମୁଁଙ୍କୁ । ଦୁହିଙ୍କ ଆକ୍ରମଣରେ ଗୁରୁତର ମାମୁଁଙ୍କୁ କଟକର କେଉଁ ଏକ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ଶବ ପହଞ୍ଚିଥିଲା ଗାଁରେ । ଲୋକେ ଟୁପୁର ଟାପର ହେଲେ ବିଚରାକୁ ବାଡେଇ ବାଡେଇ ମାରିଦେଲେ ଏ ମାଇଁ ଭଣଜା । ହେଲେ ଥାନାରେ ଅଭିଯୋଗ କେହି କଲେନି । କୌଣସି ସୂତ୍ରରୁ ଖବର ପାଇ କୁଆଡେ ନିକିରାଇ ଥାନାର କେହି ଜଣେ କର୍ମଚାରୀ ସେଠାରେ ପହଞ୍ଚିଥିଲେ । ହେଲେ କିଛି କଲେନି । ଶେଷରେ ଗାଁ ଲୋକେ ଶବକୁ ନେଇ ଗାଁ ଶ୍ମଶାନରେ ଜୁଇରେ ନିଆଁ ଦେଇଦେଲେ । ମାମୁଁଙ୍କୁ ମୃତ୍ୟୁ ବେଳେ ଭଣଜାର ଅନୁପସ୍ଥିତି ଘଟଣାକୁ ଆହୁରି ସତେଜ କରିଦେଇଛି । ଲୋକଙ୍କ ତୁଣ୍ଡରେ ଏବେ ଏ କଳିଯୁଗ ରାଧା ମାଇଁ ଓ କୃଷ୍ଣ ଭଣଜାଙ୍କ କାହାଣୀ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking