ଭୁବନେଶ୍ୱର ତା ୨୫.୧୧ – କଂଗ୍ରେସ ଦଳ ପ୍ରତି ଦୃଢ଼ ଆସ୍ଥା ପ୍ରକଟ କରି ଓ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବା ପାଇଁ ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ୱରେ ଜଟଣୀ ବଜରଙ୍ଗୀ ସେବା ସଂଗଠନର କର୍ମକର୍ତା ଶ୍ରୀ ପ୍ରଶାନ୍ତ ସାହୁ ତାଙ୍କ ସମର୍ଥକମାନଙ୍କ ସହ କଂଗ୍ରେସ ଦଳରେ ବିଧିବଦ୍ଧ ଭାବେ ଯୋଗ ଦେଇଥିଲେ । ଏହି ଅବସରରେ କଂଗ୍ରେସ ଭବନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଶ୍ରୀ ସାହୁଙ୍କୁ ସ୍ୱାଗତ କରି କଂଗ୍ରେସ ଦଳରେ ଗ୍ରହଣ କରି ନେଇଥିଲେ ।