30.1 C
Bhubaneswar
Saturday, May 4, 2024
Homeଦେଶ ବିଦେଶଜମ୍ମୁ-କଶ୍ମୀର ସରକାରଙ୍କ ନିଷ୍ପତ୍ତି : ପୁଲିସ ପଦକରୁ ହଟିଲା ଶେଖ୍ ଅବଦୁଲ୍ଲାଙ୍କ ଫଟୋ

ଜମ୍ମୁ-କଶ୍ମୀର ସରକାରଙ୍କ ନିଷ୍ପତ୍ତି : ପୁଲିସ ପଦକରୁ ହଟିଲା ଶେଖ୍ ଅବଦୁଲ୍ଲାଙ୍କ ଫଟୋ

ଶ୍ରୀନଗର: ଜମ୍ମୁ-କଶ୍ମୀରରେ କାର୍ଯ୍ୟରତ ପୁଲିସ କର୍ମୀଙ୍କୁ ପ୍ରଦାନ କରାଯାଉଥିବା ସାହସିକତା ପଦକରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଶେଖ୍ ଅବଦୁଲ୍ଲାଙ୍କ ଫଟୋକୁ ହଟାଇ ଦିଆଯାଇଛି । ଏଣିକି ପଦକରେ ଜାତୀୟ ପ୍ରତୀକ ‘ଅଶୋକ ଚକ୍ର’କୁ ସ୍ଥାନିତ କରିବାକୁ ଜମ୍ମୁ-କଶ୍ମୀର ପ୍ରଶାସନ ମଙ୍ଗଳବାର ଘୋଷଣା କରିଛନ୍ତି । ଏଥିପାଇଁ ‘ଜମ୍ମୁ-କଶ୍ମୀର ପୁଲିସ ପଦକ ଯୋଜନା’ ଆଇନର ଧାରା ୪କୁ ସଂଶୋଧନ କରାଯାଇଛି ବୋଲି ଗୃହ ସଚିବ ଆର.କେ.ଗୋଏଲ ସୂଚନା ଦେଇଛନ୍ତି । ପଦକର ଅପରପାଶ୍ୱର୍ରେ ‘ଜମ୍ମୁ-କଶ୍ମୀର ପୁଲିସ ସାହସିକତା ପଦକ’ ଲେଖା ରହିବ ବୋଲି ଜଣାପଡିଛି । ସୂଚନାଯୋଗ୍ୟ ଶେଖ୍ ଅବଦୁଲ୍ଲା ୧୯୩୨ରେ ‘ନ୍ୟାସନାଲ କନ୍‌ଫରେନ୍ସ’ ଦଳ ଗଠନ କରିଥିବାବେଳେ ୧୯୭୫ରୁ ୧୯୮୨ ପର୍ଯ୍ୟନ୍ତ ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking