33.1 C
Bhubaneswar
Thursday, April 25, 2024
Homeଖେଳଚେସେବଲ୍ ମାଷ୍ଟର୍ସ ସେମିରେ ପ୍ରଜ୍ଞାନାନନ୍ଦ

ଚେସେବଲ୍ ମାଷ୍ଟର୍ସ ସେମିରେ ପ୍ରଜ୍ଞାନାନନ୍ଦ

ଚେନ୍ନାଇ : ଯୁବ ଭାରତୀୟ ଗ୍ରାଣ୍ଡ୍‌ମାଷ୍ଟର୍ ଆର୍ ପ୍ରଜ୍ଞାନାନନ୍ଦ ଚୀନ୍‌ର ୱେଇ ୟି’ଙ୍କୁ ୨.୫-୧.୫ରେ ହରାଇ ମେଲ୍ଟୱାଟର୍ ଚାମ୍ପିଅନ୍ସ ଚେସ୍ ଟୁର୍ଣ୍ଣାମେଣ୍ଟ ଚେସେବଲ୍ ମାଷ୍ଟର୍ସ ୨୦୨୨ ଅନ୍‌ଲାଇନ୍ ଟୁର୍ଣ୍ଣାମେଣ୍ଟ୍‌ର ସେମିରେ ପ୍ରବେଶ କରିଛନ୍ତି । ୧୬ ବର୍ଷୀୟ ପ୍ରଜ୍ଞାନାନନ୍ଦ ସେମିଫାଇନାଲ୍‌ରେ ନେଦରଲାଣ୍ଡ୍‌ସର ଅନିଶ ଗିରିଙ୍କୁ ଭେଟିବେ । ସେହିପରି ଦ୍ୱିତୀୟ ସେମିଫାଇନାଲ୍‌ରେ ବିଶ୍ୱର ନଂ.୧ ମ୍ୟାଗ୍ନସ କାର୍ଲସନ୍ ଚୀନ୍‌ର ଡିଙ୍ଗ୍ ଲିରେନ୍‌ଙ୍କୁ ଭେଟିବେ । ସୋମବାର ୟି’ଙ୍କ ବିପକ୍ଷ କ୍ୱାର୍ଟର୍ ଫାଇନାଲ୍‌ରେ ଭାରତୀୟ ଷ୍ଟାର୍ ପ୍ରଥମ ଗେମ୍‌କୁ ୯୦ ବାଜି ପରେ ଜିତିନେଇଥିଲେ ।

ଏହି ଉନ୍ନତ ପ୍ରଦର୍ଶନ ବଜାୟ ରଖି ଚାରି ଗେମ୍ ବିଶିଷ୍ଟ ମ୍ୟାଚ୍‌ର ଦ୍ୱିତୀୟ ଗେମ୍ ସୁଦ୍ଧା ସେ ୨-୦ରେ ଆଗୁଆ ରହିଥିଲେ । ତେବେ ତୃତୀୟ ଗେମ୍‌ରେ ଚୀନ୍ ଖେଳାଳି ପ୍ରତ୍ୟାବର୍ତ୍ତନ କରି ବିଜୟୀ ହୋଇଥିଲେ । ମାତ୍ର ଚତୁର୍ଥ ଗେମ୍ ଡ୍ର’ ରହିବା ଫଳରେ ପ୍ରଜ୍ଞାନାନନ୍ଦ ସେମି ଖେଳିବାକୁ ଯୋଗ୍ୟତା ପାଇଥିଲେ । ଷଷ୍ଠ ରାଉଣ୍ଡ୍‌ରେ ସେ କାର୍ଲସନ୍‌ଙ୍କୁ ହରାଇଥିଲେ । ଅନିଶ, କାର୍ଲସନ୍ ଓ ଡିଙ୍ଗ୍ ଲିରେନ୍‌ଙ୍କ ପରେ ପ୍ରାରମ୍ଭିକ ପର୍ଯ୍ୟାୟରେ ସେ ଚତୁର୍ଥ ସ୍ଥାନରେ ରହିଥିଲେ । ୧୬ ଖେଳାଳି ବିଶିଷ୍ଟ ଟୁର୍ଣ୍ଣାମେଣ୍ଟ୍‌ରେ ଅନ୍ୟ ଦୁଇ ଭାରତୀୟ ଖେଳାଳି ପି ହରିକ୍ରିଷ୍ଣା ଓ ବିଦିତ୍ ଗୁଜୁରାଟୀ ଶୀର୍ଷ ୮ରୁ ବାଦ୍ ପଡ଼ିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking