31.1 C
Bhubaneswar
Monday, May 6, 2024
Homeଅପରାଧଶ୍ୱଶୁର ଘରର ଜିଦ୍‌ ଯୋଗୁ ଜ୍ୱାଇଁର ହେଲା କିଛି ଏପରି ଜାଣିଲେ ଉଡିଯିବ ହୋଶ

ଶ୍ୱଶୁର ଘରର ଜିଦ୍‌ ଯୋଗୁ ଜ୍ୱାଇଁର ହେଲା କିଛି ଏପରି ଜାଣିଲେ ଉଡିଯିବ ହୋଶ

ନୂଆଦିଲ୍ଲୀ : ବିବାହର ୯ ଦିନ ପରେ ମାନସିକ ଭାରସାମ୍ୟ ହରାଇ ଜୀବନ ହାରିଦେଲେ ଜଣେ ଯୁବକ । ଶ୍ବଶୁର ଘରର ଜିଦ୍‌ ଯୋଗୁ ସେ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ଜୋର ଧରିଛି । ପତ୍ନୀକୁ ତାଙ୍କ ପରିବାର ଲୋକେ ନ ଛାଡ଼ିବାରୁ କୀଟନାଶକ ପିଇ ଯୁବକ ଜଣକ ଆତ୍ମହତ୍ୟା କରିଛନ୍ତି । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।  ସଂଜିତ ହାଲ୍‌ଦାର ଗତ ୧୪ ତାରିଖ ଦିନ ବୋଇଲାପାରି ଗ୍ରାମର ଗାୟତ୍ରୀ ପଡ଼ିଆମୀଙ୍କୁ ପ୍ରେମ ବିବାହ କରିଥିଲେ ।

୧୬ ତାରିଖ ଦିନ ଗାୟତ୍ରୀଙ୍କୁ ତାଙ୍କ ପରିବାର ଲୋକେ ଘରକୁ ନେଇ ଯାଇଥିଲେ । ସଂଜିତ୍‌ ତାଙ୍କ ଶ୍ବଶୁର ଘରକୁ ପତ୍ନୀଙ୍କୁ ଆଣିବାକୁ ଯାଇଥିଲେ ମଧ୍ୟ ସେମାନେ ତାଙ୍କୁ ଛାଡ଼ି ନଥିଲେ । ଏ ନେଇ ୨୦ ତାରିଖରେ ଗ୍ରାମରେ ଏକ ସଭା ଅନୁଷ୍ଠିତ ହୋଇଥିଲା । କିନ୍ତୁ ବୈଠକରେ କୌଣସି ସୁଫଳ ମିଳିନଥିଲା । ଏ ନେଇ ସଂଜିତ୍‌ ମାନସିକ ଭାରସାମ୍ୟ ହରାଇବା ସହ ନିଜ ଚାଷଜମିକୁ ଯାଇ କୀଟନାଶକ ପିଇ ଦେଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ  ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ତାଙ୍କର ସେଠାରେ ମୃତ୍ୟୁ ଘଟିଥିଲା । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ମାମଲା ରୁଜୁ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking