28.1 C
Bhubaneswar
Saturday, April 27, 2024
Homeଓଡିଶାଅଚଳ ହୋଇ ପଡିଛି ଶିଳ୍ପ ସଂସ୍ଥା

ଅଚଳ ହୋଇ ପଡିଛି ଶିଳ୍ପ ସଂସ୍ଥା

ଯାଜପୁର: ବିଗତ ବର୍ଷରେ ଯାଜପୁର ସହରର ମଧ୍ୟଭାଗରେ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ  ବିରଜା ତେଲକଳ ଓ କାଷ୍ଟ କାରଖାନାର ପରିଚାଳନାଗତ ତୃଟି ଯୋଗୁ ଏବେ ଭୁତ କୋଠିରେ ପରିଣତ ହୋଇଛି । କିଛି ଆସାଧୁ ଅଧିକାରୀଙ୍କ ଚକ୍ରାନ୍ତ ଓ ମୁନାଫାଖୋର ନିତି ଯୋଗୁଁ କାରଖାନା ରୁଗ୍ନ ହୋଇପଡିଥିବା ବେଳେ ଏହାର ଅନେକ ଜମି ଏବେ ଜବର ଦଖଲରେ ରହିଥିବା ନେଇ ଅଭିଯୋଗ କରିଛି ଯୁବ କଂଗ୍ରେସ ସଂଗଠନ । ସେହିପରି କାରଖାନାକୁ ରୁଗ୍ନ ବୋଲି ଦର୍ଶାଯାଇ ବହୁ ମୁଲ୍ୟର ଯନ୍ତ୍ରାଶ ଗୁଡିକୁ ଶାଗମାଛ ଦରରେ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ଅଂଚଳର ବିକାଶ ସହିତ ବେକାରୀ ଯୁବକ ଯୁବତୀମାନଙ୍କୁ ନିଯୁକ୍ତିର ସୁଯୋଗ ସୃଷ୍ଟି କରିବା ଲକ୍ଷରେ ତତକାଳିନ ସରକାର ଏହି ଶିଳ୍ପ ସଂସ୍ଥା ମାନ ଗଡିଥିଲେ । ହେଲେ ଦୀର୍ଘ ବର୍ଷ ହେଲା ଏଗୁଡିକ ଅଚଳ ହୋଇପଡିଛି । ଫଳରେ ଅନେକ ଯୁବକ ଯୁବତୀ ଚାକିରି ହରାଇବା ସହିତ ବେକାର ହୋଇଛନ୍ତି । ଦାୟିତ୍ୱରେ ଥିବା ଅଧିକାରୀଙ୍କ ଖାମଖିଆଲ ନିତି ଯୋଗୁ ଏହି କ୍ଷୁଦ୍ର ଶିଳ୍ପ ଗୁଡିକ ଅଚଳ ହୋଇଥିବା ଅଭିଯୋଗ କରିଛି ଯୁବ କଂଗ୍ରେସ । ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବା ସହ ବେଆଇନ ଜବର ଦଖଲକୁ ଉଛେଦ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବାକୁ ଯୁବ କଂଗ୍ରେସ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking