28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଦିଲ୍ଲୀ ଶ୍ରୀ ଅଭିରାମ ସାଂସ୍କୃତିକ କେନ୍ଦ୍ରର ସ୍ଥାପନା ଦିବସ ପାଳନ

ଦିଲ୍ଲୀ ଶ୍ରୀ ଅଭିରାମ ସାଂସ୍କୃତିକ କେନ୍ଦ୍ରର ସ୍ଥାପନା ଦିବସ ପାଳନ

ନୂଆଦିଲ୍ଲୀ, ତା: ୬.୧୧.: ଦିଲ୍ଲୀର ଆଡ଼ଚିନି ସ୍ଥିତ ଶ୍ରୀ ଶ୍ରୀ ଅଭିରାମ ସାଂସ୍କୃତିକ କେନ୍ଦ୍ର ତରଫରୁ ଏହାର ସ୍ଥାପନା ଦିବସ ଏବଂ ବାର୍ଷିକ ଉତ୍ସବ ନିକଟରେ ପାଳନ କରାଯାଇଛି । ଏହି ଉପଲକ୍ଷେ ଆଡ଼ଚିନି ଗାଆଁର ୮୪ ନମ୍ବର ଠାରେ ଥିବା ଠାକୁର ଶ୍ରୀ ଅଭିରାମ ମନ୍ଦିର ଠାରେ ବଡ଼ି ଭୋରରୁ ମଙ୍ଗଳ ଆଳତୀ, ଷୋଡ଼ଶ ଉପଚାର ପୂଜା, ଭଜନ କୀର୍ତ୍ତନ ତଥା ପ୍ରସାଦ ସେବନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମାଙ୍ଗଳିକ ସମାରୋହରେ ଦିଲ୍ଲୀ ଓ ଜାତୀୟ ରାଜଧାନୀ କ୍ଷେତ୍ରରେ ବସବାସ କରୁଥିବା ବହୁ ଭକ୍ତ ପରିବାର ସମେତ ଉପସ୍ଥିତ ଥିବା ଓ ଶ୍ରୀ ଠାକୁରଙ୍କର ଐଶ୍ୱରିକ ସଭାର ଆନନ୍ଦ ଆସ୍ଵାଦନ କରିବା ସହିତ ଆଶୀର୍ବାଦ ଲାଭ କରିଥିବା ଜଣାଯାଇଛି । ଏହି ଅବସରରେ ଶ୍ରୀହରି ସୁର ଝଙ୍କାର ଦ୍ୱାରା ପରିବେଷିତ ମନ୍ତ୍ରମୁଗଧକର ଓ ମର୍ମସ୍ପର୍ଶୀ ଭଜନମାଳା ସମଗ୍ର ପରିବେଶକୁ ଭକ୍ତିପୂତ କରିବା ସାଙ୍ଗକୁ ଉପସ୍ଥିତ ଶ୍ରଦ୍ଧାଳୁ ମାନଙ୍କୁ ଅନନ୍ୟ ଆଧ୍ୟାତ୍ମିକ ଭାବାବେଗ ହୃଦୟଙ୍ଗମ କରିବାର ସୁଯୋଗ ପ୍ରଦାନ କରିଥିବା ଦେଖାଯାଇଥିଲା ।

ଏହି ଧାର୍ମିକ ସମାବେଶରେ ଝିଲିମିଲି କଲୋନୀ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଭାପତି ବରିଷ୍ଠ ଆଇନଜୀବୀ ସୁକାନ୍ତ କୁମାର ବିଶ୍ୱାଳ,କର୍ମକର୍ତ୍ତା ଅଭୟ କୁମାର ମହାନ୍ତି, ରବିନାରାୟଣ ସାମଲ ଓ ରୀମା ପଟ୍ଟନାୟକ ପ୍ରମୁଖ ବିଶିଷ୍ଟ ଅତିଥି ଭାବରେ ଯୋଗ ଦେଇଥିଲେ । କୋଭିଡ ନିୟମକୁ ସଠିକଭାବେ ପାଳନ କରାଯାଇ ଭକ୍ତଙ୍କ ସଂଖ୍ୟାକୁ ସୀମିତ ରଖାଯିବା ସହିତ ପୁରା ପରିସରକୁ ସାନିଟାଇଜ କରାଯାଇଥିଲା ।

ସମଗ୍ର ଆୟୋଜନକୁ ତତ୍ୱାବଧାନ ଓ ପରିଚାଳନା କରିବାରେ ଶ୍ରୀ ଶ୍ରୀ ଅଭିରାମ ସାଂସ୍କୃତିକ କେନ୍ଦ୍ରର ସଭାପତି ବିଜୟ କୁମାର ସାମଲ, ସଦସ୍ୟ ଗଣସର୍ବେଶ୍ୱର ସାହୁ, ଦୁର୍ଗା ପ୍ରସାଦ ବିଶ୍ୱାଳ, ଉମେଶ କୁମାର ରାଉଳ, ରମେଶ ଚନ୍ଦ୍ର ଲେଙ୍କା, ତ୍ରିଲୋଚନ ଜେନା, ଦେବେନ୍ଦ୍ର ସେଜୱାଲ, ସୌମ୍ୟା ନାୟକ, ମହେନ୍ଦ୍ର ବାରିକ ଏବଂ ଅକ୍ଷୟ ନାୟକ ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking