29.1 C
Bhubaneswar
Saturday, April 27, 2024
Homeଓଡିଶାଦୁର୍ଘଟଣାଗ୍ରସ୍ତ ଗାଇକୁ ଚିକିତ୍ସା କଲା ସହିଦ ଭଗତସିଂ ଯୁବକ ସଂଘ

ଦୁର୍ଘଟଣାଗ୍ରସ୍ତ ଗାଇକୁ ଚିକିତ୍ସା କଲା ସହିଦ ଭଗତସିଂ ଯୁବକ ସଂଘ

ଯାଜପୁର : ଯାଜପୁର ଜିଲ୍ଲା ବ୍ୟାସନଗର ଅଧିନସ୍ଥ ଖୋସାଲପୁର ଅଞ୍ଚଳରେ ଗତକାଲି ରାତିଅଧରେ ଏକ ଅଜଣା ଗାଡି ଗାଇଟିକୁ ଧକ୍କା ଦେଇଥିଲା ! ଫଳରେ ଗାଈଟି ଗୁରୁତ୍ତର ହୋଇ ରାସ୍ତାକଡ଼ରେ ଛଟପଟ ହୋଇ ପଡିରହିଥିଲା ! ଗାଇଟିକୁ ଖୋସାଲପୁର ଗ୍ରାମର କିଛିଯୁବକ ପ୍ରାଥମିକ ଚିକିତ୍ସା କରିଥିଲେ ମଧ୍ୟ ସୁଫଳ ମିଳିନଥିଲା ! ଗାଇ ମାଲିକ ଏବଂ ପୌରପାରିଷଧକୁ ଜଣାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରିନଥିଲେ ! ସୂଚନା ପାଇ ସହିଦ ଭଗତସିଂ ଯୁବକସଂଙ୍ଘ ଗାଇଟିକୁ ଉଧାରକରି ତାର ଉପଯୁକ୍ତ ଚିକିତ୍ସା କରିଥିଲେ ! ଗୋସେବା ଏକ ପୁର୍ଣ୍ୟ କାର୍ଯ୍ୟ ଏବଂ ସମସ୍ତ ମାନବ ଜାତୀ ଗୋସେବାକୁ ପ୍ରାଧାନ୍ୟ ଦେବା ଆବଶ୍ୟକତା ଅଛି ଏବଂ ରାସ୍ତାଘାଟରେ ଗାଇ ବାରମ୍ବାର ଶୋଇ ରହୁଥିବାରୁ ଯାତାୟାତରେ ବାଧାସୃଷ୍ଟି ସହ ସାଧାରଣ ଜନତା ଦୁର୍ଘଟଣାର ଶିକାର ହେଉଛି ! ଏଥିପ୍ରତି ପୌରପାରିଷଧ ଉପଯୁକ୍ତ ପଦକ୍ଷପ ନେବା ଦରକାର ବୋଲି ରାଜେନ୍ଦ୍ର ବିଶ୍ୱାଳ କହିଥିଲେ ! ସହଯୋଗରେ ଭଗତ ସିଂ ଯୁବକ ସଂଘର ସଭାପତି ରାଜେନ୍ଦ୍ର ବିଶ୍ୱାଳ, ବରିଷ୍ଠ ସାମ୍ବାଦିକ ଭାଗିରଥି ବାରିକ ଓ ମଣିଭଦ୍ର ମଲିକଙ୍କ ସହ ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ ! ଭଗତସିଂ ସଂଘର ଏହି ପ୍ରଶଂସନୀୟ କାର୍ଯ୍ୟକୁ ଖୋସାଲପୁର ଗ୍ରାମବାସୀ ମାନେ ଭୁଇୟସୀ ପ୍ରଶଂସା କରିଥିଲେ !

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking