28.1 C
Bhubaneswar
Thursday, March 28, 2024
Homeଓଡିଶାପଲ୍ଲୀସଭାରେ ଉତ୍ତେଜନା, ସରପଞ୍ଚଙ୍କ ଠାରୁ ମାଡ଼ ଖାଇଲେ ଯୁବକ, ୬ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ସରପଞ୍ଚ...

ପଲ୍ଲୀସଭାରେ ଉତ୍ତେଜନା, ସରପଞ୍ଚଙ୍କ ଠାରୁ ମାଡ଼ ଖାଇଲେ ଯୁବକ, ୬ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ସରପଞ୍ଚ ଓ ପି ଇ ଓ ଙ୍କୁ ଅଟକ ରଖିଲେ ଗ୍ରାମବାସୀ

ମୟୂରଭଞ୍ଜ : ନିୟମିତ ସ୍ଥାନ ବଦଳରେ ସ୍କୁଲ ପରିସରରେ ପଲ୍ଲୀସଭା। ପ୍ରତିବାଦ କଲେ ଗ୍ରାମବାସୀ। ଯୁକ୍ତିତର୍କ ମଧ୍ୟରେ ଯୁବକକୁ ହାତ ଉଠାଇ ମାଡ଼ ମାରିଲେ ସରପଞ୍ଚ। ପଲ୍ଲୀସଭା ସ୍ଥଳରେ ଉତ୍ତେଜନା PEO ଏବଂ ସରପଞ୍ଚଙ୍କୁ ଦୀର୍ଘ ସମୟ ଅଟକ ରଖିଲେ ଗ୍ରାମବାସୀ। ଘଟଣାସ୍ଥଳରେ ବିଡ଼ିଓ ମୋରଡ଼ା ଏବଂ ମୋରଡ଼ା ଥାନା ପୋଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲେ। ତେବେ ଅଭିଯୋଗ ଭିତ୍ତିରେ PEO ଏବଂ ସରପଞ୍ଚଙ୍କୁ ପୋଲିସ ଥାନାକୁ ନେଇ ଆସିଥିବା ଦେଖିବାକୁ ମିଳିଛି। ଏଭଳି ଘଟଣା ଆଜି ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ଅନ୍ତର୍ଗତ ବରକନ୍ଦ ପଞ୍ଚାୟତରେ ଦେଖିବାକୁ ମିଳିଛି। ବରକନ୍ଦ ଗ୍ରାମପଞ୍ଚାୟତର ଝିଙ୍କିରିଆ ଉଚ୍ଚ ବିଦ୍ୟାଳୟ ପରିସରରେ ପଞ୍ଚାୟତର ସରପଞ୍ଚ ଏବଂ ପିଇଓଙ୍କୁ ଗ୍ରାମବାସୀମାନେ ଅଟକ ରଖିଥିବା ଦେଖିବାକୁ ମିଳିଛି। ସୂଚନାନୁଯାୟୀ ପଞ୍ଚାୟତ ପକ୍ଷରୁ ଝିଙ୍କିରିଆ ଗ୍ରାମରେ ପଲ୍ଲୀସଭା ଅନୁଷ୍ଠିତ ହୋଇଥିଲା। ପଲ୍ଲୀସଭା ପାଇଁ ଗ୍ରାମବାସୀମାନଙ୍କୁ ଅବଗତ ନ କରାଇ ସରପଞ୍ଚ ଏବଂ ପିଇଓ ମୁଷ୍ଟିମେୟ ଗ୍ରାମବାସୀମାନଙ୍କୁ ନେଇ ଆରମ୍ଭ କରିଥିଲେ ସଭା।ତାହା ପୁଣି ମନମୁଖୀ ଭାବେ ସରକାରୀ ସ୍କୁଲ ପରିସରରେ। ପଲ୍ଲୀସଭା ଅନୁଷ୍ଠିତ ହେଉଥିବାର ଜାଣି ଗ୍ରାମବାସୀମାନେ ସେଠାକୁ ଯାଇ ପୂର୍ବରୁ ଯେଉଁ ସ୍ଥାନରେ ପଲ୍ଲୀସଭା ହେଉଥାଏ ସେଠାରେ ନ ହୋଇ କାହିଁକି ବେଆଇନ ଭାବେ ସ୍କୁଲ ପରିସରରେ କରାଗଲା ପଚାରିବାରୁ ସରପଞ୍ଚ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍ତେଜିତ ହୋଇ ଘଟଣାସ୍ଥଳରେ ସରପଞ୍ଚ ଶୁଭେନ୍ଦୁ କୁମାର ବେହେରାଙ୍କୁ ଚାପୁଡ଼ା ମାରିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ସରପଞ୍ଚଙ୍କ ଏଭଳି ହିଟଲର ଶାସନ ପ୍ରତିବାଦରେ ସ୍କୁଲର ଗେଟଟିକୁ ବନ୍ଦ କରି ରଖିଥିଲେ ଗ୍ରାମବାସୀ। ଖବରପାଇ ମୋରଡ଼ା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଗ୍ରାମବାସୀମାନେ ମାନିନଥିଲେ। ବିଡ଼ିଓ ଘଟଣାସ୍ଥଳକୁ ଆସି ସରପଞ୍ଚଙ୍କର ଦାୟିତ୍ବହୀନ ବ୍ୟବହାର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଥିଲେ। ଦୀର୍ଘ ୫/୬ ଘଣ୍ଟା ଅଟକ ରଖିବା ପରେ ମୋରଡା ବିଡ଼ିଓ ପ୍ରିୟବ୍ରତ ପାଢ଼ୀ ଘଟଣାସ୍ଥଳରେ ପହଂଚି ଘଟଣାର ସମାଧାନ କରିବା ସହିତ ମନମୁଖୀ କାର୍ଯକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ମାତ୍ର ଘଟଣା ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେବାକୁ ମନାକରିଥିଲେ। ସେହିପରି ପିଇଓଙ୍କୁ ଯୋଗାଯୋଗ କରିବାରୁ ସେ ଘଟଣାକୁ ଏଡ଼ାଇବା ପାଇଁ ଚେଷ୍ଟା କରିଥିଲେ। ପରେ ଏନେଇ ବରକନ୍ଦ ପଞ୍ଚାୟତର ସରପଞ୍ଚ ହୀରା ଟୁଡୁ ଙ୍କୁ ଯୋଗାଯୋଗ କରିବାରୁ ତାଙ୍କୁ ଶୁଭେନ୍ଦୁ ବେହେରା ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବାରୁ ତାଙ୍କ ଉପରକୁ ହାତ ଉଠାଇଥିବା ସ୍ୱୀକାର କରିଛନ୍ତି। ପୋଲିସ ଘଟଣାସ୍ଥଳରୁ ସରପଞ୍ଚ ଓ ପି ଇ ଓ ଙ୍କୁ ଉଦ୍ଧାର କରି ପରେ ଥାନାକୁ ନେଇ ଆସିଥିବା ଜଣାପଡ଼ିଛି। ତେବେ ଘଟଣାକୁ ନେଇ ଅଭିଯୋଗ ଦାୟର ହୋଇଥିଲା ବେଳେ ପୋଲିସ ପକ୍ଷରୁ କଣ ହେଉଛି କାର୍ଯ୍ୟାନୁଷ୍ଠାନ ତା ଉପରେ ସମସ୍ତଙ୍କ ନଜର।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking