ବିବାହିତ ମହିଳାଙ୍କ ମୃତ୍ୟୁ , ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଜୟପୁର : ପରିବାର ଲୋକଙ୍କ କଥା ନଶୁଣି ଅନ୍ୟ ଜାତିର ଜଣେ ଯୁବକଙ୍କୁ ବିବାହ କଲେ।ଆଉ ବିବାହର ଦୁଇବର୍ଷ ମଧ୍ୟ ପୁରୀନୀ ଆରମ୍ଭ ହେଲା ସ୍ୱାମୀ ଘରେ କନ୍ଦଳ। ଦୀର୍ଘ ୮ଦିନ ଧରି ଚାଲିଥିବା କନ୍ଦଳରେ ଶେଷରେ ସ୍ତ୍ରୀ ସ୍ୱାତୀଙ୍କ ଜୀବନ ଗଲା। ଏଭଳି କିଛି ଘଟଣା ଘଟିଛି କୋରପୁଟ ଜିଲା ବୋରିଗୁମ୍ମା ଥାନା ବଙ୍ଗଲାଗୁଡ଼ା ବସ୍ତିରେ। ଏହି ବସ୍ତି ଗତକାଲି ଜଣେ ବିବାହିତ ମହିଳାଙ୍କ ମୃତ୍ୟୁ ହୋଇଛି । ମହିଳାଙ୍କୁ ବୋରିଗୁମ୍ମା ମେଡିକାଲରେ ଭର୍ତି କରାଯାଇଥିଲା। ଡାକ୍ତର ତାଙ୍କୁ ମୃତଘୋଷଣା କରିଥିଲେ। ମୃତ ମହିଳା ଜଣକ ଦଶରୀ ସାହିର ପି.ସ୍ବତୀ । ସେ ପରିବାର ଲୋକଙ୍କ କଥା ନ ମାନି ଗତ ଦୁଇ ବର୍ଷ ତଳେ ବଙ୍ଗଲାଗୁଡ଼ାର ଜଣେ ଖ୍ରୀଷ୍ଟିୟାନ ଯୁବକ ରହିମ ଖରାଙ୍କୁ ବିବାହ କରିଥିଲେ। ଆଉ ତାଙ୍କର ଏକ ବର୍ଷର ପୁଅ ଟିଏ ହୋଇଛି। ହେଲେ ବିବାହର ଦୁଇବର୍ଷ ନ ପୁରୁଣୁ ମହିଳାଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ମହିଳାଙ୍କ ପରିବାର ଲୋକେ। ମହିଳାଙ୍କ ବେକରେ ଦାଗ ରହି ଥିବାରୁ ମହିଳାଙ୍କୁ ତାଙ୍କ ସ୍ୱାମୀ ଘର ଲୋକେ ବେକ ଚିପି ହତ୍ୟା କରିଛନ୍ତି ବୋଲି ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ଗତ କାଲି ରାତି 11ଟା ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ମେଡିକାଲ ଏବଂ ଥାନାରେ ଉତ୍ତେଜନା ପ୍ରକାଶ ପାଇଛି। ପୋଲିସ ମୃତ ମହିଳାଙ୍କ ଶବକୁ ଜବତ କରବା ସଙ୍ଗେ ସଙ୍ଗେ ତାଙ୍କ ସ୍ୱାମୀ,ଶାଶୁ ଏବଂ ଶଶୁରଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି। ପୋଲିସ ଲୋକଙ୍କୁ ବୁଝା ସୁଝା କରୁଛି। ଗତ ଆଠ ଦିନ ହେବଣି ସ୍ୱାତୀଙ୍କ ଶାଶୁ ଘରେ ପାରିବାରିକ କନ୍ଦଳ ଲାଗିରହିଥିଲା। ତେବେ ମହିଳା ଜଣଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ତାହା ସ୍ୱଷ୍ଟ ହୋଇନି। ସେପଟେ ସାଇଣ୍ଟିଫିକ ଟିମକୁ ଡାକିବା ସହ ମାଜିଷ୍ଟେଟଙ୍କ ଉପସ୍ଥିତିରେ ଦୁଇ ଜଣ ଡାକ୍ତର ବ୍ୟବଛେଦ କରିବେ ବୋଲି ପୋଲିସ SDPO ହରେକୃଷ୍ଣ ମାଝୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here