28.1 C
Bhubaneswar
Saturday, April 27, 2024
Homeଓଡିଶାଯାଜପୁର ଜିଲ୍ଲାର ସୀମାକୁ ବନ୍ଦ

ଯାଜପୁର ଜିଲ୍ଲାର ସୀମାକୁ ବନ୍ଦ

ଯାଜପୁର : ଜିଲ୍ଲାର ସୀମାକୁ ବନ୍ଦ । ପଡ଼ୋଶୀ ଜିଲ୍ଲାକୁ ଭଦ୍ରକ ଉପରେ କଡା ନଜର । ଦିଲ୍ଲୀ ନିଜାମୁଦ୍ଧିନ ଲିଙ୍କ ଯାଜପୁର ଜିଲାରୁ ମିଳିବା ପରେ କୋରୋନା କଟକଣାକୁ କଡାକଡି କରିଛି ଯାଜପୁର ଜିଲା ପ୍ରଶାସନ । ପୂର୍ବରୁ ବିଭିନ୍ନ ଛକ ବଜାରରେ ବିଭିନ୍ନ ଚେକିଂ କରାଯାଉଥିବା ବେଳେ ଏବେ ଜିଲାର ସୀମାକୁ ବନ୍ଦ କରାଯାଇଛି । ଜିଲାର ପ୍ରତ୍ୟେକ ସୀମାକୁ ସିଲ କରାଯାଇ ସେଠାରେ ପୋଲିସ ଚବିଶ ଘଂଟିଆ ପ୍ରହରା ଦେଉଛି । ଯାଜପୁରର ପଡୋଶୀ ଜିଲା ଭଦ୍ରକ, କେନ୍ଦ୍ରାପଡା, କେନ୍ଦୁଝର, କଟକ ପଟୁ ଯାଜପୁର ଜିଲାର ସମସ୍ତ ପ୍ରବେଶ ପଥକୁ ବନ୍ଦ କରାଯାଇଛି । ଜିଲା ବାହାରୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତି ଆସିବା ଏବଂ ଯିବା ଉପରେ କଟକଣା ଜାରି କରାଯାଇଛି । ପଡୋଶୀ ଜିଲା ଭଦ୍ରକରେ ୪ର୍ଥ କରୋନା ରୋଗୀ ଚିହ୍ନଟ ହେବାପରେ ଏଭଳି କଟକଣା ଜାରି ରହିଲେ କୋରୋନା ପରିସ୍ଥିତିକୁ ନିୟନ୍ତ୍ରଣ କରିହେବ । ଏହି କଟକଣାକୁ ନେଇ ଯାଜପୁର ବାସୀ ନିଜର ଖୁସି ବ୍ୟକ୍ତ କରିବା ସହ ପ୍ରଶାସନ କୁ ସହେଯାଗ କରୁଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking