26.1 C
Bhubaneswar
Wednesday, May 8, 2024
Homeଅପରାଧ୪ ହାଇଓ୍ବେ ଲୁଟେରା ଗିରଫ

୪ ହାଇଓ୍ବେ ଲୁଟେରା ଗିରଫ

ଯାଜପୁର (ଓଏନଏ) : ଯାଜପୁର ଜିଲ୍ଲା 16ନଂ ଜାତୀୟ ରାଜପଥରେ ଲୁଟେରାମାନେ ପୋଲିସକୁ ଚକ୍‌ମା ଦେଖାଇ ପଥଚାରୀଙ୍କୁ ଲୁଟି ଥିଲେ l ଲୁଟେରାମାନେ ଏବେ ପୋଲିସ ହାତରେ ଧରା ପଡିଲେ l ଲୁଟେରାମାନଙ୍କ ଲୁଟିବା କୌଶଳକୁ ପୋଲିସ ଆଗରେ ହାର ମାନିବାକୁ ପଡିଲା l ବଡ଼ଚଣା ପୋଲିସ 4ଜଣ ଲୁଟେରାକୁ ଧରିବା ସହ ଲୁଟୁ ଜିନିଷ ଜବଦ କରିଛନ୍ତି l ପଥଚାରି ମାନଂକୁ ନିଶା ଔଷଧ ଦେଇ ଅଭିନଵ ଉପାୟରେ ଲୁଟୁ କରୁଥିଲେ ଲୁଟାରମାନଂକୁ ଧରିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରଖିଥିଲେ ଜାତୀୟ ରାଜପଥରେ l ଯାତ୍ରୀଙ୍କୁ ଲିପ୍ଟ ଦେବା ଆଳରେ ଚା’ରେ ନିଶାଦ୍ରବ୍ୟ ମିଶାଇ ସେମାନଙ୍କୁ ଅଚେତ କରି ସେମାନ ଠାରୁ ଲୁଟ୍ କରାଯାଉଥିଲା। ଲୁଟ୍‌ କରିବାକୁ ଲୁଟେରାମାନେ ଏହି ଅଭିନବ ଉପାୟ ଅବଲମ୍ବନ କରୁଥିଲେ l ଗିରଫ ଲୁଟେରାମାନେ ଜଗତସିଂହପୁର ଏବଂ କେନ୍ଦ୍ରାପଡାର ବୋଲି ପୋଲିସ ସୂଚନା ଦେଇଛି l ସେମାନଙ୍କ ଠାରୁ ୨୭ ଗ୍ରାମର ସୁନା ଅଳଙ୍କାର, ନଗଦ ୨୦ ହଜାର ଟଙ୍କା, ୨ଟି ବାଇକ, ଦାମୀ ମୋବାଇଲ, ମୂଲ୍ୟ 1ଲକ୍ଷ ଟଙ୍କା ଲ୍ୟାପଟପ ଏବଂ କ୍ୟାମେରା ସହ ବିଭିନ୍ନ ସାମଗ୍ରୀ ନିଶା ଔଷଧ ଜବତ କରାଯାଇଛି। ଧରା ପଡ଼ିଥିବା ଲୁଟାରଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ଅପରାଧିକ ମାମଲା ଥିବl ଯାଜପୁର ରୋଡ଼ ଏସଡିପିଓ ଚିନ୍ମୟ କୁମାର ନାୟକ ବିଭିନ୍ନ ଗଣମାନଙ୍କୁ ସୂଚନା ଦେଇଛନ୍ତି l 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking