28.1 C
Bhubaneswar
Saturday, April 27, 2024
Homeଓଡିଶାମହିଳାଙ୍କୁ କଚାଡ଼ି ମାରିଦେଲା ଦନ୍ତା

ମହିଳାଙ୍କୁ କଚାଡ଼ି ମାରିଦେଲା ଦନ୍ତା

କେନ୍ଦୁଝର : ଘର ଅଗଣାକୁ ପଶି ଏକ ଦନ୍ତା ହାତୀ ଜଣେ ମହିଳାଙ୍କୁ କଚାଡ଼ି ମାରିଦେଲା । ଏପରି ଅଭାବନୀୟ ଘଟଣା ଗଜଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ୍ ଅନ୍ତର୍ଗତ ଜଗମୋହନପୁର ଗାଁରେ । ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଅଭାବନୀୟ ଘଟଣା। ମୃତା ମହିଳା ହେଲେ ଜାନକୀ ପ୍ରଧାନ।
ସୂଚନା ଅନୁଯାୟୀ, ଗତ ରାତିରେ ଜାନକୀ ଏକ ଘରେ ଶୋଇଥିବା ବେଳେ ପାଖ ଘରେ ତାଙ୍କ ପିଲାମାନେ ଶୋଇଥିଲେ। ବିଳମ୍ବିତ ରାତିରେ ଗାଁ ଲୋକଙ୍କ ପାଟି ଶୁଣିବାରୁ ସେ ନିଜ ରୁମ୍‌ର ଅଗଣାକୁ ଚାଲି ଆସିଥିଲେ। ଉକ୍ତ ସମୟରେ ତାଙ୍କ ଅଗଣାରେ ଦନ୍ତା ହାତୀ ଟି ଛିଡ଼ା ହୋଇଥିବା ବେଳେ ସେ ତାଙ୍କୁ କଚାଡ଼ି ଦେଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା। ଜାନକୀଙ୍କର ଘରର ୩ ପାର୍ଶ୍ୱ ବନ୍ଦ ଥିବା ବେଳେ ବାଡ଼ି ପଟଟି ଖୋଲା ଥିବାରୁ ହାତୀଟି ପଶି ଆସିଥିବା କୁହାଯାଉଛି। ଏହାକୁ ନେଇ ଜଗମୋହନ ପୁର ଗାଁରେ ତୀବ୍ର ଉତ୍ତେଜନା ଦେଖାଦେଇଥିବା ବେଳେ ଖବର ପାଇ ବନ ବିଭାଗ ଓ ପୁଲିସ୍‌ ଟିମ୍‌ ପହଞ୍ଚିଛନ୍ତି। ଘଟଣା ପରେ ଦନ୍ତା ହାତୀ ଟି ନିକଟସ୍ଥ ଜଙ୍ଗଲ ଅଭିମୁଖେ ପଳାଇ ଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking