28.1 C
Bhubaneswar
Sunday, April 28, 2024
Homeଓଡିଶାଓଡିଶା ଖଣିନିଗମ ଅବସରପ୍ରାପ୍ତ କର୍ମଚାରୀଙ୍କ ଧାରଣା ପହଁଚିଲା ୧୩ ଦିନରେ

ଓଡିଶା ଖଣିନିଗମ ଅବସରପ୍ରାପ୍ତ କର୍ମଚାରୀଙ୍କ ଧାରଣା ପହଁଚିଲା ୧୩ ଦିନରେ

ଯାଜପୁର : ଜିଲ୍ଲା ବ୍ୟାସନଗରରେ ଅଧିନସ୍ଥ ଓଡିଶା ଖଣି ନିଗମର ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ଦୀର୍ଘ 13ଦିନ ଧରି ଜାରି ରହିଛି ଧାରଣା ଓ ଅନଶନ । ଅବସରପ୍ରାପ୍ତ କର୍ମଚାରୀଙ୍କୁ ପ୍ରସ୍ତାବିତ ସ୍ବତନ୍ତ୍ର ଭତ୍ତା ପ୍ରଦାନ ଦାବୀରେ ନିଗମର ଯାଜପୁର ରୋଡ ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ସମ୍ମୁଖରେ ଗତ 11ତାରିଖ ଠାରୁ ଅନିର୍ଦ୍ଧିଷ୍ଟ କାଳପାଇଁ ଜାରିରହିଛି ରିଲେ ଅନଶନ ଓ ଧାରଣା ଆଜି ଏହି ଧାରଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଡ. ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ । ଶ୍ରୀ ଘଡେଇ କହିଲେ ଅବସରପ୍ରାପ୍ତ କର୍ମଚାରୀମାନଙ୍କ ଏହି ଦାବି ଯଥାର୍ଥ । ନିଗମ କର୍ତ୍ତୃପକ୍ଷ ତୁରନ୍ତ ଏ ଦୀଗରେ ଆବଶ୍ୟକ ପଦକ୍ଷେପ ନେଇ ସେମାନଙ୍କର ଦାବୀ ପୂରଣ କରନ୍ତୁ ବୋଲି ଦାବୀ ଜଣାଇଛନ୍ତି ପୂର୍ବତନ ମନ୍ତ୍ରୀ ଶ୍ରୀ ଘଡେଇ ।

ସୂଚନାଅନୁଯାୟୀ ଦୀର୍ଘ 28ବର୍ଷ ଧରି କାର୍ଯ୍ୟ କରିଥିବା  କର୍ମଚାରୀମାନେ ଅବସର ଭତ୍ତା ନପାଇ ଜିଲ୍ଲା କୋର୍ଟରୁ ଆରମ୍ଭ କରି ହାଇକୋର୍ଟ ଯାଏଁ ଆବେଦନ କରି ଏହି ମାମଲା ଦାୟର କରିଥିଲେ । 2019 ମସିହା ଜାନୁଆରୀରେ ଅବସର କାଳୀନ ସ୍ବତନ୍ତ୍ର ଭତ୍ତା ପ୍ରଦାନ ପାଇଁ ନିଗମ ବୋର୍ଡରେ ଅନୁମୋଦନ ମିଳିଥିଲା । ଏହାର ସରକାରୀ ସୁପାରିଶ ପାଇଁ ଫେବୃଆରୀ ମାସରେ ସରକାରଙ୍କ ଇସ୍ପାତ୍ ଖଣି ବିଭାଗକୁ ଏହା ପଠାଯାଇଥିଲା । ମାତ୍ର ଏହାକୁ ଦୁଇବର୍ଷ ବିତିବାକୁ ବସିଥିଲେ ହେଁ ଏ ଯାଏ ଅବସରକାଳୀନ ସ୍ବତନ୍ତ୍ର ଭତ୍ତା ମିଳିପାରିଲା ନାହିଁ । ଏଥିନେଇ ସଂଘ ପକ୍ଷରୁ ଓଏମସୀ କାର୍ଯ୍ୟାଳୟ ସମ୍ମୁଖରେ ରିଲେଅନଶନ ଜାରିରହିଛି । ଦାବୀପୂରଣ ନହେବା ଯାଏ ଏହି ଅନଶନ ଜାରି ରହିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking