27.1 C
Bhubaneswar
Friday, March 29, 2024
Homeଓଡିଶାଜାଗ୍ରତ ପ୍ରହରୀ 'ଭଞ୍ଜସେନା'ର ୨୩ତମ ପ୍ରତିଷ୍ଠା ଦିବସ ପାଳିତ

ଜାଗ୍ରତ ପ୍ରହରୀ ‘ଭଞ୍ଜସେନା’ର ୨୩ତମ ପ୍ରତିଷ୍ଠା ଦିବସ ପାଳିତ

ମୟୂରଭଞ୍ଜ : ପବିତ୍ର ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଦିବସରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଜିଲ୍ଲାର ଏକମାତ୍ର ଅଣରାଜନୈତିକ ଅଗ୍ରଣୀ ଯୁବ ଛାତ୍ର ସଂଗଠନ ତଥା ମୟୂରଭଞ୍ଜର ଜାଗ୍ରତ ପ୍ରହରୀ “ଭଞ୍ଜସେନା” ତାର ୨୩ତମ ପ୍ରତିଷ୍ଠା ଦିବସ ଧୁମଧାମ୍ ଓ ଆନନ୍ଦଉଲ୍ଲାସର ସହ ପାଳନ କରିଛି। ଜିଲ୍ଲାର କୋଣ ଅନୁକୋଣ ତଥା ସମସ୍ତ ୪ଟି ଉପଖଣ୍ଡର ହଜାର ହଜାର କର୍ମୀ ଆଜି ସଦର ମହକୁମା ବାରିପଦାରେ ପହଞ୍ଚି ପ୍ରତିଷ୍ଠା ଦିବସ ପାଳନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ଭଞ୍ଜସେନା ସଭାପତି ପିଣ୍ଟୁ ମାଇତିଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ କର୍ମକର୍ତ୍ତା ଓ ଯୁବ-ଛାତ୍ର ନେତୃମଣ୍ଡଳୀ ବାରିପଦା ସହର ମଧ୍ୟରେ ଥିବା ସମସ୍ତ ମହାପୁରୁଷ ଓ ମହାରାଜାଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଭକ୍ତିପୂତ ଆଶୀର୍ବାଦ ଭିକ୍ଷା ସହ ନେତାଜୀଙ୍କ ପ୍ରତିମୂର୍ତ୍ତି ପାଖରେ ଉପସ୍ଥିତ ହୋଇ ଦେଶାତ୍ମବୋଧକ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିବା ସମେତ ସୁବାଷ ବୋଷଙ୍କ ନୀତି ଓ ଆଦର୍ଶରେ ପରିଚାଳିତ ହୋଇ ଭଞ୍ଜସେନା କିପରି ଆଗାମୀ ଦିନରେ ଜିଲ୍ଲାର ସାର୍ଥ ଓ ଜିଲ୍ଲାବାସୀଙ୍କ ସ୍ବାର୍ଥ ପାଇଁ ସ୍ୱର ଉତ୍ତୋଳନ କରିବ ସେହି ପରିପ୍ରେକ୍ଷୀରେ ଶପଥ ଗ୍ରହଣ ଉତ୍ସବ ପାଳନ କରିଥିଲେ।

ପ୍ରତିଷ୍ଠା ଦିବସରେ ବାରିପଦା ଷ୍ଟାଡିୟମ କନଫରେନ୍ସ ହଲରେ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ଯାହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଜରୁରୀକାଳୀନ ପରିସ୍ଥିତିରେ ରୋଗୀଟିଏ ଯେପରି ରକ୍ତ ଅଭାବ ଜନିତ ସମସ୍ୟାକୁ ସାମ୍ନା ନ କରୁ, ଏବଂ ମୟୂରଭଞ୍ଜ ଜିଲ୍ଲା ବେକାରୀ ମୁକ୍ତ ଜିଲ୍ଲା ଭାବରେ ପରିଗଣିତ ହେଉ। ତେବେ ଜିଲ୍ଲାର “ଭଞ୍ଜସେନା ରକ୍ତ ଭଣ୍ଡାର ଶାଖା” ପକ୍ଷରୁ ୪୧୦ ଜଣ ରୋଗୀଙ୍କୁ ନିଶୁଳ୍କ ରକ୍ତଦାନ କରିଥିବା ରକ୍ତଭଣ୍ଡାର ସଭାପତି ରାକେଶ ବେହେରା ସୂଚନା ଦେଇଛନ୍ତି। ସନ୍ଧ୍ୟା ସମୟରେ ଏକ ବିରାଟ ବାଇକ ଶୋଭାଯାତ୍ରା ମଧୁବନ ପଡିଆ ଠାରୁ ଭଞ୍ଜପୁର ଜଗଧାତ୍ରୀ ପଡିଆ ପର୍ଯ୍ୟନ୍ତ ସହର ପରିକ୍ରମା କରିଥିଲା ଏବଂ ଭଞ୍ଜପୁର ପଡିଆ ଠାରେ ଚଳିତ ବର୍ଷ ୪୧୦ ଜଣ ରକ୍ତଦାତାଙ୍କୁ ସମ୍ମାନିତ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking