28.1 C
Bhubaneswar
Saturday, April 27, 2024
Homeଓଡିଶାପରିବେଶ ସୁରକ୍ଷା ସଚେତନତା ଉପରେ ଦୁଇଟି ସଙ୍ଗୀତ ପ୍ରସ୍ତୁତ

ପରିବେଶ ସୁରକ୍ଷା ସଚେତନତା ଉପରେ ଦୁଇଟି ସଙ୍ଗୀତ ପ୍ରସ୍ତୁତ

ଯାଜପୁର  : ଯାଜପୁର ଜିଲ୍ଲା ରତ୍ନଗିରି ସ୍ଥିତ ଆଶିଷ ଡିଜିଟାଲ ଷ୍ଟୁଡିଓ ପରିସରରେ ପରିବେଶ ସଚେତନତା ପାଇଁ ଦୁଇଟି ସଙ୍ଗୀତ ପ୍ରସ୍ତୁତ କରାଯାଇଛି l ପ୍ଲାଷ୍ଟିକ, ପଲଥିନ ଓ ବୃକ୍ଷଲତା ସମ୍ପର୍କିତ ବିଷୟ ବସ୍ତୁ ଉପରେ ଆଧାରିତ ଏହି ସଚେତନ ଧର୍ମୀ ସଙ୍ଗୀତ ଦୁଇଟିକୁ ଓଡ଼ିଶାର ସୁନାମଧନ୍ୟ ଯୁବ ସଙ୍ଗୀତ ନିର୍ଦ୍ଦେଶକ ଦିନେସ ମଲିକ ନିର୍ଦ୍ଦେଶନା ଦେଇଥିବା ବେଳେ ଶିଶୁ କଣ୍ଠଶିଳ୍ପୀ ଦେବେଶ୍ୱର ସ୍ୱାଇଁ କଣ୍ଠଦାନ କରିଛନ୍ତି l ତୁଳସୀ ଦୁଇ ପତ୍ରରୁ ବାସିଲା ପରି ଶିଶୁ କଣ୍ଠଶିଳ୍ପୀ ଦେବେଶ୍ୱର ବଭିଷ୍ୟତରେ ଜଣେ ଉଚ୍ଚକୋଟିର କଣ୍ଠଶିଳ୍ପୀ ହେବ ଆଭାସ ମିଳିଲାନି ଅନେକ ମା ବିରଜାଙ୍କ ଉପରେ ଭଜନ ଗାଇ ଉଚ୍ଚ ପ୍ରଶଂସିତ ହୋଇଛନ୍ତି l ପାଠପଢ଼ା ସାଙ୍ଗକୁ ସଂଗୀତ ପ୍ରତି ଆଗ୍ରହ ରହିଛି l ଯାଜପୁର ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଓ ରାଜ୍ୟ ସ୍ତରୀୟ ପୁରସ୍କାର ପ୍ରାପ୍ତ ଶିକ୍ଷୟତ୍ରୀ ନଳିନୀ ପ୍ରଭା ଦାସ ଗୀତ ରଚନା କରିଛନ୍ତି ,ଏହି ରେକଡ଼ିଂ କାର୍ଯ୍ୟକ୍ରମରେ ଆଶିଷ ଡିଜିଟାଲ ଷ୍ଟୁଡିଓର ପ୍ରପାଇଟର ଓ ରେକଡ଼ିଷ୍ଟ ଆଶିଷ ଦାସ ରେକଡ଼ିଂ କାର୍ଯ୍ୟ ସମ୍ପାଦନା କରିଛନ୍ତି ,ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ଘନଶ୍ୟାମ ବିଶ୍ୱାଳ ,ଚଳଚିତ୍ର ନିର୍ଦେଶକ ବିରାଜ ମହାପାତ୍ର ,ଅଭିନେତା ସମାଜ ସେବୀ ଜିତେନ୍ଦ୍ର ନନ୍ଦ ,ବରିଷ୍ଠ ସାମ୍ବାଦିକ ବାଞ୍ଛାନିଧି ସାହୁ ,ପ୍ରମୋଦ କୁମାର ଦାସ ,ସୁରେଶ ଚନ୍ଦ୍ର କର ,ଓ ଉତ୍କଳ ସାମ୍ବାଦିକ ସଙ୍ଘର ଜିଲ୍ଲା ସଭାପତି ତଥା ଚଳଚିତ୍ର ଅଭିନେତା ହରିହର ସ୍ୱାଇଁ ,ଅନେଷଣ ଥିଏଟର ଗୃପ ର ସଭାପତି ତଥା ଅଭିନେତା ବୃନ୍ଦାବନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking