39.1 C
Bhubaneswar
Friday, April 26, 2024
Homeଓଡିଶାସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ବିଜେଡିର ମିଶ୍ରଣ ପର୍ବ

ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ବିଜେଡିର ମିଶ୍ରଣ ପର୍ବ

ଯାଜପୁର : ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ବିଜେଡ଼ି କାୟା ବିସ୍ତାର କରି ଚାଲିଛି । ଯୁବ ବିଧାୟକ ଇଂ ପ୍ରୀତି ରଞ୍ଜନ ଘଡ଼ାଇଙ୍କ କୌଶଳ ଓ ଦକ୍ଷତା ଆଗରେ ଅନ୍ୟ ବିରୋଧୀ ଦଳ ଗୁଡିକ ଟକ୍କର ଦେବାରେ ବିଫଳ ହେଉଥିବାରୁ ବିରୋଧୀଙ୍କ ପାଇଁ କାଳ ସଦୁସ୍ୟ ପାଲିଟିଛି । ବିଧାୟକ ଶ୍ରୀ ଘଡେ଼ଇ ସାଙ୍ଗଠନିକ ଦକ୍ଷତା ଯୋଗୁ ବିଜେପି ଓ କଂଗ୍ରେସ ଦଳର ସମର୍ଥକମାନେ ବିଜେଡ଼ିରେ ଯୋଗଦାନ ବୃଦ୍ଧି ପାଇବାରେ ଲାଗିଛି । ବିଧାୟକ ଦଳକୁ ସୁଦୁଢ଼ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ।
ସୁକିନ୍ଦା ବ୍ଲକ ବନ୍ଧଗାଁ ପଞ୍ଚାୟତ ମାନତିରା ଗାଁର 10ଜଣ ବିଜେପି ସମର୍ଥକ ଏବଂ ଜଣେ କଂଗ୍ରେସ ସମର୍ଥକ ବିଜୁଜନତା ଦଳରେ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ ଓ ମାନ୍ୟବର ବିଧାୟକ ଇଂ ପ୍ରୀତିରଞ୍ଜନ ଘଡାଇଙ୍କ ଦୃଢ଼ ନେତୃତ୍ୱରେ ଆସ୍ଥା ରଖି,ଏମାନେ ବିଜେଡିରେ ସାମିଲ ହୋଇଛନ୍ତି। ଏମାନଙ୍କ ଯୋଗଦାନ ଫଳରେ ବିଜେଡ଼ି ଅଧିକ ମଜଭୁତ ହେବ ବୋଲି ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇ ଆଶାବ୍ୟକ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking