39.1 C
Bhubaneswar
Wednesday, April 24, 2024
Homeଓଡିଶାସୁନ୍ଦରେହି ଛକରେ ବାଲି ମାଫିଆଙ୍କ ରାଜ

ସୁନ୍ଦରେହି ଛକରେ ବାଲି ମାଫିଆଙ୍କ ରାଜ

ଯାଜପୁର : ଯାଜପୁର ଟାଉନ ନିକଟସ୍ଥ ସୁନ୍ଦରେଇମୁହଁ ଛକ ଉପରେ ଚୋରା ବାଲି କାରଵାର ହେଉଛି । ବାଲି ମାଫିଆମାନେ ସେମାନଙ୍କ ରାଜ ଚଳାଇଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ୫କିଲୋମିଟର ଦୂରରେ ବାଲି ମାଫିଆଙ୍କ ରାଜ ଚାଲିଛି । ଜିଲ୍ଲାପ୍ରଶାସନ ବେନିୟମ ବାଲି ଉଠାଣ ଉପରେ ରୋକ ଲଗାଇ ଥିବାବେଳ ଜିଲ୍ଲାପାଳଙ୍କ ଦପ୍ତର ୫ କିଲୋମିଟର ଦୂରରେ ବେନିୟମ ବାଲି ଉଠାଣ ଜିଲ୍ଲା ପ୍ରଶାସନ ରୋକ କେତେ ଦୂର କାର୍ଯ୍ୟ କରି କରୁଛି ତାହା ପ୍ରଶ୍ନ ବାଚୀ ସୃଷ୍ଟି କରୁଛି । ଚୋରା ବାଲିକୁ ଚାଲାଣକୁ ପୋଲିସ ନ ଧରି ସଚେତନତା ନା’ରେ ପୋଲିସ ବାଲି ଚୋରୀ ଯାଇଥିବା ରାସ୍ତା ମଝିରେ ଗାଡି ଆଡା ପକାଇ ହେଲମେଣ୍ଟ ଚେକିଂ କରୁଛନ୍ତି । ଫଳରେ ଯାତାୟାତ କରୁଥିବା ବାଇକ ଚାଳକ ହଡ଼ବଡ଼ ହୋଇ ଦୃଘଟଣା ଗ୍ରସ୍ତ ହେଉଥିବା ପ୍ରତ୍ୟକ୍ଷଦର୍ଶୀ ଅଭିଯୋଗ କରିଛନ୍ତି । ଲୋକଙ୍କୁ ସେବା ଓ ସଚେତନ କରିବା ନା’ରେ ଏତାଦୃଶ୍ୟ କାର୍ଯ୍ୟକୁ ସାଧାରଣରେ ନିନ୍ଦା କରାଯାଇଛି । ରାସ୍ତା ଉପରେ ମାଡିଯାଇଥିବା ବାଲିଚରକୁ ଜିଲ୍ଲା ପ୍ରଶାସନ ଉଠାଇବା ସହିତ ବାଲି ଚୋରି ରୋକିବା ପାଇଁ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି । ନମ୍ବର ବିହିନ ବହୁ ଟ୍ରକ, ଡ୍ରମ୍ପର ଗାଡି ଯାତାୟାତ କରୁଥିବାବେଳେ ପୋଲିସ ଯାନବାହାନା ଗୁଡିକୁ ନଧରି କେବଳ ବାଇକଚାଳକଙ୍କ ଠୁ ଫାଇନ ଆଦାୟ କରିବା କେତେ ଯୁକ୍ତି ସଂଗତ ବୋଲି ବୁଦ୍ଧିଜୀବି ମହଲରେ ପ୍ରଶ୍ନ ଉଙ୍କି ମାରୁଛି । ସୁରକ୍ଷିତ ସ୍ଥାନରେ ବାଇକ ଚାଳକଙ୍କଠୁ ଫାଇନ ଆଦାୟ କରିବା ସହିତ ଚୋରି ହେଉଥିବା ବାଲି ଗାଡି ଠାରୁ କାଗଜପତ୍ର ଯାଞ୍ଚ କରିବା ଓ ରାସ୍ତା ଉପରେ ଚଡି ରହିଥିବା ବାଲିକୁ ତୁରନ୍ତ ଉଠାଇବା ପାଇଁ ଜିଲ୍ଲା ପ୍ରଶାସନ ନିର୍ଦେଶ ଦେବାକୁ ସାଧାରଣରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking