43.9 C
Bhubaneswar
Friday, April 19, 2024
Homeଓଡିଶାକଂଗ୍ରେସ ପକ୍ଷରୁ ପୂର୍ବତନ ଜିଲ୍ଲାପାଳଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ

କଂଗ୍ରେସ ପକ୍ଷରୁ ପୂର୍ବତନ ଜିଲ୍ଲାପାଳଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ

ମାଲକାନଗିରି : ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ମନିଷ ଅଗ୍ରୱାଲଙ୍କ ନାମରେ ଦୁର୍ନୀତି ଅଭିଯୋଗ କଲେ କଂଗ୍ରେସ ପୂର୍ବତନ ଏମ୍‌ପି ପ୍ରଦୀପ ମାଝୀ । କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ ବିରୁଦ୍ଧରେ ଶୋଭାଯାତ୍ରା କରିବା ସହ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ କରିଥିଲେ । ପୂର୍ବତନ ଜିଲ୍ଲାପାଳଙ୍କ ଗିରଫ ଦାବି ସହ ମାଲକାନଗିରି ଭିଜିଲାନ୍ସ ଡିଏସପିଙ୍କୁ ଲିଖିତ ଅଭିଯୋଗ କଲା ଜିଲ୍ଲା କଂଗ୍ରେସ କମିଟି । ୨ବର୍ଷ ୧୦ମାସ କାର୍ଯ୍ୟକାଳରେ ଜିଲ୍ଲାପାଳ କରିଥିବା ବିଭିନ୍ନ ଦୁର୍ନୀତି ଅଭିଯୋଗ ଆଣିଥିଲେ କଂଗ୍ରେସର ପୂର୍ବତନ ଏମ୍‌ପି ପ୍ରଦୀପ ମାଝି । ମଣ୍ଡି ଦୁର୍ନୀତି, ସ୍ବଚ୍ଛ ଭାରତ ମିଶନ ଓ ଶ୍ରମିକଙ୍କ ଉପକରଣ ବଣ୍ଟନରେ ଦୁର୍ନୀତି, ମିଲ ମାଲିକମାନଙ୍କ ଠାରୁ ଲାଞ୍ଚ ନେବା ଭଳି ଅଭିଯୋଗ କରିଛନ୍ତି ପ୍ରଦୀପ ମାଝୀ । ସେହିପରି ମଣ୍ଡି ସ୍କାମ, ଜିଲ୍ଲାପାଳଙ୍କ ପୂର୍ବତନ ପିଏ ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁ ଏହା ସହ ପ୍ରାୟ 300ରୁ ଉର୍ଦ୍ଧ୍ବ କୋଟି ଟଙ୍କାର ଦୁର୍ନୀତି ହୋଇଛି । କିଛିଦିନ ପୂର୍ବେ ଜିଲ୍ଲାପାଳଙ୍କ ବାସ ଭବନରୁ କୋଟି କୋଟି ଟଙ୍କାର ବୋହୁ ମୂଲ୍ୟବାନ କାଠ ନିର୍ମିତ ଘର ଆସବାବପତ୍ର ଖଟ, ଚୌକି,ଟେବୁଲ ଆଦି ଜିନିଷ ଜବତ ହେଇଥିଲା। ମନୀଷ୍‌ ଅଗ୍ରୱାଲ ଓ ମନୋଜ ପ୍ରଧାନ ଏହି ଦୁଇଜଣ ମିଶି ଜିଲ୍ଲାକୁ ସମ୍ପୂର୍ଣ୍ଣ ଲୁଣ୍ଠନ କରୁଥିଲେ । ଏହି ଦୁଇଜଣଙ୍କ ବିରୁଦ୍ଧରେ ଯଥାଶୀଘ୍ର କୌଣସି ପଦକ୍ଷେପ ଗ୍ରହଣ କରାଯାଉ ବୋଲି ମାଲକାନଗିରି ଭିଜିଲାନ୍ସ ଡିଏସପିଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି କଂଗ୍ରେସର ପୂର୍ବତନ ଏମ୍‌ପି ପ୍ରଦୀପ ମାଝି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking