28.1 C
Bhubaneswar
Saturday, April 27, 2024
Homeଅପରାଧଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧାଙ୍କୁ ହତ୍ୟା

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧାଙ୍କୁ ହତ୍ୟା

ଯାଜପୁର : ଯାଜପୁର ଜିଲ୍ଲା ଯାଜପୁରରୋଡ଼ ଆଦର୍ଶ ଥାନା ତଥା ଦାନଗଦି ଫାଣ୍ଡି ଅନ୍ତର୍ଗତ ଓଲ୍ଲୋଳ ପଞ୍ଚାୟତର ଛତରା ଗ୍ରାମରେ ବୁଧବାର ସନ୍ଧ୍ୟାରେ ଏକ ଲୋମହର୍ଷଣକାରୀ ଘଟଣା ଘଟଯାଇଛି । ଗୁଣିଗାରେଡ଼ି ସନ୍ଦେହରେ କାର୍ତ୍ତିକ କେରେଇ (୨୪) ନାମକ ଜଣେ ଯୁବକ ଏକ ଟାଙ୍ଗିଆରେ ସେହି ଗ୍ରାମର ନନ୍ଦିନୀ ପୂର୍ତ୍ତୀ ନାମକ ଜଣେ ବୃଦ୍ଧାଙ୍କ ବେକରୁ ମୁଣ୍ଡକୁ ଅଲଗା କରିଦେଇଛି । ପରେ କଟାମୁଣ୍ଡକୁ ଧରି କାର୍ତ୍ତିକ ଡୁବୁରୀ ନିକଟରେ ବୁଲୁଥିବା ସମୟରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଦାନଗଦୀ ପାଣ୍ଡି ପୁଲିସ ତାକୁ ଗିରଫ କରିିଛି ।
ସୂଚନା ଅନୁଯାୟୀ, ନନ୍ଦିନୀ ଝଡ଼ାଫୁଙ୍କା କରିବା ସହିତ ଗୁଣିଗାରେଡ଼ି କରୁଥିବା ସ୍ଥାନୀୟ ଲୋକଙ୍କ ଠାରୁ ପ୍ରକାଶ । ପ୍ରାୟ ଏକ ସପ୍ତାହ ତଳେ କାର୍ତ୍ତିକର ଗାଈ ନନ୍ଦିନୀଙ୍କ ବାଡ଼ିରେ ପଶି ଫସଲ ଖାଉଥିଲାବେଳେ କାର୍ତ୍ତିକର ଦାଦାପୁଅ ସନାତନ କେରେଇ ଗାଈଟିକୁ ଘଉଡ଼ାଇ ଆଣିଥିଲେ । ଏହି କଥାକୁ ନେଇ ଉଭୟ ପରିବାର ମଧ୍ୟରେ କଥା କଟାକଟି ସହ ବଚସା ହୋଇଥିଲା । ଏହାର କିଛିଦିନ ପରେ ସନାତନଙ୍କୁ ଜ୍ୱର ହେବାରୁ ପରିବାର ଲୋକ ତାଙ୍କୁ ନନ୍ଦିନୀ ନିକଟକୁ ନେଇଥିଲେ । ତେବେ ସନାତନଙ୍କୁ କାହିଁକି ଆଣିଲ ସେ ଆଉ ବଞ୍ଚିବ ନାହିଁ ବୋଲି ନନ୍ଦିନୀ କହିଥିଲେ । ପରେ ଜ୍ୱର ବଢିବାରୁ ପରିବାର ଲୋକ ସନାତନଙ୍କୁ ପ୍ରଥମେ ଦାନଗଦୀ, ଯାଜପୁର ମୁଖ୍ୟ ଡାକ୍ତରଖାନା ଓ ପରେ କଟକ ନେଉଥିଲେ । ତେବେ କଟକ ଯିବା ରାସ୍ତାରେ ସନାତନଙ୍କ ମୃତ୍ୟୁ ହୋଇଥିଲା । ବୁଧବାର ଅପରାହ୍ଣ ୪ଟାରେ ସନାତନଙ୍କ ଶବ ଘରେ ପହଞ୍ଚିବା ପରେ ନନ୍ଦିନୀ ଦେଖିବାକୁ ଆସିଥିଲେ । ଏହି ସମୟରେ ନନ୍ଦିନୀ ଗୁଣିକରି ସନାତନଙ୍କୁ ମାରିଥିବା ସନ୍ଦେହରେ କାର୍ତ୍ତିକ ପ୍ରବଳ ମଦ ପିଇ ଏକ ଟାଙ୍ଗିଆରେ ନନ୍ଦିନୀଙ୍କ ବେକରୁ ମୁଣ୍ଡକୁ ଅଲଗା କରିଦେଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking