34.1 C
Bhubaneswar
Friday, March 29, 2024
Homeଓଡିଶାକରୋନାରେ ଆଖି ବୁଜିଲେ ବିଏମ୍‍ସି ମୁଖ୍ୟ କିରାଣି, ନିୟନ୍ତ୍ରଣ ବାହାରେ ଗଞ୍ଜାମ

କରୋନାରେ ଆଖି ବୁଜିଲେ ବିଏମ୍‍ସି ମୁଖ୍ୟ କିରାଣି, ନିୟନ୍ତ୍ରଣ ବାହାରେ ଗଞ୍ଜାମ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର କରୋନା ହଟସ୍ପଟ ପାଲଟିଛି ବ୍ରହ୍ମପୁର ସହର। ବୁଧବାର ଗୋଟିଏ ଦିନରେ ୮୫ ଜଣ ସ୍ଥାନୀୟ ଲୋକ ସଂକ୍ରମିତ ହୋଇଥିବା ବେଳେ ଗତ ଏକ ମାସ ଭିତରେ ମୋଟ ୭୮୫ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଏପଟେ କରୋନାରେ ଆକ୍ରାନ୍ତ ଥିବା ବ୍ରହ୍ମପୁର ମହାନଗର ନିଗମ(ବିଏମସି) କାର୍ଯ୍ୟାଳୟର ମୁଖ୍ୟକିରାଣୀ ଉପେନ୍ଦ୍ର ମାଝିଙ୍କ ମୃତ୍ୟୁ ହୋଇଛି। ବ୍ରହ୍ମପୁର ସହରର ପାଖାପାଖି ୧୫୦ଟି ସାହିକୁ କରୋନା ମାଡି ସାରିଛି। ଦିନକୁ ଦିନ ସହରର ସ୍ଥିତି ସଂଗୀନ ହେବାରେ ଲାଗିଛି।
ବୁଧବାର ବିଏମସିର ମୁଖ୍ୟ କିରାଣୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବା ଖବର ସାମ୍ନାକୁ ଆସିଛି। ଯେଉଁଥିପାଇଁ ବିଏମସିର ସ୍ୱାସ୍ଥ୍ୟ ବିଭାଗକୁ ଛାଡି ଅନ୍ୟ ସମସ୍ତ ବିଭାଗକୁ ଚଳିତମାସ ଶେଷ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି ବୋଲି ବିଏମସି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର କହିଛନ୍ତି।
ବ୍ରହ୍ମପୁରକୁ କରୋନା ରେଡ୍‍ ଜୋନ ଭାବେ ଧରି ନିଆଯାଇ ବିଏମସି କାର୍ଯ୍ୟ କରୁଛି। ୨ ଦିନ ହେଲା ସହରର ସମସ୍ତ ସୀମା ସିଲ କରାଯାଇ ବାହାର ଲୋକଙ୍କ ପ୍ରବେଶକୁ ବାରଣ କରାଯାଇଛି। ସେହିପରି ସହରରେ ଭ୍ରାମ୍ୟମାଣ ସ୍ୱାବ ସଂଗ୍ରହ ଗାଡି ବିଭିନ୍ନ ସାହି ବୁଲି ଲକ୍ଷଣ ଥିବା ଲୋକଙ୍କ ନମୁନା ସଂଗ୍ରହ କରି ପରୀକ୍ଷା ଜାରି ରହିଛି। ଅନ୍ୟପକ୍ଷରେ ବ୍ରହ୍ମପୁରରେ ଥିବା ୮ଟି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଫିଭର କ୍ଳିନିକ ଭାବେ ପ୍ରସ୍ତୁତ କରାଯାଇଛି। ସେଠାରେ ଲକ୍ଷଣ ଥିବା ଲୋକଙ୍କୁ ପରାମର୍ଶ ସହ ଆବଶ୍ୟକ ହେଲେ ଆଣ୍ଟିଜେନ ଟେଷ୍ଟ କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking