30.1 C
Bhubaneswar
Saturday, April 27, 2024
Homeଅପରାଧମିଟୁ ପାଇଁ ବାଲିଚନ୍ଦ୍ରପୁର ପୋଲିସ୍ ହେଲାଣି ନାକେଦମ୍

ମିଟୁ ପାଇଁ ବାଲିଚନ୍ଦ୍ରପୁର ପୋଲିସ୍ ହେଲାଣି ନାକେଦମ୍

ଯାଜପୁର : ହାଇକୋର୍ଟରୁ ଆଗୁଆ ଜାମିନ ପାଇଥିବା ବାଲିଚନ୍ଦ୍ରପୁର ଥାନାର ଦୁଇ ପୋଲିସ୍ ଗାଡ଼ି ପୋଡ଼ି ମାମଲାର ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ତଥା ନିଲମ୍ବିତ ଶିକ୍ଷକ ମିଟୁ ଓରଫ୍ ବସନ୍ତ ରାଜ୍ ସାମଲ ଗତକାଲି କିମ୍ୱା ଆଜି ଚଣ୍ଡିଖୋଲ କୋର୍ଟରେ ଆତ୍ମସମର୍ପଣ କରବାକୁ ଆସୁଥିବା ଖବର ପାଇ କୋର୍ଟ ହତାରେ ପ୍ରବେଶ କରିବା ପୂର୍ବରୁ ତାଙ୍କୁ ଗିରଫ କରିବା ପାଇଁ ବାଲିଚନ୍ଦ୍ରପୁର ଥାନା ଅଧିକାରୀଙ୍କ ନେତୃତ୍ୱରେ ଗତକାଲି ପ୍ରାୟ ୨୦ ଓ ଆଜି ପ୍ରାୟ ୩୦ରୁ ଉର୍ଦ୍ଧ୍ବ ପୋଲିସ୍ କର୍ମଚାରୀ ବଡ଼ିଭୋରରୁ କୋର୍ଟ କାର୍ଯ୍ଯ ଅବଧି ପର ଯାଏଁ କୋର୍ଟର ମୁଖ୍ୟ ଫାଟକ ନିକଟରେ ଫାସ ବସାଇ ଆସୁଥିଲେ ମଧ୍ୟ ନିରାଶ ହୋଇ ଫେରିବାକୁ ପଡୁଛି ! ଆଜି ସକାଳୁ ପ୍ରବଳ ବର୍ଷା ସତ୍ତ୍ୱେ ପୋଲିସ୍ କର୍ମଚାରୀ ମାନେ ବର୍ଷାରେ ଜୁଡୁବୁଡୁ ହୋଇ ମଧ୍ୟ ଅବିଚଳିତ ଭାବେ ସଜାଗ ହୋଇ ମିଟୁର ଆଗମନକୁ ଯେମିତି ଅପଲକ ନୟନରେ ଅପେକ୍ଷା କରି ରହିଥିଲେ ତାହା ସମସ୍ତଙ୍କୁ ବିସ୍ମିତ କରିଥିଲା । ଆତ୍ମସମର୍ପଣ ନିମନ୍ତେ ସବୁ ପ୍ରାକ୍ ପ୍ରସ୍ତୁତି କରାଯାଇ ସରିଥିଲେ ମଧ୍ୟ କୋର୍ଟ ଆଗରେ ଓ ଚତୁଃପାର୍ଶ୍ୱରେ ସାଧା ଓ ପୋଲିସ୍ ପୋଷାକରେ ବ୍ୟାପକ ପୋଲିସ୍ ପଇଁତରାକୁ ଦେଖି ମିଟୁର ଗିରଫଦାରୀକୁ ଏଡ଼ାଇବା ପାଇଁ ଘଟଣା ପରଠାରୁ ତାଙ୍କୁ ଭିତିରିଆ ଆଇନୀଗତ ସହଯୋଗ ଦେଇ ଆସୁଥିବା ଜନୈକ ସରକାରୀ ଓକିଲ ମିଟୁକୁ କୁଆଡ଼େ ଏଥିନେଇ ସତର୍କ କରାଇ ଦେଉଥିବା ଯୋଗୁଁ ଗିରଫ ହୋଇଯିବା ଭୟରେ ସେ ଦୁଇଦିନ ହେଲା ଆଉ କୋର୍ଟକୁ ଆସିଲା ନାହିଁ । କୌଣସି ଅଜଣା ଚାପରେ ପଡି ଆରମ୍ଭରୁ ମିଟୁକୁ ଘଣ୍ଟ ଘୋଡାଇବାକୁ ହୀନ ଉଦ୍ୟମ କରି ଆସିଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଥିଲା । ତେଣୁ କଟକ ବଡ଼ ଡ଼ାକ୍ତରଖାନାରୁ ଫେରାର କୁଖ୍ୟାତ ଅପରାଧୀ ହାଇଦରକୁ ଯେତେବେଳେ ଓଡ଼ିଶା ପୋଲିସ୍ ହାଇଦ୍ରାବାଦରୁ ଗିରଫ କରି ପାରିଲା ସେତେବେଳେ ସ୍ଥାନୀୟ ଶାସକ ଦଳ ନେତାଙ୍କ ସହ ସମ୍ପର୍କ ରଖି ରାଜନୀତି କରୁଥିବା ଶିକ୍ଷକ ମିଟୁ ଦୁଇ ଦୁଇଟି ପୋଲିସ୍ ଭ୍ୟାନ୍ ପୋଡ଼ି ମାମଲାର ମୁଖ୍ୟ ଅଭିଯୁକ୍ତ ହୋଇ ମଧ୍ୟ ତାକୁ ଗିରଫ କରି ନ ପାରିଲେ ଏବଂ ହାଇକୋର୍ଟରୁ ଆଗୁଆ ଜାମିନ ଆଦେଶ ଆଣି ସେ ଯଦି ତଳ କୋର୍ଟରେ ଆତ୍ମସମର୍ପଣ କରି ଜାମିନ୍ ନେଇ ଚାଲିଯାଏ ତେବେ ପୋଲିସର ଛବି ସାଧାରଣରେ ନିହାତି ଖରାପ ହେବ ବା ନାକ କଟି ଯିବାର ଆଶଙ୍କା ରହିଥିବାରୁ ପୋଲିସ୍ ଉଚ୍ଚ ଅଧିକାରୀଙ୍କ କଡ଼ା ନିର୍ଦ୍ଦେଶ ପରେ ଥାନା ଅଧିକାରୀ ତଥା ମାମଲାର ତଦନ୍ତକାରୀ ଅଧିକାରୀ ସୁକାନ୍ତ କୁମାର ପାତ୍ର କୌଣସି ମତେ ତାକୁ ଗିରଫ କରିବା ପାଇଁ ଏବେ ବେଶ୍ ତତ୍ପରତା ଦେଖାଇଛନ୍ତି । କିନ୍ତୁ ପୋଲିସ୍ ଡାଳେ ଡାଳେ ଗଲେ ମିଟୁ ଜଣେ ପେଷାଦାର ଦୁର୍ଦ୍ଦାନ୍ତ ଅପରାଧୀ ପରି ପତ୍ରେ ପତ୍ରେ ଚାଲୁଥିବା ଭଳି ଲାଗୁଛି । ଅନ୍ୟପକ୍ଷରେ ପୋଲିସ ନିକଟରେ ଯାବତ୍ ପ୍ରକାର ବୈଷୟିକ ବ୍ୟବସ୍ଥା ଓ ଖୋଫିଆ ସଂସ୍ଥା ଥାଉ ଥାଉ ମିଟୁ ଦୀର୍ଘ ପ୍ରାୟ ଦୁଇମାସ ହେଲାଣି ପୋଲିସ୍ ହାତରେ ନ ଲାଗି ପାରିବା ଘଟଣା ମଧ୍ୟ ନିହାତି ଅବିଶ୍ବସନୀୟ ଲାଗୁଛି । ସେଥିପାଇଁ ସାଧାରଣରେ ପୋଲିସର ଭାବମୂର୍ତ୍ତି ଢେର୍ କ୍ଷୁର୍ଣ୍ଣ ହୋଇ ସାରିଲାଣି । ତେଣୁ ସେହି ମଳିନ ଛବିକୁ ସ୍ୱଚ୍ଛ କରିବା ପାଇଁ ମିଟୁକୁ ଯେକୌଣସି ମତେ ଗିରଫ କରିବା ହିଁ ପୋଲିସ୍ ପାଇଁ ଏବେ ଏକ ସମ୍ମାନର ପ୍ରଶ୍ନ ହୋଇ ଯାଇଛି ! ତେବେ ପୋଲିସ୍ ବାହିନୀ ଓ ଶିକ୍ଷକ ଖୋଳପା ଭିତରେ ଲୁଚି ରହି ପଞ୍ଚାୟତ ସ୍ତରୀୟ ରାଜନୀତି କରୁଥିବା ମିଟୁ ପରି ଜଣେ ଅଭିଯୁକ୍ତ ମଧ୍ୟରେ ଚାଲି ଆସିଥିବା ଏଭଳି ଲୁଚକାଳି ଖେଳରେ କିଏ ବାଜି ମାରୁଛି ତାହା ଆଗକୁ ଦେଖିବାର ଅଛି !
ରିପୋର୍ଟ ଅଭିମନ୍ୟୁ ମିଶ୍ର, ଯାଜପୁର

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking