33.1 C
Bhubaneswar
Saturday, April 27, 2024
Homeଓଡିଶାଯାଜପୁର ଜିଲ୍ଲା ପ୍ରଶାସନ ସର୍ଟଡାଉନ କରି ଅନ୍ଧାରରେ ବାଡ଼ି ନ ବୁଲାଇ ଚି଼ହ୍ନଟ ପ୍ରକ୍ରିୟା କୁ...

ଯାଜପୁର ଜିଲ୍ଲା ପ୍ରଶାସନ ସର୍ଟଡାଉନ କରି ଅନ୍ଧାରରେ ବାଡ଼ି ନ ବୁଲାଇ ଚି଼ହ୍ନଟ ପ୍ରକ୍ରିୟା କୁ ତ୍ୱରିତ କରନ୍ତୁ

 
ଯାଜପୁର : କରୋନା ର ମହା ମୁକାବିଲା କରିବାକୁ ଯାଇ ଯାଜପୁର ଜିଲ୍ଲା ପ୍ରଶାସନ ଷାଠିଏ ଘଣ୍ଟା ସର୍ଟଡାଉନ ପରେ ଆଜି ପୁନର୍ବାର ମାଧ୍ୟାନ୍ନ 12 ଟାରୁ 29 ତାରିଖ ପର୍ଯ୍ୟନ୍ତ ଅର୍ଥାତ 54 ଘଣ୍ଟା ପାଇଁ ସର୍ଟଡାଉନ କରି ଲୋକେ ଅବରୋଧରେ ରହିବେ ବୋଲି ଘୋଷଣା କରାଯାଇଛି । ଜିଲ୍ଲା ର ଯାଜପୁର,ଦଶରଥପୁର,ବରୀ, ବିଞ୍ଜାରପୁର,କୋରେଇ ସମେତ ପାଞ୍ଚ ଗୋଟି ବ୍ଲକ ଓ ଯାଜପୁର ପୌରାଞ୍ଚଳ କୁ ଅବରୋଧ ଅଂଚଳ ଭାବେ ଘୋଷଣା କରାଯାଇଛି । କଲିକତା ଲିଙ୍କ ଅନୁଯାଇ ଯାଜପୁର ଜିଲ୍ଲା ମଧ୍ୟ କୁ 700 ରୁ ଉର୍ଦ୍ଧ ଲୋକେ ଆସିଥିବାର ସୂଚନା ଥିବା ବେଳେ ସେମାନଙ୍କୁ ଚିହ୍ନଟ ନକରି ଅନ୍ଧାରରେ ବାଡ଼ି ବୁଲାଇବା ଓ କାର୍ଯ୍ୟ ର ସିଥିଳତା ଯୋଗୁ ଆଜି 18 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା କରାଯାଏ ବୋଲି ରାଜ୍ୟ ଅଣସଂଘଠିତ ଶ୍ରମିକ କଂଗ୍ରେସ ର ଅଧକ୍ଷ ବିଦ୍ୟାଧର ମହାନ୍ତି ଉଦବେଗ ପ୍ରକାଶ କରି କହିଛନ୍ତି । ଲୋକେ ନିଜ ତରଫରୁ ଆସି ନିଜ ନିଜର ନାମ ପଞ୍ଜିକୃତ ନ କରିବା ଦ୍ୱାରା ଜିଲ୍ଲା ପ୍ରଶାସନ ର ମୁଣ୍ଡ ବ୍ୟଥା ର କାରଣ ହୋଇଛି । ଏପରି ସ୍ଥଳେ ଜିଲ୍ଲା ପ୍ରଶାସନ ନିକଟରେ ଥିବା ସୂଚନା ଅନୁଯାଇ ସେହି ଗ୍ରାମ ପଂଚାୟତ ର ସରପଞ୍ଚ ମାନଙ୍କ ସହଯୋଗ ରେ ଆଇନ କୁ କଡା କଡ଼ି କରି ସେମାନଙ୍କୁ ଆଣି କ୍ୱାରେନଣ୍ଟାଇନ ରେ ରଖା ଯିବାକୁ ଶ୍ରୀ ମହାନ୍ତି ଜିଲ୍ଲା ପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ବିଭିନ୍ନ ଗ୍ରାମ ପଂଚାୟତ ରେ ଏସଏଚଜି ଗ୍ରୁପ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ରେ ବ୍ୟାପକ ଅନିଅ ମିତତା ହେଉଛି । ନିର୍ମାଣ ଶ୍ରମିକ ଅର୍ଥ ବଣ୍ଟନ ରେ ସିଥିଳତା,ବିଭିନ୍ନ ହାଟ ବଜାରରେ ଖାଉଟି ସାମଗ୍ରୀ ର ଦର ବୃଦ୍ଧି ରୋକିବା, ବିଶେଷ କରି ମଧ୍ୟବିତ୍ତ ପରିବାର ବର୍ଗ ଙ୍କୁ ସହାୟତା ଦିଆଯାଉ । କଳିଙ୍ଗ ନଗର ଶିଳ୍ପାଞ୍ଚଳ ରେ ଥିବା ମେସକୋ ଷ୍ଟିଲ, ରୋହିତ ଫେରୋ ଟେକ, ଜିନ୍ଦଲ ଷ୍ଟେନଲେସ ଓ ଟାଟା ଷ୍ଟିଲ ର ଠିକାଦାର ମାନେ ଶ୍ରମିକ ମାନଙ୍କ ଦରମା ଓ ବକେୟା ପାଉଣା ନଦେବା ଅଭିଯୋଗ ହୋଇଥିଲେ ମଧ୍ୟ ଶ୍ରମ କାର୍ଯ୍ୟାଳୟ ନ୍ୟାୟ ନଦେବା ତଥା ଅର୍ଥ ନମିଳିବା ଘଟଣା ର ସ୍ଥାୟୀ ସମାଧାନ ନିମନ୍ତେ ଜିଲ୍ଲା ପଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking