31.1 C
Bhubaneswar
Friday, March 29, 2024
Homeଓଡିଶାଲକ ଡାଉନକୁ ଆହୁରି ମାସେ ବଢାଯାଉ : ସ୍ୱାସ୍ଥ୍ୟମନ୍ତ୍ରୀ

ଲକ ଡାଉନକୁ ଆହୁରି ମାସେ ବଢାଯାଉ : ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ଏବେ ବି ଭାରତରେ କରୋନାର ପ୍ରକୋପ ଜାରି ରହିଛି । ଏଥିପାଇଁ ଭାରତରେ ଦ୍ୱିତୀୟ ଥର ପାଇଁ ଲକ ଡାଉନ ଘୋଷଣା କରାଯାଇଛି । ଯାହାର ଅବଧି ମେ ୩ ରେ ସରିବାକୁ ଯାଉଛି । ଏହାପୂର୍ବରୁ ଆଜି ଏହି କରୋନା ମୁକାବିଲା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା ପ୍ରସଙ୍ଗ ଅବସରରେ ନିଜର ମତାମତ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ତେବେ ଏହି ପ୍ରସଙ୍ଗରେ ଆହୁରି ମାସେ ପର୍ଯ୍ୟନ୍ତ କରୋନା ଲକ ଡାଉନ ଅବଧି ବୃ୍‌ଦ୍ଧି କରିବାକୁ ସେ କହିଛନ୍ତି । ସେ କହିଛନ୍ତି, “ ଅନ୍ୟ ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀମାନେ ବଢାଇବାକୁ ଦାବି କରୁଛନ୍ତି, ମୁଁ ବି ଏହା ଚାହୁଁଛି । ବାହାର ରାଜ୍ୟରେ ଥିବା ଶ୍ରମିକଙ୍କୁ ଆଣିବାକୁ କୌଣସି ନୀତି ହୋଇନି । ଏନେଇ ୩୦ ତାରିଖ ମଧ୍ୟରେ ଏକ ନୀତି କେନ୍ଦ୍ର ସରକାର ଆଣିବେ । ଶ୍ରମିକମାନଙ୍କୁ ସେଠାରେ ଟେଷ୍ଟ କରି ସାର୍ଟିଫିକେଟ ଦେଇ ଛାଡିଲେ ଭଲ ହେବ । କେନ୍ଦ୍ର ଯେଉଁ ଗାଇଡଲାଇନ ଦେବେ ସମସ୍ତ ରାଜ୍ୟ ତାକୁ ପାଳନ କରିବେ । ତେବେ କିଛି ଘରୋଇ ହସ୍ପିଟାଲରେ ଟେଷ୍ଟ ପାଇଁ ଆଇସିଏମଆରକୁ ଅନୁମତି ମଗାଯାଇଛି । ଯଦି ଆଇସିଏମଆର ଅନୁମତି ଦେଲେ ଆମେ ଅଧିକ ମାତ୍ରାରେ ଟେଷ୍ଟ କରିପାରିବୁ” । ଏହାଛଡା ୧୪ ଦିନ କ୍ୱାରେଣ୍ଟାଇନରେ ରହିବା ପରେ ବି ପଜିଟିଭ ବାହାରିବା ନେଇ ମତ ସେ ଦେଇଛନ୍ତି । ଆମେ ଆଇସିଏମଆର ଗାଇଡଲାଇନ ପାଳନ କରୁଛୁ ବୋଲି ମନ୍ତ୍ରୀ ଶ୍ରୀ ନବ ଦାସ କହିଛନ୍ତି । କରୋନା ମୁକାବିଲା ନେଇ ଓଡିଶା ଯେଉଁ ପଦକ୍ଷେପ ନେଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାକୁ ପ୍ରଂଶସା କରିଥିବା ମଧ୍ୟ ନବ ଦାସ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking