30.1 C
Bhubaneswar
Friday, April 26, 2024
Homeଓଡିଶାକେନ୍ଦ୍ରୀୟ ସ୍ୱାସ୍ଥ୍ୟ ଟିମ ସହ ଜିଲ୍ଲା ପାଳ ଙ୍କ ବୈଠକ

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଟିମ ସହ ଜିଲ୍ଲା ପାଳ ଙ୍କ ବୈଠକ

ଯାଜପୁର : କୋରାନ ର ପ୍ରାଦୁଭାବ ଜିଲ୍ଲା ରେ ବୃଦ୍ଧି ପାଉଥିବା ପରି ପ୍ରେକ୍ଷୀ ରେ କେନ୍ଦ୍ରୀୟ ଟିମ ଯାଜପୁର ଜିଲ୍ଲା ଗସ୍ତ କରିଛନ୍ତି !ଏହି ଟିମ ସ୍ୱାସ୍ଥ୍ୟ ସମ୍ପର୍କ ରେ ପୁଙ୍ଖନୁ ପୁଙ୍ଖ ଅନୁଧ୍ୟାନ କରିବା ପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କୁ ଉପଯୁକ୍ତ ପରାମର୍ଶ ଦେବେ !ସେହି ପରି ଜିଲ୍ଲା ରେ ପଜିଟି ର ସ୍ଥିତି ଓ ଚିକିସ୍ୟା ପ୍ରଣାଳୀ ସହ ଅନ୍ୟନ୍ୟ  ଵେବସ୍ଥା ଯଥା ସ୍ଵବ ସଂଗ୍ରହ, ରିପୋର୍ଟ, ଚିକିତ୍ସା ସ୍ଥିତି ବିଭିନ୍ନ ଟି ଏମ ସି ର ବ୍ୟବସ୍ଥା କୁ ଅନୁଧ୍ୟାନ କରିବା ବୁଧୁବାର ଅପରାହ୍ନ ରେ ଜିଲ୍ଲା ପାଳ ଙ୍କ କାର୍ଯ୍ୟାଳୟ ରେ ଏହି ସ୍ୱାସ୍ଥ୍ୟ ଟିମ ପହଂଚି ଥିଲେ !ଜିଲ୍ଲା ପାଳ ରଞ୍ଜନ କୁମାର ଦାସ ସମସ୍ତ ଙ୍କୁ ସ୍ୱାଗତ କରିବା ସହ ଜିଲ୍ଲା ର ସମ୍ପ୍ରରିକ ସ୍ଥିତି ସମ୍ପର୍କ ରେ ଅବଗତ କରାଇଥିଲେ !କେନ୍ଦ୍ରୀୟ ଟିମ ର ଟିମ ଲିଡର ଡ଼ା ମହେଶ ୱାଘାମାରେ ବିଶଦ ଭାବେ ସ୍ଥିତି ସମ୍ପର୍କ ରେ ପଚାରି ବୁଝିଥିଲେ ଯାହାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା ସୁଧାଂଶୁ ଶେଖର ବଳ ବିସ୍ତୃତ ସୂଚନା ପ୍ରଦାନ କରି ଥିଲେ !ଚିକିତ୍ସାବ୍ୟବସ୍ଥା ବିଶୋଧ ପ୍ରକ୍ରିୟା, ସ୍ଵବ ସଂଗ୍ରହ ସମୟ ରେ ସତର୍କତା, କଣ୍ଟେନମେଣ୍ଟ ଜୋନ ରେ ସ୍ୱାସ୍ଥ୍ୟ ସେବା, ବିଭିନ୍ନ ଟି. ମ. ସି  ରେ ରହୁଥିବା ପ୍ରଵାସୀ ମାନଙ୍କ ସମ୍ପର୍କ ରେ ଆଲୋଚନା କରାଯାଇଥିଲା !ଏହି ଟିମ ବିଭିନ୍ନ ଅଂଚଳ ଗସ୍ତ କରି ଅନୁଧ୍ୟାନ ସହ ଆବଶ୍ୟକିୟ ପରାମର୍ଶ ଓ ଚିକିତ୍ସା ସମ୍ପର୍କ କୌଶଳ ଅବଗତ କରାଇବା ଏହି ରିପୋର୍ଟ କୁ ରାଜ୍ୟ ଓ କେନ୍ଦ୍ର ସରକାର ଙ୍କୁ ପ୍ରଦାନ କରାଯିବା ସହ ବିଭିନ୍ନ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରାଯିବ ବୋଲି ଟିମ ଲିଡର ଡ଼ା ୱାଘମାରେ  ସୂଚନା ଦେଇଛନ୍ତି !ଏହି ଟିମ ରେ କେନ୍ଦ୍ରୀୟ ରୋଗ ନିୟଂତ୍ରଣ ସହକାରୀ ନିର୍ଦେଶକ ଡ଼ା ତୁଷାର ନାଲେ, ଆର ଏମ. ସି ର ପ୍ରତିନିଧି ଡ଼ା ସୋମାଲ କର ପ୍ରମୁଖ ରହିଛନ୍ତି !ବୈଠକ ରେ ପ୍ରକଳ୍ପ ନିର୍ଦେଶକ ଇନ୍ଦ୍ରମଣି ନାୟକ, ଅତିରିକ୍ତ ଜିଲ୍ଲା ପାଳ ମିହିର ପ୍ରସାଦ ମହାନ୍ତି, ଅତିରିକ୍ତ ରାଜସ୍ୱ ଜିଲ୍ଲା ପାଳ ଅକ୍ଷୟ କୁମାର ମଲ୍ଲିକ, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ଡ଼ା ପାର୍ଥସାରଥୀ ମିଶ୍ର ଉପସ୍ଥିତ ଥିଲେ !
ରିପୋର୍ଟ : ଅଭିମନ୍ୟୁ ମିଶ୍ର

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking