28.1 C
Bhubaneswar
Friday, April 26, 2024
Homeଓଡିଶାଯାଜପୁର ରୋଡ ସହର କୁ 144 ଧାରା ଘୋଷଣା କରାଗଲା

ଯାଜପୁର ରୋଡ ସହର କୁ 144 ଧାରା ଘୋଷଣା କରାଗଲା

ଯାଜପୁର : ଆଜି ପ୍ରଵାସୀ ଓଡ଼ିଆ ଙ୍କୁ ଏକ ଟ୍ରେନ ଯୋଗେ ଅଣାଯାଉଛି !ସେ ଟ୍ରେନ ଟି ଯାଜପୁର କେନ୍ଦୁଝର ରୋଡ ଷ୍ଟେସନ ରେ ଅପରାହ୍ନ ରେ
ପହଂଚିବ  ବୋଲି ସୂଚନା ମିଳିଛି !ଏହି ପରିପେକ୍ଷି ରେ ଯାଜପୁର ରୋଡ (ବ୍ୟାସନଗର )ସହର କୁ ଜିଲ୍ଲା ପ୍ରଶାସନ ପକ୍ଷ ରୁ 144ଧାରା ଜାରି କରାଯାଇଛି !ଏଠାରେ  ପ୍ରଵାସୀ ଓଡ଼ିଆ ମାନେ ଓଲ୍ହାଇବେ ବୋଲି ସୂଚନା ମିଳିଛି ସେଥିପାଇଁ ଆଜି ଦିନ 12ଘଟିକା  ରୁ ରାତି 12 ଟା ପର୍ଯନ୍ତ  144 ଧାରା ଜାରି ରହିବ !ଯାଜପୁର  ବାହାର ରାଜ୍ୟ ରୁ ଆସୁଥିବା ପ୍ରଵାସୀ ଓଡ଼ିଆ ଶ୍ରମିକ ମାନେ  ଯାଜପୁର କେନ୍ଦୁଝର ରୋଡ ଷ୍ଟେସନ ରେ ଓଲ୍ହାଇବ ପରେ କିପରି ସେମାନେ ଙ୍କର  ସ୍ୱାସ୍ଥ୍ୟ ପରୀକ୍ଷା ହେବ ଓ ରେଳ ଷ୍ଟେସନ ସମୁଖ ଭାଗ ରେ ହୋଇ ଥିବା ଶିବିର  ରେ ଜିଲ୍ଲା ପ୍ରଶାସନ ତରଫରୁପ୍ରଵାସୀ ଓଡ଼ିଆ ମାନେ ଟ୍ରେନ ରୁ ଓଲାହୀଇବା  ପରେ କିପରି ଭାବେ ପଞ୍ଜିକରଣ ଓ ସୁରକ୍ଷା ସହିତ କାର୍ଯ୍ୟ କରାଯିବ ପ୍ରଶାସନ ତରଫରୁ କରାଯାଇଛି j !ପ୍ରତେକ ବିଭାଗ କୁ କାର୍ଯ୍ୟ ବଣ୍ଟନ କରାଯାଇ କିଏ କିପରି  ଭାବେ ସେମାନଙ୍କ କାର୍ଯ୍ୟ ସୁଚାରୁରୂପେ କାର୍ଯ୍ୟ କୁ  ତୁଲେଇ ବେ ଜିଲ୍ଲା ପାଳ ରଞ୍ଜନ କୁମାର ଦାସ, କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲା ପାଳ ସନ୍ତୋଷ କୁମାର ମିଶ୍ର, କଳିଙ୍ଗ ନଗର ଅତିରିକ୍ତ ଏସ ପି ରାଜକିଶୋର ଡୋରା ଓ ଯାଜପୁର ରୋଡ ଏସଡି ପିଓ  ଯାଜପୁର ରୋଡ ଥାନା ଅଧିକାରୀ ଅନିଲ କୁମାର ମହାନ୍ତି  ଶସ୍ତ୍ର ପୋଲିସ ବାହିନୀ ରେଳୱ କର୍ତୃପକ୍ଷ ପକ୍ଷ ରୁ  ଷ୍ଟେସନ ପରିସରରେ ସମସ୍ତ ବ୍ୟବସ୍ଥାର ତଦାରଖ କରିଛନ୍ତି ଷ୍ଟେସନରେ ସମସ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପରେ ସେମାନଙ୍କୁ ନିଜ ନିଜ ଜିଲ୍ଲାକୁ ବସରେ ପଠାଯିବ ସମଗ୍ର ଜିଲ୍ଲା ରେ ପଚାଶ ହଜାର ରୁ ଉର୍ଦ୍ଧ ପଞ୍ଜିକରଣ କରିଛନ୍ତି ! ଜିଲ୍ଲା ପାଳ ଶ୍ରୀ ଦାସ ସୂଚନା ଦେଇଛନ୍ତି !
ଯାଜପୁର ଜିଲାରେ ବଢ଼ିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବିଶେଷକରି ରାଜ୍ୟ ବାହାରୁ ପେଂରୁଥିବା ପ୍ରବାସ ମାନଙ୍କ  ଯୋଗୁଁ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଆଜି ଆଉ ୧୭ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସରକାର ଘୋଷଣା କରିଛନ୍ତି । ଜିଲାରେ ଆଜି ଆକ୍ରାନ୍ତଙ୍କୁ ମିଶାଇ ମୋଟ ୮୮ ଜଣ କୋରୋନା ପଜିଟିଭ ଭାବେ ଚିହ୍ନଟ ହେଲେ । ଆଜି ୧୭ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଯାଜପୁର ବ୍ଲକ ଏବଂ ପୌରପାଳିାକରୁ ୩ ଜଣ, ବରୀ ବ୍ଲକର ଦୁଇ ଜଣ, ଦଶରଥପୁର ବ୍ଲକର ୧୧ ଜଣ ଏବଂ ବଡଚଣା ବ୍ଲକରୁ ଜଣେ କୋରୋନା ପଜିଟିଭ ଭାବେ ଚିହ୍ନଟ୍ ହୋଇଛନ୍ତି । ସମସ୍ତେ କଲିକତାରୁ ପେଂରି ସରକାରୀ ଅସ୍ଥାୟୀ ମେଡିକାଲରେ ଥିଲେ ବୋଲି ଜଣାପଡିଛି । ସେପଟେ ଗତକାଲି କେନ୍ଦ୍ରରୁ ଆସିଥିବା ଏକ ସ୍ୱତନ୍ତ୍ର ଟିମ୍ ଜିଲାରେ ପହଂଚି କୋରୋନା ସ୍ଥିତିର ସମୀକ୍ଷା କରିଛନ୍ତି ।

ଜିଲ୍ଲାପାଳଙ୍କ ବିଂଝାରପୁର ଗସ୍ତ

ଯାଜପୁର ଜିଲ୍ଲାପାଳ  ରଞ୍ଜନ କୁମାର ଦାସ  ବିଂଝାରପୁର ଅଂଚଳ ପରିଦର୍ଶନ କରିବା ଓ  ବିଭିନ୍ନ ଟିଏମ ସି ବା କ୍ୱାରନ୍ଟାଇନ ସେଣ୍ଟର ଗୁଡିକ କୁ ବୁଲି ଦେଖିବା ସହ ସେଠାରେ ରେ ପ୍ରଵାସୀ ମାନଙ୍କ ର ସ୍ୱାସ୍ଥ୍ୟ,ସେବା, ଖାଦ୍ୟର ମାନ , ପାନୀୟ ଜଳ ର ବ୍ୟବସ୍ଥା ପଚାରି ବୁଝିଥିଲେ !ଆବଶ୍ୟକ ପରାମର୍ଶ ଓ ଚିକିତ୍ସା ବିଷୟରେ ମଧ୍ୟ୍ ପଚାରି ବୁଝିଥିଲେ !ଏହି ଗସ୍ତ ରେ  ଅନ୍ୟ ବରିଷ୍ଠ ଅଫିସର ମାନେ ସାଙ୍ଗ ରେ ପରିଦର୍ଶନ କରିଥିଲେ !
– ରିପୋର୍ଟ : ଅଭିମନ୍ୟୁ ମିଶ୍ର 
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking