34.1 C
Bhubaneswar
Thursday, April 25, 2024
Homeଓଡିଶାକରୋନା ପାଇଁ ରେଳୱେ ଫୁଟ ଓଭର ବ୍ରିଜ ଅଧାରେ ଅଟକିଛି 

କରୋନା ପାଇଁ ରେଳୱେ ଫୁଟ ଓଭର ବ୍ରିଜ ଅଧାରେ ଅଟକିଛି 

ଯାଜପୁର:-:-ଯାଜପୁର ଜିଲ୍ଲାର ପ୍ରମୁଖ ରେଳୱେ ଷ୍ଟେସନ ଯାଜପୁର କେଉଁଝର ରୋଡ ରେଲ ଷ୍ଟେସନରେ ଦୈନିକ ଶହ ଶହ ସଂଖ୍ୟାରେ ଯାତ୍ରୀ ଯାତାରୟତ କରନ୍ତି । ଯାତ୍ରୀଙ୍କ ସଂଖ୍ୟା ଦୃଷ୍ଟିରେ ରଖି ଏକ ନୂତନ ଫୁଟ ଓଭର ବ୍ରିଜ ତିଆରି ୭ମାସ ହେଲା ଚାଲୁ ରହିଛି । ପୁରୁଣା ଫୁଟ ଓଭର ବ୍ରିଜଟିକୁ ରେଲୱେ କର୍ତ୍ତୃପକ୍ଷ ବନ୍ଦ କରିଦେଇଛନ୍ତି । ଯାତ୍ରୀମାନେ ରେଲ ଲାଇନ ଉପରେ ଯାତାୟତ କରୁଛନ୍ତି । ଫଳରେ ବହୁ ସମୟରେ ଦୁର୍ଘଟଣାମାନ ଘଟୁଅଛି । ନୂତନ ଫୁଟ ଓଭର ବ୍ରିଜ କେବେ ସମ୍ପୁର୍ଣ୍ଣ ହେବ ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇ ରହିଅଛି ।
 

କରୋନା ପ୍ରଭାବରେ ଫଳ ବ୍ୟବସାୟୀ ମାଳୀ, କମାର ସମ୍ପ୍ରଦାୟର ପ୍ରଭାବିତ

 
ଯାଜପୁର:- କରୋନା ମହାମାରୀ ବିଶ୍ୱକୁ ଦୋହଲାଇ ଦେଇଛି । ଏଥିରେ ଭାରତ ବାଦ ପଡିନାହିଁଚରୋନା ଯୋଗୁ ଯାଜପୁର ଜତଲ୍ଲାର ଫଳ ବ୍ୟବସାୟୀ କମାର ଓ ମାଳୀ ସମ୍ପ୍ରଦାୟ ବିଶେଷ ପ୍ରଭାବିତ । ଏହାର ଦୃଷ୍ଟାନ୍ତ ଯାଜପୁର ରୋଡରେ ଦେଖିବାକୁ ମିଳିଛି ।୧୦୦ରୁ ଉର୍ଦ୍ଧ ଫଳ ବ୍ୟବସାୟୀ ରାସ୍ତାକଡରେ ବସି ବେପାର କରୁଥିଲେ । ଲକ ଡାଉନ ଯୋଗୁ ସେମାନଙ୍କ ବେପାର ବନ୍ଦ ହୋଇଯାଉଛି । ସେମାନେ ଗୋଦାମରୁ ଫଳ ଆଣି ବିକ୍ରିକରି ଜୀବିକା ନର୍ବାହ କରୁଥିଲେ । ଏବେ ସେମାନଙ୍କର ପରିବାର ପ୍ରତିପୋଷଣ କ଼ରିବା କଷ୍ଟ ହେଉଛି । ସେମାନଙ୍କ ପାଇଁ ସରକାରଙ୍କ ଯୋଜନା କିଛି ନାହିଁ । ଫଳର ଅଭାବ ଏହି ସହରରେ ଦେଉଛି । ଯେଉଁ କାଁଭାଁ ମିଳୁଛି, ସେ ଫଳ ପଚାସଢା । ଫଳ ଗୋଦାମ ମଧ୍ୟ ଏଥିରୁ ବାଦ ପଡୁନାହିଁ ।ଏବେ ବିବାହ ବ୍ରତ ଓ ଯଜ୍ଞ କାର୍ଯ୍ୟ ହେବାକଥା । କିନ୍ତୁ ଏସବୁ ବନ୍ଦ ଥିବାରୁ ହୋଇପାରୁନାହିଁ । ବିବାହ ବ୍ରତ ଆଦି ଧାର୍ମିକ କାର୍ଯ୍ୟରେ ମଟିପାତ୍ର ହାଉ ଆବଶ୍ୟକ ନ ହେଉଥିବାରୁ ବିକ୍ରି ହୋଇପାରୁନାହିଁ ।ଫଳରେ ପରିବାର ପ୍ରତିପୋଷଣ କରିବା ଅସମ୍ଭବ ବ୍ୟାପାର ହୋଛି । ମାଳି ସମ୍ପ୍ରଦାୟ ମଧ୍ୟ ଏଥିରୁ ବାଦ ପଡିନାହଁନ୍ତି । ଫୁଲ ମିଳୁଛି, କିନ୍ତୁ ବିକ୍ରି ହେଉନାହିଁ । ଠାକୁର ମନ୍ଦିର କୁ ଯିବା , ଯଜ୍ଞକାର୍ଯ୍ୟ ଓ ବିବାହ,ବ୍ରତ ବନ୍ଦ ଥିବାରୁ ଫୁଲ ତୁଳସୀ , ଲୋଳମୁକୁଟ ବିକ୍ରି ହେଉନାହିଁ । ସେମାନେ ମଧ୍ୟ ପରିବାର ପ୍ରତିପୋଷଣ କରିବାରେ ଅସମର୍ଥ ହେଉଛନ୍ତି । ସେମାନଙ୍କ ପାଇଁ ନା ଅଛି ସରକାରୀ ସହାୟତା ନା ପ୍ରୋତ୍ସାହନ । ଏଥିପ୍ରତି ରାଜ୍ୟ କେନ୍ଦ୍ର ସରକାର ଦୃଷ୍ଟିଦେବାପାଇଁ ଦାବୀ ହେଉଛି ।
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking