28.1 C
Bhubaneswar
Thursday, March 28, 2024
Homeଓଡିଶାବଲାଙ୍ଗିର ପହଞ୍ଚିବ ଦୁଇଟି ଶ୍ରମିକ ଟ୍ରେନ  କର୍ଫ୍ୟୁ ଘୋଷଣାରେ ପରିବର୍ତ୍ତନ

ବଲାଙ୍ଗିର ପହଞ୍ଚିବ ଦୁଇଟି ଶ୍ରମିକ ଟ୍ରେନ  କର୍ଫ୍ୟୁ ଘୋଷଣାରେ ପରିବର୍ତ୍ତନ

ବଲାଙ୍ଗିର – ପ୍ରବାସୀ ଶ୍ରମିକଙ୍କୁ ନେଇ ଆଜି ଦୁଇଟି ଟ୍ରେନ ବଲାଙ୍ଗିର ପହଂଚିବା ସୂଚନା ମିଳିଛି । ପ୍ରଥମ ଟ୍ରେନ  ତାମିଲନାଡ଼ୁ ରୁ ଆସି ଦିନ ଗୋଟାଏ ରେ ପହଞ୍ଚୁ ଥିବା ବେଳେ ଆଉ ଏକ ଟ୍ରେନ ଆନ୍ଧ୍ରପ୍ରଦେଶ ର ଗୁଣ୍ଟୁର  ରୁ ସନ୍ଧ୍ୟା ଚାରି ଟା ରେ ବଲାଙ୍ଗିର ପହଁଚିବା ନେଇ ସୂଚନା ମିଳିଛି । ତେବେ ଏଥିପାଇଁ  ଜିଲ୍ଲା ପ୍ରଶାସନ ପ୍ରବାସୀ ପରିବହନ ଓ ସହରବାସୀ ଙ୍କୁ ସମ୍ଭାବ୍ୟ ସଂକ୍ରମଣରୁ ରକ୍ଷା କରିବା ପାଇଁ କର୍ଫ୍ୟୁ ଘୋଷଣା ରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି ।
ପ୍ରକାଶ ଯେ,  ଗତ କାଲି ପ୍ରବାସୀ ଶ୍ରମିକଙ୍କ ପରିବହନ ପାଇଁ ବଲାଙ୍ଗିର ଜିଲ୍ଲା ପ୍ରସାଶନ ସହରର କେତୋଟି ରାସ୍ତା ରେ କର୍ଫ୍ୟୁ ଘୋଷଣା କରିଥିଲେ । ଆଜି ସେହି ଘୋଷଣାରେ ସାମାନ୍ୟ ପରିବର୍ତନ କରାଯାଇଛି ।
ପୂର୍ବ ଘୋଷିତ ରାସ୍ତା ମାନଙ୍କରେ କର୍ଫ୍ୟୁ ସମୟ କୁ ଆହୁରି ତିନି ଘଣ୍ଟା ବଢ଼ାଇ ଦିଆ ଯାଇଥିବା ବେଳେ ବର୍ତମାନ ଏହି କର୍ଫ୍ୟୁ ସକାଳ ୯ ଟା ରୁ ସନ୍ଧ୍ୟା ୯ ତା ପର୍ଯ୍ୟନ୍ତ ଜାରି କରାଯିବା ସୂଚନା ମିଳିଛି । ତେବେ ଗତକାଲି ଘୋଷିତ କର୍ଫ୍ୟୁ ତାଲିକାରୁ ସାଲେପାଲି ଗ୍ରାମକୁ ବାଦ ଦିଆଯାଇଥିବା ସ୍ଥଳେ ଆଜି ଏହି ତାଲିକାରେ ମଦନ ଗୁଡ଼ିଆ ବଗିଚାରୁ ଟିକ୍ରା ପଡ଼ା ଛକ ଦେଇ ଭାଗିରଥି ଛକକୁ ସଂଯୋଗ କରଥିବା ମୁଖ୍ୟ ରାସ୍ତାକୁ  ଯୋଡ଼ା ଯାଇଛି । ତେବେ ପୂର୍ବ ଘୋଷିତ ସାଲେପାଲି ରୁ ଆର୍ଟିଓ ଅଫିସ ଦେଇ ଟିଟିଲାଗଡ଼ ରାସ୍ତା, ରେଳ ଷ୍ଟେଶନରୁ ସୁଡ଼ପଡା ଦେଇ ପୁଇଁତଲା ରାସ୍ତା, ଆର୍ଟିଓ ଅଫିସ ରୁ ମହିଳା କଲେଜ, ଦେଇ ରାଜେନ୍ଦ୍ର କଲେଜ ଛକ କୁ   ସଂଯୋଗ କରୁଥିବା ରାସ୍ତା ଏହି ତାଲିକାରେ ଅପରିବର୍ତ୍ତିତ ରହିଛି ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking