32.1 C
Bhubaneswar
Friday, April 26, 2024
Homeଓଡିଶାନିଜାମୁଦ୍ଧିନକୁ ଧର୍ମ ସଭାକୁ ଯାଜପୁର ଜିଲାର ୩ ଜଣ ଯାଇଥିଲେ

ନିଜାମୁଦ୍ଧିନକୁ ଧର୍ମ ସଭାକୁ ଯାଜପୁର ଜିଲାର ୩ ଜଣ ଯାଇଥିଲେ

ଯାଜପୁର:ଦିଲ୍ଲୀର ନିଜାମୁଦ୍ଧିନକୁ ଧର୍ମ ସଭାକୁ ଯାଜପୁର ଜିଲାର ଜଣେ ନୁହେଁ ୩ ଜଣ ଯାଇଥିଲେ ବୋଲି ଆଜି ଜିଲା ପ୍ରଶାସନ ସ୍ପଷ୍ଟ କରିଛି । ସେମାନଙ୍କ ମଧ୍ୟରେ ବିଂଝାରପୁର ଅଂଚଳର ବ୍ୟକ୍ତିଙ୍କ ଦେହରେ କୋରେନା ଲକ୍ଷଣ ଦେଖାଦେଇଥିବାରୁ ତାଙ୍କୁ ଓ ତାଙ୍କ ପରିବାର ଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ନିଜାମୁଦ୍ଧିନରୁ ପେଂରିଥିବା ବ୍ୟକ୍ତିଙ୍କ ସ୍ୱାବ ସଂଗ୍ରହ କରାଯାଇ ପରିକ୍ଷା ପାଇଁ ପଠାଯାଇଛି । ସେହିପରି ଅନ୍ୟ ଦୁଇ ଜଣ ଧର୍ମଶାଳା ଥାନା ଅନ୍ତର୍ଗତ ବ୍ରହ୍ମବରଦା ଏବଂ ନେଉଳପୁର ଅଂଚଳର ବୋଲି ଜଣାପଡିଛି । ସେମାନଙ୍କୁ ହୋମ କ୍ୱାରେନଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି । ସେମାନଙ୍କର ସ୍ୱାବ ସଂଗ୍ରହ କରାଯାଇ ପରିକ୍ଷା ପାଇଁ ପଠାଯିବ ବୋଲି ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି । ଜିଲାରେ ଏହି ୩ ଜଣ ନିଜାମୁଦ୍ଧିନ ଅଂଚଳରୁ ଆସିବା ଘଟଣା ଜଣାପଡିବା ପରେ ଜିଲାର ସମସ୍ତ ସୀମାକୁ ବନ୍ଦ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking