28.9 C
Bhubaneswar
Sunday, May 5, 2024
Homeଓଡିଶାଜଗତସିଂହପୁର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ସେବା କାର୍ଯ୍ୟ

ଜଗତସିଂହପୁର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ସେବା କାର୍ଯ୍ୟ

ଜଗତସିଂହପୁର:(ପ୍ରତାପ କୁମାର ସିଂହ) ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଜଗତସିଂହପୁର ଜିଲ୍ଲା ତରଫରୁ ଜଗତସିଂହପୁର ଟାଉନ ଅନ୍ତର୍ଗତ ବିଭିନ୍ନ ୱାଡ଼ର୍ରେ ଶୁଖିଲା ଖାଦ୍ୟ ,ମସାବତୀ , ଓ ବିଭିନ୍ନ ରାସନ ସାମଗ୍ରୀ ବଣ୍ଟନ କରାଯାଇଛି |ମହାମାରୀ କୋରନା ଭୁତାଣୁରୁ ସମଗ୍ର ଦେଶକୁ ସୁରକ୍ଷିତ ରଖିବାକୁ ଲଢେଇ ଜାରି ରଖିଥିବା ଏହି କୋରନା ଯୋଦ୍ଧାମାନଙ୍କ ମନୋବଳ ବଢ଼େଇବା ତଥା ସମାଜରେ ସେମାନଙ୍କ ପ୍ରତି ସମ୍ବେଦନଶୀଳତା ସୃଷ୍ଟି ଏଭଳି ସେବା କାର୍ଯ୍ୟର ମୁଖ୍ୟ ଉଦ୍ଧେଶ୍ୟ ବୋଲି ସଂଗଠନ ପକ୍ଷରୁ ପ୍ରକାଶ । ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ ଜିଲ୍ଲା ପ୍ରମୁଖ ସେହସିଶ ଦାସ , ସହ ପ୍ରମୁଖ ବଳରାମ ଦଳାଇ, ଜିଲ୍ଲା ସଂଯୋଜକ ଦେବାଶିଷ ଚୌଧୁରୀ , ଜିଲ୍ଲା ସହ ସଂଯୋଜକ ସୁଜିତ ସ୍ୱାଇଁ , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅପରାଜିତ ସ୍ୱାଇଁ ,ଏରସମା ବ୍ଲକ ସଂଯୋଜକ ଅୟସ କାନ୍ତ ସ୍ୱାଇଁ  ଜଗତସିଂହପୁର ନଗର ସମ୍ପାଦକ ସ୍ୱଭିମାନ ମଲିକ, ସୌଭାଗ୍ୟ ବରାଳ ଏବଂ କାର୍ଯ୍ୟକର୍ତ୍ତାମାନେ ଅଂଶଗ୍ରହଣ କରିଥିଲେ ଶକ୍ତିଧର ମିଶ୍ର , ଅନ୍ତର୍ଯ୍ୟାମୀ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ |
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking