40.1 C
Bhubaneswar
Thursday, April 25, 2024
Homeଓଡିଶାରାଜ୍ୟରେ ଆଉ ଦୁଇ କରୋନା ପଜେଟିଭ

ରାଜ୍ୟରେ ଆଉ ଦୁଇ କରୋନା ପଜେଟିଭ

ଭୁବନେଶ୍ୱର: ରାଜ୍ୟରେ ଏବେ ପୁଣି ଆଉ ଦୁଇ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ କୋରାପୁଟର ୨୨ ବର୍ଷୀୟ ପୁରୁଷ ଏବଂ ସେ ଜଣେ ସ୍ୱାସ୍ଥ୍ୟ କର୍ମୀ । ସେ କାର୍ଯ୍ୟରେ ଯୋଗ ଦେବା ପାଇଁ କଲିକତାରୁ ଫେରିଥିଲେ । ତା ପରେ ସେ କ୍ୱାରେଣ୍ଟାଇନରେ ରହିଥିଲେ ଏବଂ ପରେ ପଜେଟିଭ ଚିହ୍ନଟ ହୋଇଥିଲେ ବୋଲି ସୂଚନା ମିଳିଛି । ମାତ୍ର ସେ ଆଉ କାର୍ଯ୍ୟରେ ଯୋଗ ଦେଇନାହାନ୍ତି । ଆଉ ଜଣେ ବାଲେଶ୍ୱରରେ ମଧ୍ୟ ଚିହ୍ନଟ ହୋଇଛନ୍ତି । ତାଙ୍କ ବୟସ ୩୨ ବର୍ଷ ହୋଇଥିବା ବେଳେ ସେ ଜଣେ ପୁରୁଷ ଏବଂ ସେ ମଧ୍ୟ ପଶ୍ଚିମବଙ୍ଗରୁ ଫେରିଥିବା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେଁ ସୂଚନା ପ୍ରଦାନ କରାଯାଇଛି । ଆଜି ସକାଳେ ବାଲେଶ୍ୱରରୁ ୫ କରୋନା ପଜେଟିଭ ଚିହ୍ନଟ ହୋଇଥିବା ବେଳେ ଏବେ ଆଉ ଜଣେ କରୋନା ପଜେଟିଭ ବାଲେଶ୍ୱରରୁ ଚିହ୍ନଟ ହୋଇଛନ୍ତି । ଏବେ ଆଉ ଜଣେ କରୋନା ପଜେଟିଭ ଚିହ୍ନଟ ପରେ ବାଲେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬ରେ ପହଂଚିଛି । ଏବେ ଏହି ଦୁଇ କରୋନା ରୋଗୀଙ୍କୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୧୧୦ରେ ପହଂଚିଛି । ତେବେ ଏଠାରେ ଆଉ ଏକ କଥା ସାମ୍ନାକୁ ଆସିଛି ଯେ, ପ୍ରଥମଥର ପାଇଁ କୋରାପୁଟ ଜିଲ୍ଲାରୁ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ପ୍ରଥମରୁ ପୁରୀ, ଖୋର୍ଦ୍ଧା, ଭଦ୍ରକ, ବାଲେଶ୍ୱର, ଯାଜପୁର, ଢେଙ୍କାନାଳ, ସୁନ୍ଦରଗଡ ପ୍ରଭୃତି ଅଂଚଳ ରହିଥିବା ବେଳେ ଏବେ ଆଉ ନୂଆ ଜିଲ୍ଲା କୋରାପୁଟ ଏଥିରେ ସାମିଲ ହୋଇଛି । ତେବେ କୋରାପୁଟରେ ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣକ ୬୧ ନମ୍ବର କରୋନା ଆକ୍ରାନ୍ତଙ୍କ ସଂପର୍କୀୟ ବୋଲି ସୂଚନା ମିଳିଛି । ବର୍ତ୍ତମାନ ଏହି ଦୁଇ କରୋନା ରୋଗୀଙ୍କ ଟ୍ରାଭେଲ ହିଷ୍ଟ୍ରି ସାମ୍ନାକୁ ଆସିନଥିବା ବେଳେ ଏମାନଙ୍କର କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଯାଇଛି ।
ତେବେ କିଛି ସମୟ ପୂର୍ବରୁ ଦୁଇ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ନେଇ ସୂଚନା ମିଳିଥିଲା ।
https://onakhabar.com/2020/04/27/5-more-corona-positive-in-odisha/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking